ଭିନ୍ନ ଜାତିରେ ବିବାହ କରିଥିଲେ, ମୃତଦେହ ଛୁଇଁଲାନି ଜାତି ସମାଜ: ମଶାଣିରେ ପୋତିଲେ ସ୍ବେଚ୍ଛାସେବୀ

ଦେବଗଡ଼,୨ା୭(ଶଶାଙ୍କ ଶେଖର ଝାଙ୍କର):ଭିନ୍ନ ଜାତିରେ ବିବାହ କରିଥିବାରୁ ମୃତଦେହ ଛୁଇଁଲେନି ଜାତି ସମାଜର ଜନସାଧାରଣ। ପ୍ରାୟ ୩ ଘଣ୍ଟା ମୃତଦେହ ପଡ଼ିରହିବା ପରେ ସ୍ବେଚ୍ଛାସେବୀମାନେ ବୋହିନେଇ ମଶାଣିରେ ପୋତିଛନ୍ତି। ମଙ୍ଗଳବାର ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଟାଇଁସର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜରେଇକେଲା ଗ୍ରାମରେ।
ସୂଚନା ଅନୁଯାୟୀ, ଜରେଇକେଲା ଗ୍ରାମର ଲୋକନାଥ ମହାକୁଳ ବାସନ୍ତୀ ନାମ୍ନୀ ଜଣେ ଭିନ୍ନ ଜାତିର ଯୁବତୀଙ୍କୁ ପ୍ରେମ ବିବାହ କରି ସାମାଜିକ କଟକଣାର ସମ୍ମୁଖୀନ ହୋଇଥିଲେ। ସମୟ ଗଡ଼ିବା ସହିତ ଉଭୟଙ୍କ ବୟସ ମଧ୍ୟ ବଢ଼ିଚାଲିଥିଲା। ପ୍ରାୟ ୩/୪ ବର୍ଷ ପୂର୍ବେ ବାର୍ଦ୍ଧକ୍ୟଜନିତ ରୋଗରେ ଲୋକନାଥଙ୍କ ମୃତ୍ୟୁ ଘଟିଥିଲା। ତେବେ ସେମାନଙ୍କର କୌଣସି ସନ୍ତାନ ନ ଥିବାବେଳେ ବାର୍ଦ୍ଧକ୍ୟଜନିତ ଦୁର୍ବଳତା କାରଣରୁ କୌଣସି କାମ କରିପାରୁ ନ ଥିଲେ ୮୦ ବର୍ଷୀୟା ବୃଦ୍ଧା ବାସନ୍ତୀ। ଫଳରେ ସେ ମାଗିକରି ଚଳିବା ସହିତ ସରକାରଙ୍କ ପକ୍ଷରୁ ମିଳିଥିବା ଆବାସ ଗୃହରେ ଏକାକୀ ରହୁଥିଲେ। କିଛିମାସ ହେବ ସେ ଶଯ୍ୟାଶାୟୀ ହୋଇପଡିବାରୁ ବଞ୍ଚତ୍ବା ପାଇଁ ପଡ଼ୋଶୀଙ୍କ ସହାୟତା ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥିଲେ। ତାଙ୍କର ଜଣେ ପଡ଼ୋଶୀ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ତାଙ୍କ ଘରକୁ ଖାଦ୍ୟ ଆଣି ଆସିଥିବାବେଳେ ଘର ଚଟାଣରେ ବାସନ୍ତୀଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ଏନେଇ ସେ ଉକ୍ତ ଗ୍ରାମର ପୂର୍ବତନ ସମିତି ସଭ୍ୟ ବଳରାମ ଗଡ଼ନାୟକଙ୍କ ସମେତ ଗ୍ରାମବାସୀ ଏବଂ ବୃଦ୍ଧାଙ୍କ ଜାତି ସମାଜ ଲୋକଙ୍କୁ ଜଣାଇଥିଲେ। ତେବେ ଜାତି ସମାଜ ଲୋକେ ବାସନ୍ତୀଙ୍କ ମୃତଦେହ ଛୁଇଁବାକୁ ମନା କରିଦେଇଥିେଲେ। ଏଭଳି ପରିସ୍ଥିତିରେ ପୂର୍ବତନ ସମିତି ସଭ୍ୟ ଗଡ଼ନାୟକ କୌଣସି ଉପାୟ ନ ପାଇ ସ୍ବେଚ୍ଛାସେବୀ ଅକ୍ଷୟ ସାହୁଙ୍କ ସହାୟତା ଲୋଡ଼ିଥିଲେ। ସ୍ବେଚ୍ଛାସେବୀ ସାହୁଙ୍କ ସମେତ ସ୍ବେଚ୍ଛାସେବୀ ବିପ୍ରଚରଣ ଜୟପୁରିଆ, ପ୍ରସନ୍ନ ଧଳ, ବିନୋଦ ବରୁଆ, ଟୁନା ବେହେରା, ରମେଶ ନାୟକ, ସଞ୍ଜୟ କିଣ୍ଡୋ ପ୍ରମୁଖ ଉକ୍ତ ଗ୍ରାମରେ ପହଞ୍ଚତ୍ଥିଲେ। ଅନୁରୂପ ଭାବେ ସୂଚନା ପାଇ ଦେବଗଡ଼ସ୍ଥିତ ଭୀମ ଆର୍ମୀର ସ୍ବେଚ୍ଛାସେବୀ ରିଙ୍କୁ ବେହେରା, ପରମାନନ୍ଦ କୁସୁମ, ବିକାଶ ରଣଜିତ୍‌, ସୁନୀଲ ନାଏକ ଓ କେଦାର ରଣା ସେଠାରେ ପହଞ୍ଚତ୍ଥିଲେ। ପୂର୍ବତନ ସମିତି ସଦସ୍ୟ ଗଡ଼ନାୟକଙ୍କ ସହାୟତାରେ ଜେସିବି ସହାୟତାରେ ଗ୍ରାମ ମଶାଣିରେ ଗାତ ଖୋଳାଯାଇଥିଲା। ପରେ ଉପରୋକ୍ତ ସ୍ବେଚ୍ଛାସେବୀ ପ୍ରବଳ ବର୍ଷା ସତ୍ତ୍ୱେ ଅପରାହ୍ନ ପ୍ରାୟ ୨ଟାରେ ବାସନ୍ତୀଙ୍କ ମୃତଦେହକୁ କଦଳୀଗଛରେ ସୁସଜ୍ଜିତ ଏକ ଖଟ ଦ୍ୱାରା ମଶାଣିକୁ ଆଣି ଗାତରେ ପୋତି ଦେଇଥିଲେ। ସ୍ବେଚ୍ଛାସେବୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri