ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ଉତ୍ସର୍ଗ କଲେ ମାରିଆ: କହୁ କହୁ କହିଦେଲେ ଏମିତି କଥା

ଓସ୍‌ଲୋ,୧୧ା୧୦(ଏ.ପି.):ଭେନେଜୁଏଲାର ବିରୋଧୀ ଦଳ ନେତ୍ରୀ ମାରିଆ କୋରିନା ମାଚାଡୋ ଚଳିତବର୍ଷର ନୋବେଲ ଶାନ୍ତି ପୁରସ୍କାର ପାଇବେ। ଅନ୍ଧକାର ବଢ଼ିଚାଲିଥିବାବେଳେ ଗଣତନ୍ତ୍ରର ଶିଖାକୁ ଜଳାଇ ରଖିଥିବା ଏହି ମହିଳାଙ୍କୁ ଉକ୍ତ ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯିବ ବୋଲି ଶୁକ୍ରବାର ନରଓ୍ବେଜିଆନ୍‌ ନୋବେଲ କମିଟି ପକ୍ଷରୁ ଘୋଷଣା କରାଯାଇଛି।
ନୋବେଲ କମିଟି ଅଧ୍ୟକ୍ଷ ଜୋର୍ଗେନ୍‌ ଓ୍ବାଟ୍‌ନେ ଫ୍ରିଡ୍‌ନେସ୍‌ କହିଛନ୍ତି, ଅତୀତରେ ମାରିଆଙ୍କୁ ଲୁକ୍କାୟିତ ଭାବେ ରହିବାକୁ ପଡ଼ିଥିଲା। ତାଙ୍କ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ସେ ଦେଶରେ ରହିବାକୁ ପସନ୍ଦ କରିଥିଲେ, ଯାହାକି ଅନେକ ନିୟୁତ ଲୋକଙ୍କ ପାଇଁ ପ୍ରେରଣା ପାଲଟିଥିଲା। ଯେତେବେଳେ ଏକଚ୍ଛତ୍ରବାଦୀମାନେ କ୍ଷମତା ଛଡ଼ାଇ ନିଅନ୍ତି, ସେତେବେଳେ ଆଗକୁ ଆସି ପ୍ରତିରୋଧ କରୁଥିବା ସ୍ବାଧୀନତାର ସାହସୀ ରକ୍ଷକମାନଙ୍କୁ ସ୍ବୀକୃତି ଦେବା ତାତ୍ପର୍ଯ୍ୟପୂର୍ଣ୍ଣ।

ପୁରସ୍କାର ଘୋଷଣା କରିବାର ଠିକ୍‌ ପୂର୍ବରୁ କମିଟି ମାଚାଡୋଙ୍କୁ ଭେଟିଥିଲା ଏବଂ ଏହାର ଏକ ବିସ୍ମୟକର ପରିଣାମ ଆସିଛି। ନୋବେଲ ଶାନ୍ତି ପୁରସ୍କାର ଘୋଷଣାକୁ ନେଇ ନିର୍ବାସନରେ ରହୁଥିବା ବିରୋଧୀ ପ୍ରାର୍ଥୀମାନେ ଉତ୍ସବ ମନାଇବାରେ ଲାଗିଛନ୍ତି। ସ୍ପେନ୍‌ରେ ନିର୍ବାସନ ଜୀବନ ବିତାଉଥିବା ମାଚାଡୋଙ୍କ ସହଯୋଗୀ ଏଡ୍‌ମୁଣ୍ଡୋ ଗୋଞ୍ଜାଲେଜ୍‌ ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ପୋଷ୍ଟ କରିଛନ୍ତି। ସେଥିରେ ସେ ମାଚାଡୋଙ୍କୁ ଫୋନ୍‌ କଲ୍‌ କରୁଥିବା ଦେଖିବାକୁ ମିଳିଛି। ମାଚାଡୋଙ୍କୁ ଏଡ୍‌ମୁଣ୍ଡୋ କହୁଛନ୍ତି, ଏହି ଖବର ଶୁଣି ସେ ଆଚମ୍ବିତ। ବିଶ୍ୱାସ କରିପାରୁ ନାହାନ୍ତି ଯେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଛି। କିନ୍ତୁ ଏଥିପାଇଁ ସେ ସବୁଠୁ ଯୋଗ୍ୟତମ ବ୍ୟକ୍ତି। ଗଣତନ୍ତ୍ର ଓ ଆମ ସ୍ବାଧୀନତା ପାଇଁ ଦୀର୍ଘ ଲଢ଼େଇ ଲଢ଼ିଥିବା ଜଣେ ମହିଳାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ ହେଉଛି ଉତ୍କୃଷ୍ଟ ସ୍ବୀକୃତି। ଭେନେଜୁଏଲାର ମଦୁରୋ ସରକାର ଲଗାତର ନିଜ ବାସ୍ତବ କିମ୍ବା କଳ୍ପିତ ବିରୋଧୀଙ୍କୁ ଟାର୍ଗେଟ୍‌ କରିଆସିଛି। ଚଳିତ ସପ୍ତାହରେ ୫୮ ବର୍ଷରେ ପଦାର୍ପଣ କରିଥିବା ମାଚାଡୋ ରାଷ୍ଟ୍ରପତି ନିକୋଲାସ୍‌ ମଦୁରୋଙ୍କ ବିରୋଧରେ ୨୦୨୪ ଜୁଲାଇରେ ନିର୍ବାଚନ ଲଢ଼ିବା ପାଇଁ ଅଣ୍ଟା ଭିଡ଼ିଥିଲେ। କିନ୍ତୁ ସରକାର ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ଫଳରେ ଏଡ୍‌ମୁଣ୍ଡୋ ଗୋଞ୍ଜାଲେଜ୍‌ ମାଚାଡୋଙ୍କ ସ୍ଥାନରେ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ମଦୁରୋ ସବୁ ଶକ୍ତି ପ୍ରୟୋଗ କରି ତାଙ୍କୁ ଜିତିବାକୁ ଦେଇ ନ ଥିଲେ। ଏହି ନିର୍ବାଚନରେ ପ୍ରାର୍ଥତ୍ତ୍ୱ ରଦ୍ଦ, ଗିରଫଦାରି ଓ ମାନବାଧିକାର ଉଲ୍ଲଂଘନର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା। ମଦୁରୋଙ୍କ ଅନୁଗତମାନଙ୍କୁ ନେଇ ଗଠିତ ଦେଶର ନ୍ୟାଶନାଲ ଇଲେକ୍ଟୋରାଲ କାଉନ୍‌ସିଲ ତାଙ୍କୁ ରାଷ୍ଟ୍ରପତି ପୁନଃ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲା। ଏହା ପରେ ଦେଶବ୍ୟାପୀ ଆନ୍ଦୋଳନ ମୁଣ୍ଡ ଟେକିଥିବାବେଳେ ବିରୋଧୀଙ୍କ ଉପରେ ସରକାରୀ ଦମନଲୀଳା ବଢ଼ିଯାଇଥିଲା। ସରକାର ବଳ ପ୍ରୟୋଗ କରିବାରୁ ୨୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଥିଲେ। ଏପରି କି ସରକାରୀ କଳ ଆର୍ଜେଣ୍ଟିନା ସମେତ ବିଦେଶୀ ରାଷ୍ଟ୍ରଗୁଡ଼ିକ ସହ କୂଟନୈତିକ ସମ୍ପର୍କ ଛିନ୍ନ କରିଥିଲା। ଏଭଳି ସ୍ଥିତିରେ ମାଚାଡୋ ଆତ୍ମଗୋପନ କରିଥିଲେ। ତାଙ୍କୁ ଗତ ଜାନୁଆରୀ ପର୍ଯ୍ୟନ୍ତ ଦେଖିବାକୁ ମିଳି ନ ଥିଲା। ଏଡ୍‌ମୁଣ୍ଡୋ ନିର୍ବାଚନର ପ୍ରକୃତ ଫଳାଫଳ ପ୍ରକାଶ କରିଥିବାରୁ ଭେନେଜୁଏଲାର ଏକ କୋର୍ଟ ତାଙ୍କ ବିରୋଧରେ ଗିରଫଦାରି ଓ୍ବାରେଣ୍ଟ ଜାରି କରିଥିଲେ। ସେ ସ୍ପେନ୍‌ ଚାଲିଯାଇ ସେଠାରେ ଶରଣାର୍ଥୀ ଭାବେ ବସବାସ କରିବାକୁ ଲାଗିଲେ।
ଗତ ଜାନୁଆରୀରେ ମଦୁରୋ ତୃତୀୟ ଥର ପାଇଁ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଭେନେଜୁଏଲାରେ ନୈରାଶ୍ୟ ଖେଳିଯାଇଥିଲା। ଏଥିସହ ମାଚାଡୋ ଓ ବିରୋଧୀଙ୍କ ପ୍ରତି ସମର୍ଥନ ହ୍ରାସ ପାଇଥିଲା। ଗତବର୍ଷ ମାଚାଡୋ ଓ ଏଡ୍‌ମୁଣ୍ଡୋଙ୍କୁ ୟୁରୋପୀୟ ସଂଘର ସର୍ବବୃହତ୍‌ ମାନବ ଅଧିକାର ସମ୍ମାନ ସାଖାରୋଭ୍‌ ପ୍ରାଇଜ୍‌ ପ୍ରଦାନ କରାଯାଇଥିଲା। ନୋବେଲ ଶାନ୍ତି ପୁରସ୍କାର ଗ୍ରହଣ କରିବାରେ ମାଚାଡୋ ହେଉଛନ୍ତି ବିଂଶତମ ମହିଳା ଓ ୧୧୨ତମ ବ୍ୟକ୍ତି।
ଇସ୍ରାଏଲ୍‌-ହମାସ୍‌ ଓ ଭାରତ-ପାକିସ୍ତାନ ସମେତ ୮ଟି ଯୁଦ୍ଧ ବନ୍ଦ କରାଇଥିବା ନେଇ ଦାବି କରୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟ ଏଥର ନୋବେଲ ଶାନ୍ତି ପୁରସ୍କାର ପାଇଁ ଆଶାୟୀ ଥିଲେ। କିନ୍ତୁ ନୋବେଲ ଶାନ୍ତି ପୁରସ୍କାର କମିଟିର ଜୁରୀମାନେ ତାଙ୍କୁ ଏହି ପୁରସ୍କାର ଦେବାକୁ ଯୋଗ୍ୟ ମନେକରିନାହାନ୍ତି। ଏହାସତ୍ତ୍ୱେ ଟ୍ରମ୍ପ୍‌ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ନିଜ ଉଦ୍ୟମ ଜାରି ରଖିବେ ବୋଲି ହ୍ବାଇଟ୍‌ ହାଉସ୍‌ ମୁଖପାତ୍ର ଷ୍ଟିଭେନ୍‌ ଚେଉଙ୍ଗ୍‌ ଶୁକ୍ରବାର ସକାଳେ Xରେ ଘୋଷଣା କରିଛନ୍ତି। ଶାନ୍ତିକୁ ନେଇ ନୋବେଲ କମିଟି ରାଜନୀତି କରୁଥିବା ସେ ଉକ୍ତ ସୋସିଆଲ ମିଡିଆ ପୋଷ୍ଟରେ ସମାଲୋଚନା କରିଛନ୍ତି।

ଭେନେଜୁଏଲାବାସୀଙ୍କ ସଂଘର୍ଷକୁ ସ୍ବୀକୃତି ପ୍ରଦାନ କରାଯିବା ଫଳରେ ଆମକୁ ନିଜ ଦାୟିତ୍ୱ ତୁଲାଇବା ଏବଂ ସ୍ବାଧୀନତା ହାସଲ ଦିଗରେ ବଳ ଦେଇଛି। ଆଜି ଆମେ ବିଜୟର ଦ୍ୱାରଦେଶରେ, ଯାହାକି ପୂର୍ବରୁ କେବେ ହୋଇ ନ ଥିଲା। ରାଷ୍ଟ୍ରପତି ଟ୍ରମ୍ପ୍‌, ଆମେରିକୀୟ ଜନସାଧାରଣ, ଲାଟିନ୍‌ ଆମେରିକୀୟ ଏବଂ ଗଣତନ୍ତ୍ର ଓ ସ୍ବାଧୀନତା ହାସଲ ଉଦ୍ୟମରେ ସହାୟକ ହୋଇଥିବା ବିଶ୍ୱର ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକୁ ଧନ୍ୟବାଦ ଜଣାଉଛୁ। ଦୁର୍ଦ୍ଦଶା ଭୋଗୁଥିବା ଭେନେଜୁଏଲାର ଲୋକଙ୍କ ସହ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ସେମାନଙ୍କ ନିର୍ଣ୍ଣାୟକ ସମର୍ଥନ ପାଇଁ ନୋବେଲ ଶାନ୍ତି ପୁରସ୍କାରକୁ ଉତ୍ସର୍ଗ କରୁଛି।

 

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

ଇସ୍ରାଏଲ ଚାପରେ ଇରାନ ସହ ଯୁଦ୍ଧ ଆରମ୍ଭ କରିଛି ଆମେରିକା: ଇସ୍ତଫା ଦେଲେ ଟ୍ରମ୍ପଙ୍କ…

ୱାଶିଂଟନ,୧୭।୩: ଆମେରିକା ପ୍ରଶାସନରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଛି। ଇରାନ ସହ ଚାଲିଥିବା ଯୁଦ୍ଧକୁ ବିରୋଧ କରି ଡୋନାଲ୍ଡ ଟ୍ରମ୍ପଙ୍କ ନ୍ୟାସନାଲ କାଉଣ୍ଟର ଟେରରିଜମ ସେଣ୍ଟର…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri