କାର୍‌ରୁ ଗଞ୍ଜେଇ ଜବତ

ସୋରଡ଼ା,୧୮।୫( ଡ଼ିଏନଏ): ବ୍ରହ୍ମପୁର ଅଭିମୁଖେ ଯାଉଥିବାବେଳେ ଗୋଟିଏ କାର୍‌ରେ ୬୦କେଜିର ଗଞ୍ଜେଇ ଜବତ କରିଛି ପୋଲିସ। ଗଞ୍ଜାମ ଜିଲା ସୋରଡା ଥାନା ଗଜଲବାଡି ରାସ୍ତା ଏନଏଚ ୫୯ ପାଟପଲ୍ଲୀ ଛକରେ ବୁଧବାର ମଧ୍ୟାହ୍ନରେ ପୋଲିସର ଗାଡି ଯାଞ୍ଚ ଚାଲିଥିବା ବେଳେ ଏକ ଟାଟା ଇଣ୍ଡିଗୋ କାର ନଂ-ଓଡି୧୫ସି୭୪୪୪ ଗାଡିଟିକୁ ପୋଲିସ ଅଟକାଇ ସେଥିରୁ ୬୦ କେଜି ଗଞ୍ଜେଇ ଜବତ କରିଛି। ଏଥିସହ ୪ଟି ମୋବାଇଲ ସମେତ ୪ଜଣଙ୍କୁ ଗିରଫ କରିଛି। କେସ ନମ୍ବର ୨୧୭/୨୦୨୩ରେ ମାମଲା ରୁଜୁ କରି ଗୁରୁବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଗିରଫମାନେ କନ୍ଧମାଳ ଜିଲା ପିରିଙ୍ଗୀୟା ଥାନା ଅଞ୍ଚଳର କଳିଆମ୍ବର ଦିଲ୍ଲୀପ କୁମାର ପ୍ରଧାନ ,ସଂଜୀବ ନାୟକ, ଗୁରୁପଡାର ଡ୍ରାଇଭର ପିନ୍ତୁ ପ୍ରଧାନ ଓ ପୁରୁଷୋତ୍ତମପୁର ଥାନା ଶିକୁଳା ଗ୍ରାମର ରାମଚନ୍ଦ୍ର ଲେଙ୍କା ବୋଲି ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି।