Categories: ଫୁରସତ

ବିବାହ କଲେ ଭିଡିଓ ଗେମ୍‌ ଗର୍ଲଫ୍ରେଣ୍ଡକୁ

ଭିଡିଓ ଗେମ୍‌ ଖେଳିବାକୁ ଅନେକେ ପସନ୍ଦ କରନ୍ତି। କେହି କେହି ତ ଏହି ଗେମ୍‌ ଖେଳିବାବେଳେ ସେହି ଦୁନିଆରେ ହିଁ ହଜିଯାନ୍ତି। ଭୁଲିଯାଆନ୍ତି ନିଜର ବାସ୍ତବିକ ଦୁନିଆକୁ। କହିବାକୁ ଗଲେ ସେମାନେ ହୋଇଯା’ନ୍ତି ଆଡିକ୍ଟେଡ୍‌। ଆଉ ସେହି ଅବାସ୍ତବ ଦୁନିଆ ତାଙ୍କ ପାଇଁ ସବୁକିଛି ପାଲଟିଯାଏ। ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ଜାପାନର ‘ସାଲ ୯୦୦୦’ ନାମକ ଜଣେ ବ୍ୟକ୍ତି। ନିନ୍‌ଡେଣ୍ଡୋ ଡିଏସ୍‌ ଭିଡିଓ ଗେମ୍‌, ଯାହାକି ଲଭ୍‌ ପ୍ଲସ୍‌ ଭାବେ ପରିଚିତ ସେ ତାରି ପାଇଁ ପାଗଳ। ଆଉ ଏମିତି ପାଗଳ ଯେ, ଗେମ୍‌ର ଏକ ସୁନ୍ଦର ଝିଅ କ୍ୟାରେକ୍ଟର ‘ନେନେ ଆନେଗସ୍‌କି’ କୁ ଭଲ ପାଇ ବସିଛନ୍ତି। ଖାଲି ସେତିକି ନୁହେଁ, ସେହି ଭର୍ଚୁଆଲ ଗର୍ଲଫ୍ରେଣ୍ଡକୁ ବିବାହ ବି କରିଛନ୍ତି। ଟୋକିଓ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲଜିରେ ହୋଇଥିବା ଏହି ବିବାହରେ ଜଣେ ପୁରୋହିତ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ। ବିବାହର ଲାଇଭ୍‌ ଟେଲିକାଷ୍ଟ ଜାପାନର ପପୁଲାର ଭିଡିଓ ଶେରିଂ ଓ୍ବେବସାଇଟ୍‌ ‘ନିକୋ ନିଜୋ ଦୁଗା’ରେ ହୋଇଥିଲା। ଆଉ ଅନେକ ଲୋକ ଅନ୍‌ଲାଇନ୍‌ରେ ଏହାକୁ ଦେଖିଥିଲେ। ଏହି ଅଜବ ବିବାହର ଆନନ୍ଦ ଉଠାଇଥିଲେ।

Share