ଶହୀଦ ମାନ୍ୟତା, ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି

ଖୋର୍ଦ୍ଧା ଅଫିସ/ନିରାକାରପୁର/ଜଟଣୀ, ୬ା୨(ଡି.ଏନ୍‌.ଏ.): ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ମାଓବାଦୀମାନେ ବିଛାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ‘ଧରିତ୍ରୀ’ ଖବରଦାତା ରୋହିତ ବିଶ୍ୱାଳଙ୍କ ଶନିବାର ମୃତ୍ୟୁ ଘଟିଛି। ଏନେଇ ଖୋର୍ଦ୍ଧା ସାମ୍ବାଦିକ ଭବନ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ‘ଧରିତ୍ରୀ’ର ଖୋର୍ଦ୍ଧା ଜିଲା ପ୍ରତିନିଧି ପ୍ରଭାତ ପାଣିଗ୍ରାହୀ ସଂଯୋଜନା କରିଥିଲେ। ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ରୋହିତଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ନୀରବ ପ୍ରାର୍ଥନା କରିବା ସହ ସ୍ମୃତିଚାରଣ କରିଥିଲେ। ରୋହିତଙ୍କୁ ଶହୀଦ ମାନ୍ୟତା ଓ ତାଙ୍କ ପରିବାରଙ୍କୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଗଣମାଧ୍ୟମ ପ୍ରତିନିଧିମାନେ ଦାବି କରିଛନ୍ତି। ଓୟୁଜେ ରାଜ୍ୟ ସମ୍ପାଦକ ପ୍ରସନ୍ନ ପାଇକରାୟ, ଜିଲା କାର୍ଯ୍ୟକାରୀ ସଭାପତି ଲୋହିତ ନାରାୟଣ ମହାପାତ୍ର, ସମନ୍ବିତ କର୍ମଜୀବୀ ସାମ୍ବାଦିକ ସଂଘ(ଓୟୁଡବ୍ଲ୍ୟୁଜେ) ଜିଲା ସଭାପତି ପ୍ରକାଶ ହାତୀ, ନିରଞ୍ଜନ ଦୋରା, ପ୍ରବୀଣ ଭଞ୍ଜ, ବାଲାଜୀ ପାତ୍ର, ରବି ନାରୟଣ ସାହୁ, ମନୋଜ ସାହୁ, ପ୍ରଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ନିରାକାରପୁର ଖବରଦାତା ସଂଘ ପକ୍ଷରୁ ଖବରଦାତା ମାନସ ଚନ୍ଦ୍ର ପଟ୍ଟନାୟକଙ୍କ ଆବାହକତ୍ୱରେ ରୋହିତଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ହିମାଂଶୁ ଭୂଷଣ ଚମ୍ପତ୍ତିରାୟ, ଉମେଶ ପଟ୍ଟନାୟକଙ୍କ ସମେତ ଅନ୍ୟ ଖବରଦାତାମାନେ ଉପସ୍ଥିତ ଥିଲେ।
ଜଟଣୀ ପୌରାଞ୍ଚଳସ୍ଥିତ ଗାନ୍ଧୀ ଉଦ୍ୟାନ ପରିସରରେ ଖବରଦାତା ରବୀନ୍ଦ୍ର ନାଥ ମହାକୁଡ଼ଙ୍କ ଆବାହକତ୍ୱରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ଖବରଦାତା ରବି ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ରୋହିତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ ସହ ଆତ୍ମାର ସଦ୍‌ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଈଶ୍ୱର ସାମନ୍ତରାୟ, ସଜ୍ଜନ ଅଗ୍ରଓ୍ବାଲ, ଦିଲୀପ ଶତପଥୀ, ଶ୍ରୀକାନ୍ତ ପରିଜା, ଶ୍ରୀକାନ୍ତ ପ୍ରଧାନ, ଏମ.ଡି. ଇସ୍‌ମାଇଲ ଅଲ୍ଲୀ, ରଙ୍ଗନାଥ ବେହେରା, ଅମରେଶ ରାଉତରାୟ, ହୃଦାନନ୍ଦ କଦମାନସିଂହ, ବିଶ୍ୱଜିତ୍‌ ସାମନ୍ତରାୟ, ହରିହର ତ୍ସ୍ବାଇଁ, ଲଳିତ ମହାରଣା, ସଂଗ୍ରାମ ହୋତା ପ୍ରମୁଖ ଉପସ୍ଥିତ ଥିଲେ। ନବୀନ ମହାପାତ୍ର ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଲାଞ୍ଜିଗଡ଼ରେ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ

ଲାଞ୍ଜିଗଡ,୫।୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଗୋଷ୍ଠୀ ଶିକ୍ଷା ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ତଥା ଖଡ଼ିଛୁଆଁ ଶନିବାର ଅନୁଷ୍ଠିତ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri