ମଣ୍ଡି ଖୋଲିନି, ରାସ୍ତା ଉପରେ ଧାନ: ବଢୁଛି ଧାନ ଅଭାବୀ ବିକ୍ରି ଆଶଙ୍କା

ବରଗଡ଼, ୪ା୧୧(ପ୍ରେମାନନ୍ଦ ଖମାରୀ/ ଯୁଧିଷ୍ଠିର ମହାପାତ୍ର):ବରଗଡ଼ ଜିଲା ରାଜ୍ୟର ଭାତହାଣ୍ଡି। ଏହି ଜିଲାରେ ରାଜ୍ୟରୁ ଅଧିକ ଧାନ ଉତ୍ପାଦନ ପାଇଁ ବରଗଡ଼ ଏପରି ଆଖ୍ୟା ପାଇଛି l ହେଲେ ଜିଲାର ଚାଷ ଏବଂ ଚାଷୀଙ୍କ ସମସ୍ୟା ଏବେ ମଧ୍ୟ ଅସମାହିତ ରହିଛି l ବର୍ତ୍ତମାନ ଜିଲାରେ ଖରିଫ ଧାନ ଅମଳରୁ ଏହା ଆପେ ବାରି ହୋଇପଡୁଛି। ଚାଷୀମାନେ ଧାନ ଅମଳ ଆରମ୍ଭ କଲେଣି। କଟା ଧାନ କ୍ଷେତରେ ପଡ଼ିଥିବା ବେଳେ ଅମଳ ଧାନ ଖଳାରେ ପଡ଼ିଛି। ଏଥିରୁ ଗ୍ରାମାଞ୍ଚଳ ରାସ୍ତା ଘାଟଠାରୁ ଜାତୀୟ ରାଜପଥ ବି ବାଦ୍‌ ପଡ଼ିନାହିଁ। ବରଗଡ଼-ସମ୍ବଲପୁର ୫୩ ନମ୍ବର ଜାତୀୟ ରାଜପଥରୁ ଏହା ପରିଲକ୍ଷିତ ହୋଇଛି। ଏହି ରାଜପଥର କଳାପାଣି, ଅତାବିରା, ସରଣ୍ଡା ଆଦି ସ୍ଥାନରେ ଚାଷୀମାନେ ଅମଳ ଧାନ ଶୁଖାଇଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଏ ପର୍ଯ୍ୟନ୍ତ ଜିଲାର ମଣ୍ଡିଗୁଡ଼ିକ ଖୋଲିବା ତ ଦୂରର କଥା ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ମଧ୍ୟ ବସିପାରି ନାହିଁ। ଏହାକୁ ନେଇ ଜିଲାରେ ବର୍ତ୍ତମାନ ନାନା ଚର୍ଚ୍ଚା ଚାଲିଛି। ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ ବିଳମ୍ବ ହୋଇଥିବା କେତେକେ କହୁଥିବା ବେଳେ ଜିଲାର ଅନେକ ଚାଷୀ ଧାନ ବିକ୍ରି ପଞ୍ଜୀକରଣରୁ ବାଦ ପଡ଼ିଥିବାରୁ ପ୍ରସ୍ତୁତି ବୈଠକ ବିଳମ୍ବ ହେଉଥିବା କିଛି ଲୋକ କହୁଛନ୍ତି। କିନ୍ତୁ ବିଗତ ବର୍ଷଗୁଡିକର ଧାନ ସଂଗ୍ରହ ପ୍ରକ୍ରିୟାକୁ ଏବଂ ସାମ୍ପ୍ରତିକ ପରିସ୍ଥିତିକୁ ଅନୁଧ୍ୟାନ କଲେ ନୂଆପଡ଼ା ଉପନିର୍ବାଚନ ପାଇଁ ଖରିଫ ଧାନ ସଂଗ୍ରହ ବୈଠକ ଅଟକି ଯାଇଛି ବୋଲି ସାଧାରଣରେ ଆଲୋଚନା ହୋଉଛି।
ସରକାରଙ୍କ ବିଗତ ଗାଇଡ୍‌ଲାଇନ ଅନୁଯାୟୀ ରାଜ୍ୟରେ ନଭେମ୍ବର ମାସ ପହିଲାରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଏହି କ୍ରମରେ ରାଜ୍ୟର ଜିଲାଗୁଡ଼ିକରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅକ୍ଟୋବର ମାସ ଶେଷ ସୁଦ୍ଧା ଜିଲାସ୍ତରୀୟ ଧାନ ସଂଗ୍ରହ ପ୍ରସ୍ତୁତି ବୈଠକ ବସିଥାଏ। ବୈଠକରେ ଜିଲାର ସମସ୍ତ ଜନପ୍ରତିନିଧି ତଥା ଏମ୍‌ପି, ବିଧାୟକ, ଜିଲା ପରିଷଦ ଅଧ୍ୟକ୍ଷଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ, ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ, ସମ୍ପାଦକ, ପ୍ରାଥମିକ କୃଷି ସମବାୟ ସମିତି ଅଧିକାରୀ, ମିଲର୍ସ ଓ ଚାଷୀ ପ୍ରତିନିଧି ଉପସ୍ଥିତ ରହିଥାନ୍ତି। ବୈଠକରେ ଧାନ ସଂଗ୍ରହ ପାଇଁ ନୀତି ନିର୍ଦ୍ଧାରଣ କରାଯାଇଥାଏ। କିନ୍ତୁ ଏବେ ନୂଆପଡ଼ା ଉପନିର୍ବାଚନ ପ୍ରଚାର ଜୋରଦାର ଚାଲିଛି l ଜିଲାର ଏମ୍‌ପି ଏବଂ ବିଧାୟକ ନିଜ ନିଜ ସମର୍ଥିତ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ନୂଆପଡାରେ ଡେରା ପକାଇଛନ୍ତି l ଆସନ୍ତା ୯ ତାରିଖ ସନ୍ଧ୍ୟାରେ ସେଠାରେ ପ୍ରାର୍ଥୀଙ୍କ ପ୍ରଚାର ସରିବ l ଏହି ଦୃଷ୍ଟିରୁ ଏବେ ଧାନ ସଂଗ୍ରହ କମିଟି ବୈଠକ ଡକାଗଲେ ବୈଠକରେ ଏମ୍‌ପି ଓ ବିଧାୟକମାନଙ୍କ ଉପସ୍ଥିତି ସମ୍ଭବ ନୁହେଁ। ଏଭଳି ସ୍ଥିତିରେ ଉପ ନିର୍ବାଚନକୁ ଗୁରୁତ୍ୱ ଦିଆଯାଇ ଧାନ ସଂଗ୍ରହ କମିଟି ବୈଠକକୁ ଜାଣି ଶୁଣି ବିଳମ୍ବିତ କରାଯାଉଛି ବୋଲି ସବୁଠି ଚର୍ଚ୍ଚା ଚାଲିଛି l

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri