ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ମନୋଜ ବିଶ୍ୱାଳ, ଲୁହରେ ଭିଜିଲା ପୂରା ଗାଁ

ପରଜଙ୍ଗ,୧୮ା୮(ନିଗମାନନ୍ଦ ଦଳବେହେରା): ଜମ୍ମୁ-କଶ୍ମୀରର କିସ୍ତଓ୍ବାର ଠାରେ ହୋଇଥିବା ବାଦଲ ଫଟା ବର୍ଷାରେ ଶହୀଦ ହୋଇଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ମାଣିକମରା ଗ୍ରାମର ମନୋଜ ବିଶ୍ୱାଳ। ଗତ ଦୁଇ ଦିନ ତଳେ ମନୋଜଙ୍କ ମୃତ୍ୟୁକୁ ନେଇ ପରିବାର ଲୋକ ସୂଚନା ପାଇଥିବା ବେଳେ ସୋମବାର ସକାଳୁ ନିଜ ଗାଁ ମାଣିକମରାରେ ମନୋଜଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା। ପରିବାର ଲୋକ, ଆତ୍ମୀୟ ସ୍ବଜନ, ଗ୍ରାମବାସୀଙ୍କ କାନ୍ଦବୋବାଳିରେ ପୂରା ପରିବେଶ କମ୍ପୁଥିବା ବେଳେ ଗାଁରେ ସୃଷ୍ଟି ହୋଇଥିଲା ବୀର ଯବାନ ମନୋଜ ବିଶ୍ୱାଳ ଅମର ରହେର ସ୍ଲୋଗାନ। ଗାଁର ବୀରପୁଅକୁ ସବୁଦିନ ପାଇଁ ବିଦାୟ ଦେବା ପାଇଁ ଗାଁ ମଶାଣି ପ୍ରସ୍ତୁତ ଥିବାବେଳେ ଗ୍ରାମବାସୀ ଏକ ବିରାଟ ଶୋଭାଯାତ୍ରାରେ ବାଜାବାଣ ବଜାଇ ଗ୍ରାମ ପରିକ୍ରମା କରି ଶ୍ମଶାନ ନିକଟରେ ପହଞ୍ଚିଥିଲେ। ପରେ ସିଆଇଏସ୍‌ଏଫ୍‌ ତରଫରୁ ଶ୍ମଶାନ ଠାରେ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିବା ବେଳେ ଶହୀଦ ମନୋଜଙ୍କ ବଡ଼ଝିଅ ବାପାଙ୍କ ଚିତାରେ ମୁଖାଗ୍ନି ଦେଇଥିଲେ। ମନୋଜଙ୍କ ଶେଷଦର୍ଶନ କରିବାକୁ ଶ୍ମଶାନ ନିକଟରେ ପରଜଙ୍ଗର ପୂର୍ବତନ ବିଧାୟକ ଡ. ନୃସିଂହ ଚରଣ ସାହୁ, ଢେଙ୍କାନାଳର ପୂର୍ବତନ ଏମ୍‌ପି ମହେଶ ସାହୁଙ୍କ ସମେତ ହଜାର ହଜାର ଲୋକ ରୁଣ୍ଡ ହୋଇଥିବା ବେଳେ ପଞ୍ଚଭୂତରେ ଲୀନ ହୋଇଯାଇଛି ଶହୀଦ ମନୋଜଙ୍କ ପାର୍ଥିବ ଶରୀର।


Enter your email to get our daily news in your inbox.

All Right Reserved By Dharitri.Com

ସିରିଜ୍‌କୁ ୧-୧ରେ ବରାବର କଲା ନ୍ୟୁଜିଲାଣ୍ଡ

ହାମିଲଟନ,୧୭ା୩: ଡେଭନ କନଓ୍ବେଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୬୮ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ…

ବଟେଶ୍ୱରକୁ ସଂଯୋଗ ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ

ଗଞ୍ଜାମ,୧୭ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ବଟେଶ୍ୱର ପୀଠରୁ ୧୬ନଂ. ଜାତୀୟ ରାଜପଥକୁ ସଂଯୋଗ ନିମନ୍ତେ ନିର୍ମାଣଧୀନ ରାସ୍ତା କାର୍ଯ୍ୟ…

ରୋହିତଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ସ୍ବତନ୍ତ୍ର ପ୍ଲାନ! କେମିତି ଖେଳିବେ ସେ ନେଇ ସ୍ପଷ୍ଟ କଲେ ହେଡ୍‌ କୋଚ୍‌

ମୁମ୍ବାଇ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପାଇଁ ପ୍ରସ୍ତୁତି ଏବେ ଜୋରଦାର ଚାଲିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା…

ଚାଷୀ ଆଣିଲେ ବଡ଼ ଅଭିଯୋଗ

ବଞ୍ଚୋ,୧୭ା୩(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର କ୍ଷୁଦ୍ରଜଳସେଚନ ଅଧୀନ ପାଇକଚାଟ୍ରା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନେଇ ଗୁରୁତର ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ପାଣି ପଞ୍ଚାୟତ ଗଠନରେ ଅଣଚାଷୀମାନଙ୍କୁ…

ଏପ୍ରିଲ ୧୫ରୁ ଏସବୁ ବ୍ୟାଙ୍କ ଆକାଉଣ୍ଟ ବନ୍ଦ, ଖାତାରେ ଟଙ୍କା ଥିଲେ…

ନୂଆଦିଲ୍‌ଲୀ,୧୭।୩: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଯେଉଁ ଆକାଉଣ୍ଟଗୁଡ଼ିକ ଦୀର୍ଘ ସମୟ ଧରି ନିଷ୍କ୍ରିୟ ଅଛନ୍ତି ବିଶେଷକରି, ସେହି ଆକାଉଣ୍ଟଗୁଡ଼ିକୁ ‘ଇନ ଆକ୍ଟିଭ’ ଭାବରେ ବର୍ଗୀକୃତ କରାଯାଇଛି।…

ପାକିସ୍ତାନର ଏୟାରଷ୍ଟ୍ରାଇକ୍‌କୁ ନେଇ ଚାଇନାର ବଡ଼ ବୟାନ, ଯୁଦ୍ଧ ଭିତରେ ଚମକି ପଡିଲା ବିଶ୍ୱ!

ବେଜିଂ,୧୭।୩: ଆଫଗାନିସ୍ତାନର କାବୁଲରେ ପାକିସ୍ତାନୀ ସାମରିକ ଆକ୍ରମଣ ପରେ ପରିସ୍ଥିତି ଏତେ ଗମ୍ଭୀର ହୋଇଯାଇଛି। ଯାହାଯୋଗୁ ପାକ୍‌ର ଘନିଷ୍ଠ ସହଯୋଗୀ ଚାଇନା ମଧ୍ୟ ଚୁପ ରହିପାରି ନାହିଁ।…

ବିଦ୍ୟାଳୟ ପାଠାଗାର ବହିକିଣା ଅନିୟମିତତା ପ୍ରସଙ୍ଗ: ଆର୍‌ଟିଆଇ ଆବେଦନ ପରେ …

ନନ୍ଦପୁର,୧୭ା୩ (ତୁଷାର କାନ୍ତ ମହାନ୍ତି)-ଏକ ନିର୍ଦ୍ଦିଷ୍ଟ ପ୍ରକାଶନ ସଂସ୍ଥାରୁ ସ୍କୁଲ ପରିଚାଳନା କମିଟିର ଅଜାଣତରେ ବିଦ୍ୟାଳୟ କମ୍ପୋଜିଟ ପାଣ୍ଠିରେ ପାଠାଗାର ବହି କିଣାରେ ଅନିୟମିତତା ପ୍ରସଙ୍ଗ ନେଇ…

ଦାରିଙ୍ଗବାଡ଼ିରେ ପ୍ରବଳ କୁଆପଥର ବର୍ଷା, କଳା ମିଚିମିଚି ପିଚୁ ରାସ୍ତାରେ କୁଆପଥର

ଦାରିଙ୍ଗବାଡି,୧୭।୩(ଅରୁଣ ସାହୁ ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ମଙ୍ଗଳବାର ସମ୍ପୂର୍ଣ୍ଣ କଶ୍ମୀରର ଭ୍ରମ ସୃଷ୍ଟି କରିଛି। କାଳ ବୈଶାଖୀ ପ୍ରଭାବରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ମାତ୍ରାରେ କୁଆପଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri