ଭାଗ୍ୟ ବଦଳାଇ ଦେଉଛି ସାମୁଦ୍ରିକ ମାଛ,୯୦ଟି ତେଲିଆ ମାଛକୁ ୧କୋଟିରେ ବିକ୍ରି

ଭୋଗରାଇ, ୧୨।୧୦,( ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛି ୯୦ଟି ବିରଳ ପ୍ରଜାତିର ତେଲିଆ ନାମିତ ଶୀଳା ମାଛ। ଦୀଘା ମୁହାଣ ଆନ୍ତର୍ଜାତିକ ମାଛ ମାର୍କେଟକୁ ରବିବାର ସକାଳ ଏହି ମାଛ ନିଲାମ ପାଇଁ ଆସିଥିଲା। ଏହି ବିରଳ ପ୍ରଜାତିର ତେଲିଆ ମାଛ ପ୍ରତ୍ୟେକ ଓଜନ ୩୦କେଜିରୁ ୩୫ କେଜି ପର୍ଯ୍ୟନ୍ତ ହୋଇଥିବାବେଳେ ମାଛ କେଜି ପ୍ରତି ୧୩ ହଜାର ୫ ଶହ ଟଙ୍କାରେ ନିଲାମ ଡାକ ହୋଇ ଶେଷରେ ୧ କୋଟି ପର୍ଯ୍ୟନ୍ତ କଲିକତାର ଏକ କମ୍ପାନୀ କିଣିଥିବା ସୂଚନା ମିଳିଛି। ସୂଚନାନୁଯାୟୀ ,ଏହି ମାଛର ବ୍ଲାଡରରେ ଦାମୀ ଔଷଧ ଓ ଏକ ପ୍ରକାର ସୁତା ବାହାରୁଥିବାରୁ ମଣିଷ ଅପରେଶନରେ ବ୍ୟବହୃତ ହେଉଥିବା ଦୃଷ୍ଟିରୁ ବିଦେଶରେ ଏହାର ଯଥେଷ୍ଟ ଚାହିଦା ରହିଛ। ମାଛର ମେଲ ଓ ଫିମେଲ ଦେଖି ଏବଂ ଅଧିକ ଓଜନ ଅନୁସାରେ ମାଛର ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ ବୋଲି ମତ୍ସ୍ୟ ବେପାରୀମାନେ ପ୍ରକାଶ କରିଛନ୍ତି। ଏହି ମାଛ ଗୁଡିକୁ ଦେଖିବାନିମନ୍ତେ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିଲା। ମାଛ ବିକ୍ରୀକୁ ନେଇଁ ଉକ୍ତ ଟ୍ରଲର ମାଲିକ ଓ ତାଙ୍କ ମତ୍ସ୍ୟଜୀବୀମାନେ ଖୁସି ବ୍ୟକ୍ତ କରିଛନ୍ତି। ସୂଚନାନୁଯାୟୀ, ଗତ ୧୯ ଜୁନରେ ଏକ ଟ୍ରଲରେ ୨୯ ଟି ତେଲିଆ ସାମୁଦ୍ରିକ ମାଛକୁ ଦୀଘା ମାଛ ମାର୍କେଟରେ ୩୩ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିଲା।

 

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

New Rules 1 February 2026: ବଜେଟ ପୂର୍ବରୁ ସିଗାରେଟଠାରୁ LPG ପର୍ଯ୍ୟନ୍ତ ବଢିଲା ଏସବୁର ଦର

ନୂଆଦିଲ୍ଲୀ,୧।୨: ପ୍ରତି ମାସରେ, ପ୍ରତ୍ୟେକ ମାସର ପ୍ରଥମ ତାରିଖରେ କିଛି ପରିବର୍ତ୍ତନ ଘଟେ, ଯାହା ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇଥାଏ। ରବିବାର ଅର୍ଥାତ…

ଇତିହାସ ରଚିବେ ସୀତାରାମନ୍‌, ଶସ୍ତା ହୋଇପାରେ ଏସବୁ ଜିନିଷ!

ନୂଆଦିଲ୍‌ଲୀ,୧।୨: କୋଟି କୋଟି ଦେଶବାସୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆଜି ସଂସଦରେ ଦେଶର ବାର୍ଷିକ ଖର୍ଚ୍ଚ ଖୋଲିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସକାଳ ୧୧ଟାରେ ଲୋକ ସଭାରେ…

Union Budget 2026-27: ପ୍ରଥମଥର ରବିବାର ବଜେଟ ଭାଷଣ, ସୀତାରାମନ୍‌ଙ୍କ ୯ମ ବଜେଟ

ନୂଆଦିଲ୍ଲୀ,୧।୨: ରବିବାର ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହେବ। ଇତିହାସରେ ପ୍ରଥମ ଥର ପାଇଁ, ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣ ରବିବାର ପ୍ରଦାନ…

ଜଙ୍ଗଲରେ ଲୁଚିଥିଲେ ସିପୁ: ଏନକାଉଣ୍ଟର କଲା ପୋଲିସ

ଭୁବନେଶ୍ୱର,୧।୨: କେନ୍ଦୁଝର ବଡ଼ବିଲରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାରଙ୍କୁ ଏନକାଉଣ୍ଟର କଲା ବଡ଼ବିଲ ପୋଲିସ। ଓଡ଼ିଶା-ଝାଡ଼ଖଣ୍ଡ ସିମା ଟାଙ୍କୁରା ଜଙ୍ଗଳରେ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି।…

Budget 2026: ରବିବାର ଛୁଟି ବାତିଲ! ବଜେଟ ସହିତ ଖୋଲିବ ଶେୟାର ବଜାର

ନୂଆଦିଲ୍ଲୀ,୧।୨: ରବିବାର ଦେଶର ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଏହା ରବିବାର। ସାଧାରଣତଃ, ଶନିବାର ଏବଂ ରବିବାର ଷ୍ଟକ ବଜାର ବନ୍ଦ ରହିଥାଏ, କିନ୍ତୁ ଏହି…

ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌…

ଏପ୍‌ଷ୍ଟିନ୍‌ ଫାଇଲ୍‌ରେ ମୀରା ନାୟାର

ଓ୍ବାଶିଂଟନ,୧।୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍‌ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି। ଏପ୍‌ଷ୍ଟିନ୍‌ଙ୍କ…

ଗାଜାରେ ଇସ୍ରାଏଲୀ ଆକ୍ରମଣ: ୨୯ ମୃତ

ଡେଇର ଅଲ୍‌-ବଲାହ,୧।୨: ଇସ୍ରାଏଲ୍‌- ଗାଜା ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ଗତବର୍ଷ ଅକ୍ଟୋବରରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଗାଜା ଉପରେ ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri