Categories: ବାଣିଜ୍ୟ

ସୋସିଆଲ ମିଡିଆର ଦାନବ ହେଉଛି ‘ଫେସବୁକ୍‌’ ! ପ୍ରତି ଘଣ୍ଟାରେ ୧୦୦ କୋଟି ବ୍ୟବସାୟ କରୁଛନ୍ତି ଜୁକରବର୍ଗ

ନୂଆଦିଲ୍ଲୀ,୨୮।୧୦: ସୋସିଆଲ ମିଡିଆ ପ୍ଲାଟଫର୍ମରେ ‘ଫେସବୁକ୍‌’ର ଲୋକପ୍ରିୟତା ଅଧିକ। ସାରା ବିଶ୍ୱରେ ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜଣେ ଅନ୍ୟଜଣେ ପରିଚିତଙ୍କ ସହ ଯୋଡ଼ି ହେବାକୁ ଆରମ୍ଭ ହୋଇଥିବା ଏହି ପ୍ଲାଟଫର୍ମ ଆଜିର ସମୟରେ ବ୍ୟବସାୟରେ ବି ଶୀର୍ଷରେ ରହିଛି। ଏକ ଗଣନା ଅନୁଯାୟୀ, ଫେସବୁକ ୯.୧ ଆରବ ଡଲାର ଆୟ କରିଛି। ଏହା ଗତ ବର୍ଷ ଏହି ତୈମାସିକ ଆୟର ୧୭% ଅଧିକ।

ମାସିକ ୨୯୧ କୋଟି ଲୋକ ଫେସବୁକ ବ୍ୟବହାର କରନ୍ତି। ଚଳିତ ବର୍ଷ ଆରମ୍ଭରେ ଏହା କମ୍‌। ଜାନୁୟାରୀ-ମାର୍ଚ୍ଚ ପର୍ଯ୍ୟନ୍ତ ଏହି ସଂଖ୍ୟା ୨୮୫ କୋଟି ଥିଲା। ଏପ୍ରିଲ-ଜୁନରେ ଏହା ବଢ଼ି ୨୯୦ କୋଟି ହୋଇଥିଲା। ସେପ୍ଟେମ୍ବର ମାସରେ ସଂଖ୍ୟା ୨୯୧ କୋଟିର ଟାର୍ଗେଟ ପାର କରିଛି। ସଂଖ୍ୟାକୁ ତୁଳନା କଲେ ପ୍ରତି ତିନି ଜଣରେ ଜଣେ ବ୍ୟକ୍ତି ଫେସବୁକ ବ୍ୟବହାର କରୁଛନ୍ତି।

ଗଣନା ଅନୁଯାୟୀ, ଭାରତରେ ଫେସବୁକ ବ୍ୟବହାରକାରୀଙ୍କ ସଂଖ୍ୟା ଅଧିକ। ଆମେରିକାରେ ଏହି ସଂଖ୍ୟା ୨୦ କୋଟି ଥିବା ବେଳେ ଇଣ୍ଡୋନେସିଆରେ ୧୪ କୋଟି, ବ୍ରାଜିଲରେ ୧୩ କୋଟି ଏବଂ ମେକ୍ସିକୋରେ ୯.୮ କୋଟି ରହିଛି। ତେବେ ଭାରତରେ ଏହି ସଂଖ୍ୟା ୩୪ କୋଟି ରହିଛି।

ଫେସବୁକ ବିଜ୍ଞାପନରୁ ୯୮% ବ୍ୟବସାୟ କରୁଛି। ପ୍ରତି ଘଣ୍ଟାରେ ଦେଖିଲେ କମ୍ପାନୀ ପ୍ରାୟ ୧୦୦ କୋଟି ରୋଜଗାର କରୁଛି। ବର୍ତ୍ତମାନ ସମୟରେ ୬୮,୧୭୭ଜଣଙ୍କୁ ଫେସବୁକ ରୋଜଗାର ଦେଉଛି। ପ୍ରତିବର୍ଷ ଏହା ୨୦% ବୃଦ୍ଧି ପାଉଛି।

Share