Categories: ବାଣିଜ୍ୟ

ମାରୁତି ସୁଜୁକିର ନୂଆ ଗ୍ରାଣ୍ଡ୍‌ ଭିଟାରାର ଅନାବରଣ ଉତ୍ସବ

ଭୁବନେଶ୍ୱର,୪।୧୧:ଦେଶର ପ୍ରମୁଖ ଚାରିଚକିଆ ଯାନ ନିର୍ମାତା ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ (ଏମ୍‌ଏସ୍‌ଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ନ୍ୟୁ ଗ୍ରାଣ୍ଡ୍‌ ଭିଟାରା’ର ସର୍ବଭାରତୀୟ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏପରିକି ଗୁରୁବାର ଭୁବନେଶ୍ୱରସ୍ଥିତ ଗଜପତିନଗରଠାରେ ଏମ୍‌ଏସ୍‌ଆଇଏଲ୍‌ର ସ୍ବୀକୃତିପ୍ରାପ୍ତ ଡିଲର ତୁସି ମୋଟର୍ସ ନେକ୍ସା ଶୋ’ରୁମ୍‌ ପକ୍ଷରୁ ଉକ୍ତ ଯାନର ଅନାବରଣ ସାଙ୍ଗକୁ ଗ୍ରାହକ ଡେଲିଭର ମଧ୍ୟ କରାଯାଇଛି। ଏହି ଅବସରରେ ବଲିଉଡ୍‌ ଅଭିନେତ୍ରୀ ନୀଲମ୍‌ କୋଠାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ ସହ ବଜାର ପ୍ରବେଶ କରାଇଛନ୍ତି। ସେହିଭଳି ଏହାର ପ୍ରଥମ ୧୫ ଗ୍ରାହକଙ୍କୁ ମଧ୍ୟ ସେ ଚାବି ହସ୍ତାନ୍ତର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମ୍‌ଏସ୍‌ଆଇଏଲ୍‌ର ବହୁ ବରିଷ୍ଠ ଅଧିକାରୀ ଏବଂ ତୁସି ମୋଟର୍ସର ନିର୍ଦ୍ଦେଶକ ଅଂଶୁମାନ ପଟ୍ଟନାୟକ ଓ ପରିଚାଳନା ନିର୍ଦ୍ଦେଶିକା ପ୍ରୀତିପଲ୍ଲବୀ ପଟ୍ଟନାୟକଙ୍କ ସମେତ ଶୋ’ରୁମ୍‌ର ବହୁ ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ତୁସି ମୋଟର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ନୂଆ କାର୍‌, ସର୍ଭିସ୍‌ ଏବଂ ସ୍ପେୟାର କ୍ରୟ କ୍ଷେତ୍ରରେ ମଧ୍ୟ ଏକ କାର୍ଡର ଶୁଭାରମ୍ଭ କରାଯାଇଛି। ଅପରପକ୍ଷରେ ଉକ୍ତ ଯାନରେ ଗ୍ରାହକ ନେକ୍ସାର ସିଗ୍ନେଚର୍‌ ଡିଜାଇନ ସହ ଆକର୍ଷଣୀୟ ପାୱାର ଟ୍ରେନ୍‌ ବିକଳ୍ପ ରହିଛି। ଏହାର ବଜାର ମୂଲ୍ୟ ୧୦.୪୫ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୧୭.୫ ଲକ୍ଷ ଟଙ୍କାରେ ରହିଛି।

Share