ସାମୁଦ୍ରିକ କଟକଣା ହଟିଲା: ଡଙ୍ଗା ମଙ୍ଗ ପୂଜାର୍ଚ୍ଚନା ପରେ ମତ୍ସ୍ୟଜୀବୀଙ୍କ ସଜବାଜ

ମହାକାଳପଡ଼ା,୧୫।୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ସାଢ଼େ ୭ ମାସ ଅର୍ଥାତ୍‌ ୨୦୨୪ ନଭେମ୍ବର ପହିଲାରୁ ୨୦୨୫ ଜୁନ୍‌ ୧୫ ତାରିଖ ପର୍ଯ୍ୟନ୍ତ ସାମୁଦ୍ରିକ କଟକଣା ଜାରି କରାଯାଇଥିଲା। ରବିବାର ଏହି କଟକଣା ହଟିବ। ଏଥିପାଇଁ ଶନିବାର ସ୍ଥାନୀୟ ମତ୍ସ୍ୟଜୀବୀମାନେ ଡଙ୍ଗା ମଙ୍ଗ ପୂଜା କରିବା ପରେ ଜାଲ ଧରି ସମୁଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବେ ବୋଲି କହିଛନ୍ତି । ଏହି ବ୍ଲକ୍‌ ଅଧୀନ ବତୀଘର, ଖରିନାସୀ, ରାମନଗର, ପେଟଛେଲା, ଜମ୍ବୁ , ସୁନିତି , ତନ୍ତିଆପାଳ , ବଉଳ କଣି ଆଦି ପଞ୍ଚାୟତର ପ୍ରାୟ ୧୦ ହଜାର ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ସମୁଦ୍ର ଉପରେ ନିର୍ଭର କରନ୍ତି। ଗହୀରମଥାରେ ଅଲିଭରିଡ଼ଲେ କଇଁଛଙ୍କ ଅଣ୍ଡାଦାନ ଯୋଗୁ ଏହି କଟକଣା ଜାରି କରାଯାଇଥିଲା। ସେହି କଇଁଛମାନେ ଇତିମଧ୍ୟରେ ସେମାନଙ୍କ ମୂଳସ୍ଥାନକୁ ଫେରୁଛନ୍ତି।ଏଥିପାଇଁ ଗହୀରମଥାରେ ବର୍ଷ ସାରା ପ୍ରବେଶ କଟକଣା ଲାଗୁ କରାଯାଇଥିଲା। କୂଳଠାରୁ ୨୦ କିମି ଦୂର ସମୁଦ୍ର ପର୍ଯ୍ୟନ୍ତ କୋର୍‌ ଜୋନରେ ପ୍ରବେଶ କଟକଣା ରହିଛି। ୨୦ କିମି ପରେ ବଫର ଜୋନ ରହିଛି। ସେହିପରି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମହାନଦୀ ମୁହାଣଠାରୁ ଧାମରା ମୁହାଣ ୧୪୩୫ ବର୍ଗମାଇଲ ବିସ୍ତାର ହୋଇଛି। ଏହି ନିଷିଦ୍ଧ ଅଞ୍ଚଳରେ ପ୍ରବେଶ ନ କରିବା ପାଇଁ ବନ ବିଭାଗ ପକ୍ଷରୁ ଅତ୍ୟାଧୁନିକ କାରିଗରି କୌଶଳରେ ୧୪ଟି ସୀମା ଚିହ୍ନଟ ଭାସମାନ ବଇଁଆ ସ୍ଥାପନ କରାଯାଇଛି। ଏହି ନିଷିଦ୍ଧ ଅଞ୍ଚଳରେ ବର୍ଷସାରା ପ୍ରବେଶ କଟକଣା କରାଯାଇଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ବିଶେଷ କରି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବିଭିନ୍ନ ପ୍ରଜାତିର ମୂଲ୍ୟବାନ ମାଛ ପଡୁଥିବାରୁ ଟ୍ରଲର ଓ ବୋଟ୍‌ ମାଲିକମାନଙ୍କ ଲୋଲୁପ ଦୃଷ୍ଟି ରହିଛି। ବନ ବିଭାଗ କର୍ମଚାରୀଙ୍କୁ ଚକମା ଦେଖାଇ ଟ୍ରଲର ମାଲିକମାନେ ବେଆଇନ ଭାବେ ସେହି ଅଞ୍ଚଳକୁ ପ୍ରବେଶ କରି ମୂଲ୍ୟବାନ ମାଛ ଧରୁଥିବା ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଧିକାରୀ କପିଳ ଚନ୍ଦ୍ର ପ୍ରଧାନ କହିଛନ୍ତି, କଟକଣା ହଟିବା ପରେ କୌଣସି ମତ୍ସ୍ୟଜୀବୀ ବେଆଇନ ଭାବେ ନିଷିଦ୍ଧାଞ୍ଚଳକୁ ପ୍ରବେଶ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri