ବିନା ଦର୍ଶକରେ ମାର୍ଚ୍ଚପାଷ୍ଟ

ଟୋକିଓ,୨୪।୭ (ପି.ଟି.): କୋଭିଡ୍‌-୧୯ ପ୍ରକୋପ ଜାରି ରହିଥିବା ସତ୍ତ୍ୱେ ଶୁକ୍ରବାର ରାତିରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଟୋକିଓ ଅଲିମ୍ପିକ୍ସ ଉଦ୍‌ଘାଟିତ ହୋଇଛି। ମହାମାରୀ କାରଣରୁ ନିର୍ଦ୍ଧାରିତ ସମୟର ଗୋଟିଏ ବର୍ଷ ପରେ ଏହି ମେଗା ଇଭେଣ୍ଟ ଆରମ୍ଭ ହୋଇଛି। ଫାଙ୍କା ଷ୍ଟାଡିୟମରେ ଅଲିମ୍ପିକ୍ସର ୩୨ତମ ସଂସ୍କରଣର ଆନୁଷ୍ଠାନିକ ଉଦ୍‌ଘାଟନ ହୋଇଛି। ସ୍ଥାନୀୟ ଜାପାନ ନ୍ୟାଶନାଲ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ବିଶ୍ୱର ଏହି ସର୍ବଶ୍ରେଷ୍ଠ କ୍ରୀଡ଼ା ଉତ୍ସବ କିନ୍ତୁ ଅନ୍ୟ ସଂସ୍କରଣଠାରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ ସାବ୍ୟସ୍ତ ହୋଇଛି। ପ୍ରଥମ ଥର ପାଇଁ ବିନା ଦର୍ଶକରେ ଆରମ୍ଭ ହୋଇଛି ଏହି ଅଲିମ୍ପିକ୍ସ। ୧୨୫ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଅଯୁଗ୍ମ ସଂଖ୍ୟା ବର୍ଷରେ ଅଲିମ୍ପିକ୍ସ ଆୟୋଜନ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ଜାପାନର ଭବ୍ୟ କଳା, ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା। ଜାପାନ ସମ୍ରାଟ ନାରୁହିତୋ ଅଲିମ୍ପିକ୍ସ ଆରମ୍ଭ ହେଲା ବୋଲି ଆନୁଷ୍ଠାନିକ ଘୋଷଣା କରିଥିଲେ। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ତ୍ରୀ ଜିଲ୍‌ ବାଇଡେନ ଓ ଅନ୍ୟ ବିଶ୍ୱସ୍ତରୀୟ ନେତାମାନେ ଉପସ୍ଥିତ ଥିଲେ। ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ, ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା, ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ମୁଖ୍ୟ ଥୋମାସ ବାକ୍‌ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ନୋବେଲ ଶାନ୍ତି ପୁରସ୍କାର ବିଜେତା ବାଂଲାଦେଶର ମହମ୍ମଦ ୟୁନୁସଙ୍କୁ ମଧ୍ୟ ସ୍ବତନ୍ତ୍ର ଅଲିମ୍ପିକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଜାପାନ ମହିଳା ଟେନିସ ତାରକା ନାଓମି ଓସାକା ଅଲିମ୍ପିକ କଲଡ୍ରନ୍‌ରେ ଜ୍ୟୋତି ପ୍ରଜ୍ୱଳନ କରି ଔପଚାରିକ ଭାବେ ଏହି କ୍ରୀଡ଼ାର ଶୁଭାରମ୍ଭ କରିଥିଲେ।
ସାଧାରଣତଃ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବରେ ଖେଳାଳିମାନଙ୍କ ମାର୍ଚ୍ଚପାଷ୍ଟ ମୁଖ୍ୟ ଆକର୍ଷଣ ହୋଇଥାଏ।
କିନ୍ତୁ ଏଥର କରୋନା କାରଣରୁ କେବଳ ୧୦୦୦ ଜଣ ଖେଳାଳି ଓ ଅଧିକାରୀ ଏହି ଉତ୍ସବରେ ଉପସ୍ଥିତ ଥିଲେ। ବିଶ୍ୱବ୍ୟାପୀ ୩୫୦ କୋଟି ଲୋକ ଟିଭି, ସ୍ମାର୍ଟ ଫୋନ୍‌, ଲାପ୍‌ଟପ ଭଳି ଇଲେକ୍‌ଟ୍ରୋନିକ୍ସ ଡିଭାଇସ୍‌ରେ ଏହି ଉତ୍ସବ ଦେଖିଛନ୍ତି ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଅନୁମାନ କରିଛି। ୧୮୯୬ରେ ଅନୁଷ୍ଠିତ ପ୍ରଥମ ଅଲିମ୍ପିକ୍ସରେ ଖେଳାଳିମାନଙ୍କ ମାର୍ଚ୍ଚପାଷ୍ଟ ଦେଖିବାକୁ ମିଳିଥିଲା। ଏଥର ମାର୍ଚ୍ଚପାଷ୍ଟରେ ୨୧ ନମ୍ବରରେ ଭାରତୀୟ ଦଳ ଷ୍ଟାଡିୟମ ଭିତରକୁ ପ୍ରବେଶ କରିଥିଲା। ଖେଳାଳି ଓ ଅଧିକାରୀଙ୍କୁ ମିଶାଇ ୨୫ ଜଣିଆ ଭାରତୀୟ ମାର୍ଚ୍ଚପାଷ୍ଟରେ ଅଂଶଗ୍ରହଣ କରିଥିଲେ। ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ ଓ ମହିଳା ବକ୍ସିଂ ଲିଜେଣ୍ଡ ମେରିକମ୍‌ ଭାରତୀୟ ପରେଡର ନେତୃତ୍ୱ ନେଇଥିଲେ। ଏହି ଦୁଇ ଖେଳାଳି ତ୍ରିରଙ୍ଗା ହାତରେ ଧରି ଆଗକୁ ବଢିଥିଲେ। ପରେଡରେ ଶୁଟିଂ, ବ୍ୟାଡ୍‌ମିଣ୍ଟନ, ଆର୍ଚେରୀ ଓ ହକି ଖେଳାଳିମାନେ ଭାଗ ନେଇ ନ ଥିଲେ। ଏକମାତ୍ର ହକି ଖେଳାଳିଭାବେ ମନପ୍ରୀତ ଏଥିରେ ଭାଗ ନେଇଥିଲେ। ଅନ୍ୟପଟେ ମେରିକମ୍‌ଙ୍କ ସହିତ ଅନ୍ୟ ବକ୍ସରମାନେ ମାର୍ଚ୍ଚପାଷ୍ଟରେ ଭାଗ ନେଇଥିଲେ। କାଉଣ୍ଟ ଡାଉନ୍‌ ଜିରୋରେ ପହଞ୍ଚିବା ପରେ ଆତସବାଜିରେ ଷ୍ଟାଡିୟମ ଝଲସି ଉଠିଥିଲା। ରଙ୍ଗାରଙ୍ଗ ଆଲୋକ ଓ ଆତସବାଜିରେ ଟୋକିଓ ନ୍ୟାଶନାଲ ଷ୍ଟାଡିୟମରେ ବେଶ୍‌ ରୋମାଞ୍ଚ ଦେଖିବାକୁ ମିଳିଥିଲା। ଜାପାନ ସଙ୍ଗୀତ ଓ ଭିଡିଓ ଗେମ୍‌ର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଦର୍ଶକଙ୍କ ଅନୁପସ୍ଥିତି ଏକ ଅଜବ ପ୍ରକାର ନୀରବତା ସୃଷ୍ଟି କରିଥିଲା ଓ ଏହା ସହଜରେ ବାରିହୋଇ ପଡ଼ିଥିଲା। ମାର୍ଚ୍ଚପାଷ୍ଟରେ ପୁରାତନ ଅଲିମ୍ପିକ୍ସର ଘର କୁହାଯାଉଥିବା ଗ୍ରୀସ୍‌ ଦଳ ପ୍ରଥମେ ଷ୍ଟାଡିୟମରେ ପ୍ରବେଶ କରିଥିଲା ଓ ଶେଷରେ ଜାପାନ ଦଳ ଏଣ୍ଟ୍ରି କରିଥିଲା। ଜାପାନର ପ୍ରସିଦ୍ଧ ଗାୟକ ମିସିଆ ଜାତୀୟ ସଙ୍ଗୀତ ଗାନ କରିଥିଲେ।
ଜେମୋଟ୍ରିକ୍‌ ଶେପ୍‌ ଅଙ୍କାଯିବାର ଏକ ଭିଡିଓରୁ ଶୋ’ ଆରମ୍ଭ ହୋଇଥିଲା। ପଡିଆର କେନ୍ଦ୍ରରେ ଜଣେ ମହିଳା ଆଥ୍‌ଲେଟ ରହିଥିଲେ ଓ ତାଙ୍କ ହାତ ମାଟିରେ ରହିଥିଲା। ତେବେ ଯେତେବେଳେ ସେ ଉଠିଥିଲେ ତାଙ୍କ ଛାଇ ଷ୍ଟାଡିୟମ ସାରା ପାଖୁଡା ପରି ମେଲି ହୋଇଯାଇଥିଲା। ୮ଜଣ ପିଲା ଜାପାନ ପତାକା ଧରି ଷ୍ଟାଡିୟମ ଭିତରେ ପ୍ରବେଶ କରିଥିଲେ।
ଏଥର ଅଲିମ୍ପିକ୍ସରେ ଶରଣାର୍ଥୀ ଦଳ ସମେତ ୨୦୫ଟି ଦେଶର ମୋଟ୍‌ ୧୧, ୨୮୩ ଆଥ୍‌ଲେଟ ଅଂଶଗ୍ରହଣ କରିଛନ୍ତି। ୩୩ଟି କ୍ରୀଡ଼ାରେ ମୋଟ ୩୩୯ ସ୍ବର୍ଣ୍ଣ ପଦକ ପାଇଁ ଆଥ୍‌ଲେଟମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଉଦ୍‌ଘାଟନୀ ଉତ୍ସବ ଚାଲିଥିବା ବେଳେ ଷ୍ଟାଡିୟମ ବାହାରେ ଅଲିମ୍ପିକ୍ସ ଆୟୋଜନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ପ୍ରଥମେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏଥର ଅଲିମ୍ପିକ୍ସରେ ଭାରତର ୧୨୪ଜଣ ଆଥ୍‌ଲେଟ ଅଂଶଗ୍ରହଣ କରିଛନ୍ତି। ଏଥିରେ ୬୯ ପୁରୁଷ ଓ ୫୫ ମହିଳା ସାମିଲ ରହିଛନ୍ତି। ୮୫ଟି ପଦକ ପାଇଁ ଭାରତୀୟ ଖେଳାଳିମାନେ ମୁକାବିଲାରେ ଅବତୀର୍ଣ୍ଣ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri