୨୦ ବଲରେ ଅର୍ଦ୍ଧଶତକ ହାସଲ କଲେ ଷ୍ଟୋଇନିସ

ଦୁବାଇ, ୨୦।୯: ଆଇପିଏଲ୍‌ ୧୩ତମ ସଂସ୍କରଣର ୨ୟ ମ୍ୟାଚ୍‌ ରବିବାର କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ୍‌ ହରାଇ ୧୫୭ ରନ୍‌ ସଂଗ୍ରହ କରିଛି। ଦଳ ପକ୍ଷରୁ ଅଷ୍ଟ୍ରେଲୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ ମାର୍କସ ଷ୍ଟୋଇନିସ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ମାତ୍ର ୨୦ ବଲରୁ ଅର୍ଦ୍ଧଶତକ ହାସଲ କରି ଦିଲ୍ଲୀକୁ ସମ୍ମାନଜନକ ସ୍କୋର ଦେଇଥିଲେ। ଷ୍ଟୋଇନିସ ୨୧ ବଲରୁ ୭ ଚୌକା ଓ ୩ ଛକା ସହ ୫୩ ରନ କରି ଆଉଟ୍‌ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଶ୍ରେୟାସ ଆୟାର ୩୯, ଉଇକେଟ୍‌କିପର ରିଷଭ ପନ୍ତ ୩୧ ରନ କରିଥିଲେ। ତେବେ ଓପନର୍‌ ଶିଖର ଧାଓ୍ବନ(୦), ପୃଥ୍ବୀ ଶ (୫) ଓ ସିମରନ ହେଟ୍‌ମେୟର (୭) ନିରାଶ କରିଥିଲେ। ବୋଲିଂରେ ପଞ୍ଜାବ ପକ୍ଷରୁ ମହମ୍ମଦ ସାମି ୩ ଓ ସେଲ୍‌ଡନ କୋଟ୍ରେଲ ୨ଟି ଉଇକେଟ୍‌ ନେଇଥିଲେ।

Share