Categories: ଫୁରସତ

ମାରିଆନା ଟ୍ରେଞ୍ଚ୍‌

ପୃଥିବୀର ସବୁଠୁ ଗଭୀରତମ ସ୍ଥାନ ହେଉଛି
ମାରିଆନା ଟ୍ରେଞ୍ଚ୍‌। ପ୍ରଶାନ୍ତ ମହାସାଗରର ପଶ୍ଚିମ ଭାଗରେ ଥିବା ୧୫୮୦ ମାଇଲ ପରିବ୍ୟାପ୍ତ ଅର୍ଦ୍ଧଚନ୍ଦ୍ରାକୃତି ଏହି ସ୍ଥାନଟିର ଗଭୀରତା ୩୬,୦୭୦ ଫୁଟ୍‌। ଜାଣିବା ଏହି ଗର୍ତ୍ତ ସମ୍ପର୍କରେ କିଛି ରୋଚକ ତଥ୍ୟ…

ଏହି ସ୍ଥାନଟି ପ୍ରଥମ ଥର ପାଇଁ ୧୮୭୫ ମସିହାରେ ଆବିଷ୍କାର କରାଯାଇଥିଲା। ଏଥିପାଇଁ ପ୍ରାୟ ୫ ବର୍ଷ ସମୟ ଅର୍ଥାତ୍‌ ୧୮୭୨ରୁ ୧୮୭୬ ମସିହା ଲାଗିଥିବା ବେଳେ ଏଥିପାଇଁ ବିଭିନ୍ନ ଶବ୍ଦ ଯନ୍ତ୍ରର ସାହାଯ୍ୟ ନିଆଯାଇଥିଲା। ତେବେ ଏହାକୁ ଖୋଜିବା ମଧ୍ୟରେ ୪,୭୦୦ଟି ପ୍ରଜାତିର ସାମୁଦ୍ରିକ ଜୀବ ମଧ୍ୟ ଆବିଷ୍କାର କରାଯାଇଥିଲା।
ଏଭରେଷ୍ଟ ଗିରିଶୃଙ୍ଗ ହେଉଛି ପୃଥିବୀର ସବୁଠାରୁ ଉଚ୍ଚତମ ସ୍ଥାନ। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଯଦି ଏହି ଗିରିଶୃଙ୍ଗକୁ ମାରିଆନା ଟ୍ରେଞ୍ଚ ଭିତରେ ରଖାଯାଏ, ତେବେ ଏହାର ଶିଖର ଗର୍ତ୍ତର ଶେଷଭାଗ ଛୁଇଁବାକୁ ଆହୁରି ଏକ ମାଇଲ୍‌ରୁ ଅଧିକ ଫାଙ୍କା ରହିବ।
ଏତେ ବଡ଼ ଖାଲ ଭିତରକୁ ସୂର୍ଯ୍ୟାଲୋକ ପହଞ୍ଚତ୍ ପାରୁ ନ ଥିଲେ ହେଁ ସେଠାରେ ୨୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର କ୍ଷୁଦ୍ର ସାମୁଦ୍ରିକ ଜୀବ ବାସ କରନ୍ତି ।
– ଏହି ଗର୍ତ୍ତ ମଧ୍ୟରେ ପ୍ରତ୍ୟେକ ସ୍ଥାନର ଗଭୀରତା ଅସମାନ। ଏହା ମଧ୍ୟରେ ସବୁଠୁ ଗଭୀର ସ୍ଥାନର ନାମ ରଖାଯାଇଛି ଚ୍ୟାଲେଞ୍ଜର ଡିପ୍‌। ତେବେ ୧୯୬୦ ମସିହାରେ ବୈଜ୍ଞାନିକ ଜାକ୍ୱେସ୍‌ ପିକାର୍ଡ ଏବଂ ଆମେରିକା ନୌସେନାର ଲ୍ୟୁଟ୍‌ନାଣ୍ଟ ଡନ୍‌ ଓ୍ବାଲ୍ସ ପ୍ରଥମ ଥର ପାଇଁ ସେଠାରେ ପହଞ୍ଚତ୍ବାରେ ସଫଳତା ହାସଲ କରିପାରିଥିଲେ।

Share