ହିରୋ ଜୁମ୍‌ ୧୧୦ ସିସି ସ୍କୁଟରର ବଜାର ପ୍ରବେଶ

ବରଗଡ଼ ଅଫିସ୍‌,୧୮।୨: ବିଶ୍ୱର ଏକ ନମ୍ବର ମୋଟରସାଇକେଲ ନିର୍ମାତା ହିରୋ ମୋଟୋକର୍ପ ପକ୍ଷରୁ ୧୧୦ ସିସି ବିଶିଷ୍ଟ ସ୍କୁଟରର ସ୍କୁଟର ଜୁମ୍‌ର ବଜାର ପ୍ରବେଶ ହୋଇଛି । ଏହି ପରିପ୍ରେକ୍ଷୀରେ ବରଗଡ଼ସ୍ଥିତ ଅଧିକୃତ ବିକ୍ରେତା ଆକାଶ ମୋଟର୍ସ ପରିସରରେ ଏହାର ସ୍ବତନ୍ତ୍ର ବଜାର ପ୍ରବେଶ ପର୍ବ ଅନୁଷ୍ଠିତ ହୋଇଥିଲା। ଯୁବବର୍ଗକୁ ଆଖିରେ ରଖି ହିରୋ ମୋଟୋକର୍ପ ୧୧୦ ସିସି ଇଞ୍ଜିନ ବିଶିଷ୍ଟ ଏହି ନୂତନ ସ୍କୁଟର୍‌ ଜୁମ୍‌ ନିର୍ମାଣ କରିଥିବା ସୂଚନା ଦିଆଯାଇଛି। ଟୁ ହ୍ବିଲର ଇଣ୍ଟଷ୍ଟ୍ରିରେ ପ୍ରଥମଥର ପାଇଁ କର୍ନର ବେଣ୍ଡ୍‌ ଲାଇଟ୍‌ ଯୁକ୍ତ ଏହି ସ୍କୁଟରରେ ବୃହତ୍‌ ଚଉଡ଼ା ଟାୟାର ସହିତ ଫ୍ୟୁଚରଷ୍ଟିକ ଡିଜାଇନ, ଆଡ଼ଭାନ୍ସ ଟେକ୍ନୋଲୋଜି, ବ୍ଲୁଟୁଥ୍‌ କନେକ୍ଟିଭିଟି, ଏଚ୍‌ ସିଗ୍ନେଚର ଏଲଇଡ଼ି ହେଡ୍‌ ଓ ଟେଲ ଲ୍ୟାମ୍ପ ରହିଛି। ବେଷ୍ଟ ଇନ୍‌ କ୍ଲାସ୍‌ ମାଇଲେଜ ଦେଉଥିବା ଏହି ସ୍କୁଟର ୩ଟି ଭେରିଏଣ୍ଟ ତଥା ୫ଟି କଲରରେ ଉପଲବ୍ଧ ହେବ। ଏହାର ବେଶ୍‌ ମୋଡ଼େଲ୍‌ର ଏକ୍ସଶୋରୁମ ମୂଲ୍ୟ ୭୪ହଜାର ୨୯୯ ଟଙ୍କା ରହିଥିବାବେଳେ ଟପ୍‌ ମୋଡ଼େଲର ମୂଲ୍ୟ ୮୨ହଜାର ୪୯୯ ଟଙ୍କା ରହିଛି। ଏହାର ହାଇଟେକ୍‌ ଟେକ୍ନୋଲୋଜି ସାଙ୍ଗକୁ ଦମଦାର୍‌ ଲୁକ୍‌ ଗ୍ରାହକଙ୍କୁ ବେଶ ଆକୃଷ୍ଟ କରିବ ବୋଲି ଆକାଶ ମୋଟର୍ସର ନିର୍ଦ୍ଦେଶକ ଆକାଶ କୁମାର ଅଗ୍ରୱାଲ ଆଶା ପ୍ରକଟ କରିଛନ୍ତି। ଏହି ନୂତନ ସ୍କୁଟରର ବଜାର ପ୍ରବେଶ ପର୍ବରେ ବହୁ ଗ୍ରାହକ, ଫାଇନାନ୍ସ କମ୍ପାନୀ ପ୍ରତିନିଧି, ଶୋରୁମ୍‌ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଶୋରୁମ୍‌ ମ୍ୟାନେଜର ବସନ୍ତ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri