Categories: ଫୁରସତ

୧୧୫ ବର୍ଷରେ ହସ୍ପିଟାଲ ଯାଇନାହାନ୍ତି

ବରସେଲୋନା: ସ୍ପେନ୍‌ର ୧୧୫ ବର୍ଷୀୟା ମାରିଆ ବ୍ରାନିୟାସ ମୋରେରା ବିଶ୍ୱର ସବୁଠୁ ବୟସ୍କା ମହିଳା ବୋଲି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡର କନ୍‌ସଲଟାନ୍ସ ରବର୍ଟ ଡି’ ୟଙ୍ଗ କହିଛନ୍ତି। ମଙ୍ଗଳବାର ଫ୍ରାନ୍ସର ନନ୍‌ ଲୁସିଲେ ରାଣ୍ଡୋନ୍‌ (୧୧୮)ଙ୍କ ମୃତ୍ୟୁ ପରେ ମୋରେରା ବର୍ତ୍ତମାନ ବିଶ୍ୱର ସବୁଠୁ ବୟସ୍କା ସୂଚୀର ଶୀର୍ଷରେ ଅଛନ୍ତି। ୧୯୦୭ ମସିହା ମାର୍ଚ୍ଚରେ ସାନ ଫ୍ରାନ୍ସିସ୍କୋରେ ମୋରେରାଙ୍କ ଜନ୍ମ। ମୋରେରା ଆଦୌ ହସ୍ପିଟାଲ ଯାଇ ନ ଥିବା ତାଙ୍କ ଝିଅ ରୋଜା ମୋରେଟ କହିଛନ୍ତି।

Share