Posted inଜାତୀୟ

ବିବାହ ଦ୍ୱାରା ଧର୍ମାନ୍ତରୀକରଣ ନିୟମ ହଟୁ : ସୁପ୍ରିମ୍‌କୋର୍ଟରେ ଗୁଜରାଟ ସରକାରଙ୍କ ସତ୍ୟପାଠ…

ନୂଆଦିଲ୍ଲୀ,୪।୧୨ : ବାଧ୍ୟତାମୂଳକ ଧର୍ମାନ୍ତରୀକରଣ ପ୍ରସଙ୍ଗରେ ଗୁଜରାଟ ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। ଦେଶରେ ଧର୍ମାନ୍ତରୀକରଣ ବିରୁଦ୍ଧରେ କଡା ଆଇନ ପ୍ରଣୟନ କରିବାକୁ ସରକାର ମଧ୍ୟ ସମର୍ଥନ କରିଛନ୍ତି। ଲୋଭ, ପ୍ରଲୋଭନ, ଧମକ ଦ୍ୱାରା ବାଧ୍ୟତାମୂଳକ ଧର୍ମାନ୍ତରୀକରଣ ବିରୋଧରେ ରାଜ୍ୟ ବିଧାନସଭା ଏକ ଆଇନ ପ୍ରଣୟନ କରିଛି ବୋଲି ମଧ୍ୟ ସରକାର କହିଛନ୍ତି।

ଏହା ସହିତ ଗୁଜରାଟ ସରକାର ମଧ୍ୟ ସର୍ବୋଚ୍ଚ ଅଦାଲତକୁ ଗୁଜରାଟ ହାଇକୋର୍ଟଙ୍କ ଧାର୍ମିକ ସ୍ବାଧୀନତା ଅଧିନିୟମ, ୨୦୦୩ର ଧାରା ୫ ଉପରୁ ରୋକ ହଟାଇବାକୁ ଦାବି କରିଛନ୍ତି। ଯେଉଁଥିରେ କୁହାଯାଇଛି ଯେ ବିବାହ ମାଧ୍ୟମରେ ଧର୍ମାନ୍ତରୀକରଣ ପାଇଁ ଜଣେ ମାଜିଷ୍ଟ୍ରେଟଙ୍କ ଅନୁମତି ବାଧ୍ୟତାମୂଳକ ହେବ। ଗୁଜରାଟ ସରକାର କହିଛନ୍ତି ଯେ ହାଇକୋର୍ଟଙ୍କ ଷ୍ଟେ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ପିଟିଶନ ରାଜ୍ୟ ସରକାର ଦାଖଲ କରିଛନ୍ତି।

ନଭେମ୍ବର ୧୪ ରେ ବରିଷ୍ଠ ଆଡଭୋକେଟ ଅଶ୍ୱିନୀ ଉପାଧ୍ୟାୟଙ୍କର ଜନସ୍ବାର୍ଥ ମାମଲା ଶୁଣାଣି ବେଳେ ସୁପ୍ରିମକୋର୍ଟ ଧର୍ମାନ୍ତରୀକରଣ ଉପରେ କଠୋର ମନ୍ତବ୍ୟ ଦେଇଥିଲେ। ଜଷ୍ଟିସ ଏମଆର ଶାହାଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଥିଲେ ଯେ ଧର୍ମର ସ୍ବାଧୀନତା ଥାଇପାରେ, କିନ୍ତୁ ବାଧ୍ୟତାମୂଳକ ଧର୍ମାନ୍ତରୀକରଣ କରିବାର ସ୍ବାଧୀନତା ନାହିଁ। ସମ୍ବିଧାନ ଅନୁଯାୟୀ ଧର୍ମାନ୍ତରୀକରଣ ଆଇନଗତ, କିନ୍ତୁ ଏହାକୁ ବାଧ୍ୟତା ମୂଳକ ଭାବେ କରାଯାଇପାରିବ ନାହିଁ। ଏଥିସହିତ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି କହତଥିଲେ। ଏହି ମାମଲାରେ କୋର୍ଟ କେନ୍ଦ୍ର ସରକାରଙ୍କୁ ଏହାର ଜବାବ ଦାଖଲ କରିବାକୁ କହିଥିଲେ।

କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଭାରତର ସମ୍ବିଧାନ ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ ଧର୍ମକୁ ମୁକ୍ତ ଭାବରେ ପାଳନ କରିବାର ଅଧିକାର ଦେଇଥାଏ। ଅବଶ୍ୟ, ଏଥିରେ ଅନ୍ୟ ଲୋକଙ୍କୁ ଏକ ନିର୍ଦ୍ଦିଷ୍ଟ ଧର୍ମରେ ଧର୍ମାନ୍ତରୀକରଣ କରିବା କ୍ଷେତ୍ରରେ କାହାର ମୌଳିକ ଅଧିକାର ଅନ୍ତର୍ଭୁକ୍ତ ନାହିଁ। ତେଣୁ, ଅର୍ଥନନୈତିକ ଏବଂ ସାମାଜିକ ଦୃଷ୍ଟିରୁ ପଛୁଆ ତଥା ସମାଜର ଦୁର୍ବଳ ବର୍ଗର ମହିଳାଙ୍କ ଅଧିକାରର ସୁରକ୍ଷା ପାଇଁ ବେଆଇନ ଧର୍ମାନ୍ତରୀକରଣ ବିରୁଦ୍ଧରେ ଏକ କଠୋର ଆଇନ ଆବଶ୍ୟକ।

 


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri