ଅତ୍ୟାଧୁନିକ ଆଦର୍ଶ ବସ୍‌ଷ୍ଟାଣ୍ଡ ନେଇ ଜାଗା ଚିହ୍ନଟ

ପଦ୍ମପୁର, ୧୮।୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ଅଧୀନ ଜୁକବନ୍ଧ କଲୋନି ନିକଟରେ ନୂତନ ଭାବେ ଅତ୍ୟାଧୁନିକ ଆଦର୍ଶ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବା ନିମନ୍ତେ ପଦ୍ମପୁର ବ୍ଲକ ପ୍ରଶାସନ ଓ ଜିଲା ପରିବହନ ବିଭାଗ ଜାଗା ଚିହ୍ନଟ କରିଛନ୍ତି। ଯାତ୍ରୀ ପରିବହନ ସେବାକୁ ତ୍ୱରାନ୍ବିତ କରିବାକୁ ରାଜ୍ୟରେ ୧୦୫ଟି ଆଦର୍ଶ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୫୫ ବ୍ଲକସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବ।
କ୍ରମରେ ପଦ୍ମପୁରରେ ମଧ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବ। ପଦ୍ମପୁର ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ପଦ୍ମପୁର ବିଡିଓ ରୀନା ପ୍ରଧାନ, ଜିଲା ବିଜେଡି ଛାତ୍ର ସଭାପତି ପିଙ୍କୁ ପଣ୍ଡା, ପଦ୍ମପୁର ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ସହ ଅଞ୍ଚଳର ବହୁ ବରିଷ୍ଠ ଅଧିକାରୀ ଜୁକବନ୍ଧ କଲୋନି ନିକଟରେ ପ୍ରାୟ ୨ଏକର ୩୦ ସେଣ୍ଟ୍‌ ସରକାରୀ ଜମି ଚିହ୍ନଟ କରିଛନ୍ତି।
ପଦ୍ମପୁର ସହରର ବର୍ଦ୍ଧିତ ଜନସଂଖ୍ୟାକୁ ଦେଖି ସ୍ଥାନୀୟ ଲୋକେ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ଦାବି କରୁଥିଲେ। ପଦ୍ମପୁର ସହରଟି ବ୍ରହ୍ମପୁର, ମାଲକାନଗିରି, ଗୁଣପୁର, ପାରଳାଖେମୁଣ୍ଡି, ରାୟଗଡ଼ା, ଗୁଡ଼ାରୀ ଭଳି ଅଞ୍ଚଳକୁ ଯିବାକୁ କେନ୍ଦ୍ରସ୍ଥଳୀ। ସହରର ପୁରାତନ ବସ୍‌ଷ୍ଟାଣ୍ଡଟି ସଂକୀର୍ଣ୍ଣ ଓ ଗାଡ଼ି ରଖିବାକୁ ସେଭଳି ସ୍ଥାନ ନ ଥିବା ଯୋଗୁ ରାତ୍ରିକାଳୀନ ବସ୍‌ଗୁଡିକ ପଦ୍ମପୁର ସହରକୁ ନ ଯାଇ ବାଇପାସ୍‌ ରାସ୍ତା ଦେଇ ଯାଉଥିଲା। ପୁରୁଣା ବସ୍‌ଷ୍ଟାଣ୍ଡରେ ମଧ୍ୟ କୌଣସି ଗାଡ଼ ରହୁ ନ ଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେଣୁ ନୂତନ ଆଦର୍ଶ ବସ୍‌ଷ୍ଟାଣ୍ଡ ତିଆରିକୁ ନେଇ ଲୋକେ ଏବେ ବେଶ୍‌ ଖୁସି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri