ହିରୋ ଜୁମ୍‌ ୧୧୦ ସିସି ସ୍କୁଟରର ବଜାର ପ୍ରବେଶ

ବରଗଡ଼ ଅଫିସ୍‌,୧୮।୨: ବିଶ୍ୱର ଏକ ନମ୍ବର ମୋଟରସାଇକେଲ ନିର୍ମାତା ହିରୋ ମୋଟୋକର୍ପ ପକ୍ଷରୁ ୧୧୦ ସିସି ବିଶିଷ୍ଟ ସ୍କୁଟରର ସ୍କୁଟର ଜୁମ୍‌ର ବଜାର ପ୍ରବେଶ ହୋଇଛି । ଏହି ପରିପ୍ରେକ୍ଷୀରେ ବରଗଡ଼ସ୍ଥିତ ଅଧିକୃତ ବିକ୍ରେତା ଆକାଶ ମୋଟର୍ସ ପରିସରରେ ଏହାର ସ୍ବତନ୍ତ୍ର ବଜାର ପ୍ରବେଶ ପର୍ବ ଅନୁଷ୍ଠିତ ହୋଇଥିଲା। ଯୁବବର୍ଗକୁ ଆଖିରେ ରଖି ହିରୋ ମୋଟୋକର୍ପ ୧୧୦ ସିସି ଇଞ୍ଜିନ ବିଶିଷ୍ଟ ଏହି ନୂତନ ସ୍କୁଟର୍‌ ଜୁମ୍‌ ନିର୍ମାଣ କରିଥିବା ସୂଚନା ଦିଆଯାଇଛି। ଟୁ ହ୍ବିଲର ଇଣ୍ଟଷ୍ଟ୍ରିରେ ପ୍ରଥମଥର ପାଇଁ କର୍ନର ବେଣ୍ଡ୍‌ ଲାଇଟ୍‌ ଯୁକ୍ତ ଏହି ସ୍କୁଟରରେ ବୃହତ୍‌ ଚଉଡ଼ା ଟାୟାର ସହିତ ଫ୍ୟୁଚରଷ୍ଟିକ ଡିଜାଇନ, ଆଡ଼ଭାନ୍ସ ଟେକ୍ନୋଲୋଜି, ବ୍ଲୁଟୁଥ୍‌ କନେକ୍ଟିଭିଟି, ଏଚ୍‌ ସିଗ୍ନେଚର ଏଲଇଡ଼ି ହେଡ୍‌ ଓ ଟେଲ ଲ୍ୟାମ୍ପ ରହିଛି। ବେଷ୍ଟ ଇନ୍‌ କ୍ଲାସ୍‌ ମାଇଲେଜ ଦେଉଥିବା ଏହି ସ୍କୁଟର ୩ଟି ଭେରିଏଣ୍ଟ ତଥା ୫ଟି କଲରରେ ଉପଲବ୍ଧ ହେବ। ଏହାର ବେଶ୍‌ ମୋଡ଼େଲ୍‌ର ଏକ୍ସଶୋରୁମ ମୂଲ୍ୟ ୭୪ହଜାର ୨୯୯ ଟଙ୍କା ରହିଥିବାବେଳେ ଟପ୍‌ ମୋଡ଼େଲର ମୂଲ୍ୟ ୮୨ହଜାର ୪୯୯ ଟଙ୍କା ରହିଛି। ଏହାର ହାଇଟେକ୍‌ ଟେକ୍ନୋଲୋଜି ସାଙ୍ଗକୁ ଦମଦାର୍‌ ଲୁକ୍‌ ଗ୍ରାହକଙ୍କୁ ବେଶ ଆକୃଷ୍ଟ କରିବ ବୋଲି ଆକାଶ ମୋଟର୍ସର ନିର୍ଦ୍ଦେଶକ ଆକାଶ କୁମାର ଅଗ୍ରୱାଲ ଆଶା ପ୍ରକଟ କରିଛନ୍ତି। ଏହି ନୂତନ ସ୍କୁଟରର ବଜାର ପ୍ରବେଶ ପର୍ବରେ ବହୁ ଗ୍ରାହକ, ଫାଇନାନ୍ସ କମ୍ପାନୀ ପ୍ରତିନିଧି, ଶୋରୁମ୍‌ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଶୋରୁମ୍‌ ମ୍ୟାନେଜର ବସନ୍ତ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri