ବିନା ଦର୍ଶକରେ ମାର୍ଚ୍ଚପାଷ୍ଟ

ଟୋକିଓ,୨୪।୭ (ପି.ଟି.): କୋଭିଡ୍‌-୧୯ ପ୍ରକୋପ ଜାରି ରହିଥିବା ସତ୍ତ୍ୱେ ଶୁକ୍ରବାର ରାତିରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଟୋକିଓ ଅଲିମ୍ପିକ୍ସ ଉଦ୍‌ଘାଟିତ ହୋଇଛି। ମହାମାରୀ କାରଣରୁ ନିର୍ଦ୍ଧାରିତ ସମୟର ଗୋଟିଏ ବର୍ଷ ପରେ ଏହି ମେଗା ଇଭେଣ୍ଟ ଆରମ୍ଭ ହୋଇଛି। ଫାଙ୍କା ଷ୍ଟାଡିୟମରେ ଅଲିମ୍ପିକ୍ସର ୩୨ତମ ସଂସ୍କରଣର ଆନୁଷ୍ଠାନିକ ଉଦ୍‌ଘାଟନ ହୋଇଛି। ସ୍ଥାନୀୟ ଜାପାନ ନ୍ୟାଶନାଲ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ବିଶ୍ୱର ଏହି ସର୍ବଶ୍ରେଷ୍ଠ କ୍ରୀଡ଼ା ଉତ୍ସବ କିନ୍ତୁ ଅନ୍ୟ ସଂସ୍କରଣଠାରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ ସାବ୍ୟସ୍ତ ହୋଇଛି। ପ୍ରଥମ ଥର ପାଇଁ ବିନା ଦର୍ଶକରେ ଆରମ୍ଭ ହୋଇଛି ଏହି ଅଲିମ୍ପିକ୍ସ। ୧୨୫ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଅଯୁଗ୍ମ ସଂଖ୍ୟା ବର୍ଷରେ ଅଲିମ୍ପିକ୍ସ ଆୟୋଜନ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ଜାପାନର ଭବ୍ୟ କଳା, ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା। ଜାପାନ ସମ୍ରାଟ ନାରୁହିତୋ ଅଲିମ୍ପିକ୍ସ ଆରମ୍ଭ ହେଲା ବୋଲି ଆନୁଷ୍ଠାନିକ ଘୋଷଣା କରିଥିଲେ। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ତ୍ରୀ ଜିଲ୍‌ ବାଇଡେନ ଓ ଅନ୍ୟ ବିଶ୍ୱସ୍ତରୀୟ ନେତାମାନେ ଉପସ୍ଥିତ ଥିଲେ। ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ, ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା, ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ମୁଖ୍ୟ ଥୋମାସ ବାକ୍‌ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ନୋବେଲ ଶାନ୍ତି ପୁରସ୍କାର ବିଜେତା ବାଂଲାଦେଶର ମହମ୍ମଦ ୟୁନୁସଙ୍କୁ ମଧ୍ୟ ସ୍ବତନ୍ତ୍ର ଅଲିମ୍ପିକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଜାପାନ ମହିଳା ଟେନିସ ତାରକା ନାଓମି ଓସାକା ଅଲିମ୍ପିକ କଲଡ୍ରନ୍‌ରେ ଜ୍ୟୋତି ପ୍ରଜ୍ୱଳନ କରି ଔପଚାରିକ ଭାବେ ଏହି କ୍ରୀଡ଼ାର ଶୁଭାରମ୍ଭ କରିଥିଲେ।
ସାଧାରଣତଃ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବରେ ଖେଳାଳିମାନଙ୍କ ମାର୍ଚ୍ଚପାଷ୍ଟ ମୁଖ୍ୟ ଆକର୍ଷଣ ହୋଇଥାଏ।
କିନ୍ତୁ ଏଥର କରୋନା କାରଣରୁ କେବଳ ୧୦୦୦ ଜଣ ଖେଳାଳି ଓ ଅଧିକାରୀ ଏହି ଉତ୍ସବରେ ଉପସ୍ଥିତ ଥିଲେ। ବିଶ୍ୱବ୍ୟାପୀ ୩୫୦ କୋଟି ଲୋକ ଟିଭି, ସ୍ମାର୍ଟ ଫୋନ୍‌, ଲାପ୍‌ଟପ ଭଳି ଇଲେକ୍‌ଟ୍ରୋନିକ୍ସ ଡିଭାଇସ୍‌ରେ ଏହି ଉତ୍ସବ ଦେଖିଛନ୍ତି ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଅନୁମାନ କରିଛି। ୧୮୯୬ରେ ଅନୁଷ୍ଠିତ ପ୍ରଥମ ଅଲିମ୍ପିକ୍ସରେ ଖେଳାଳିମାନଙ୍କ ମାର୍ଚ୍ଚପାଷ୍ଟ ଦେଖିବାକୁ ମିଳିଥିଲା। ଏଥର ମାର୍ଚ୍ଚପାଷ୍ଟରେ ୨୧ ନମ୍ବରରେ ଭାରତୀୟ ଦଳ ଷ୍ଟାଡିୟମ ଭିତରକୁ ପ୍ରବେଶ କରିଥିଲା। ଖେଳାଳି ଓ ଅଧିକାରୀଙ୍କୁ ମିଶାଇ ୨୫ ଜଣିଆ ଭାରତୀୟ ମାର୍ଚ୍ଚପାଷ୍ଟରେ ଅଂଶଗ୍ରହଣ କରିଥିଲେ। ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ ଓ ମହିଳା ବକ୍ସିଂ ଲିଜେଣ୍ଡ ମେରିକମ୍‌ ଭାରତୀୟ ପରେଡର ନେତୃତ୍ୱ ନେଇଥିଲେ। ଏହି ଦୁଇ ଖେଳାଳି ତ୍ରିରଙ୍ଗା ହାତରେ ଧରି ଆଗକୁ ବଢିଥିଲେ। ପରେଡରେ ଶୁଟିଂ, ବ୍ୟାଡ୍‌ମିଣ୍ଟନ, ଆର୍ଚେରୀ ଓ ହକି ଖେଳାଳିମାନେ ଭାଗ ନେଇ ନ ଥିଲେ। ଏକମାତ୍ର ହକି ଖେଳାଳିଭାବେ ମନପ୍ରୀତ ଏଥିରେ ଭାଗ ନେଇଥିଲେ। ଅନ୍ୟପଟେ ମେରିକମ୍‌ଙ୍କ ସହିତ ଅନ୍ୟ ବକ୍ସରମାନେ ମାର୍ଚ୍ଚପାଷ୍ଟରେ ଭାଗ ନେଇଥିଲେ। କାଉଣ୍ଟ ଡାଉନ୍‌ ଜିରୋରେ ପହଞ୍ଚିବା ପରେ ଆତସବାଜିରେ ଷ୍ଟାଡିୟମ ଝଲସି ଉଠିଥିଲା। ରଙ୍ଗାରଙ୍ଗ ଆଲୋକ ଓ ଆତସବାଜିରେ ଟୋକିଓ ନ୍ୟାଶନାଲ ଷ୍ଟାଡିୟମରେ ବେଶ୍‌ ରୋମାଞ୍ଚ ଦେଖିବାକୁ ମିଳିଥିଲା। ଜାପାନ ସଙ୍ଗୀତ ଓ ଭିଡିଓ ଗେମ୍‌ର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଦର୍ଶକଙ୍କ ଅନୁପସ୍ଥିତି ଏକ ଅଜବ ପ୍ରକାର ନୀରବତା ସୃଷ୍ଟି କରିଥିଲା ଓ ଏହା ସହଜରେ ବାରିହୋଇ ପଡ଼ିଥିଲା। ମାର୍ଚ୍ଚପାଷ୍ଟରେ ପୁରାତନ ଅଲିମ୍ପିକ୍ସର ଘର କୁହାଯାଉଥିବା ଗ୍ରୀସ୍‌ ଦଳ ପ୍ରଥମେ ଷ୍ଟାଡିୟମରେ ପ୍ରବେଶ କରିଥିଲା ଓ ଶେଷରେ ଜାପାନ ଦଳ ଏଣ୍ଟ୍ରି କରିଥିଲା। ଜାପାନର ପ୍ରସିଦ୍ଧ ଗାୟକ ମିସିଆ ଜାତୀୟ ସଙ୍ଗୀତ ଗାନ କରିଥିଲେ।
ଜେମୋଟ୍ରିକ୍‌ ଶେପ୍‌ ଅଙ୍କାଯିବାର ଏକ ଭିଡିଓରୁ ଶୋ’ ଆରମ୍ଭ ହୋଇଥିଲା। ପଡିଆର କେନ୍ଦ୍ରରେ ଜଣେ ମହିଳା ଆଥ୍‌ଲେଟ ରହିଥିଲେ ଓ ତାଙ୍କ ହାତ ମାଟିରେ ରହିଥିଲା। ତେବେ ଯେତେବେଳେ ସେ ଉଠିଥିଲେ ତାଙ୍କ ଛାଇ ଷ୍ଟାଡିୟମ ସାରା ପାଖୁଡା ପରି ମେଲି ହୋଇଯାଇଥିଲା। ୮ଜଣ ପିଲା ଜାପାନ ପତାକା ଧରି ଷ୍ଟାଡିୟମ ଭିତରେ ପ୍ରବେଶ କରିଥିଲେ।
ଏଥର ଅଲିମ୍ପିକ୍ସରେ ଶରଣାର୍ଥୀ ଦଳ ସମେତ ୨୦୫ଟି ଦେଶର ମୋଟ୍‌ ୧୧, ୨୮୩ ଆଥ୍‌ଲେଟ ଅଂଶଗ୍ରହଣ କରିଛନ୍ତି। ୩୩ଟି କ୍ରୀଡ଼ାରେ ମୋଟ ୩୩୯ ସ୍ବର୍ଣ୍ଣ ପଦକ ପାଇଁ ଆଥ୍‌ଲେଟମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଉଦ୍‌ଘାଟନୀ ଉତ୍ସବ ଚାଲିଥିବା ବେଳେ ଷ୍ଟାଡିୟମ ବାହାରେ ଅଲିମ୍ପିକ୍ସ ଆୟୋଜନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ପ୍ରଥମେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏଥର ଅଲିମ୍ପିକ୍ସରେ ଭାରତର ୧୨୪ଜଣ ଆଥ୍‌ଲେଟ ଅଂଶଗ୍ରହଣ କରିଛନ୍ତି। ଏଥିରେ ୬୯ ପୁରୁଷ ଓ ୫୫ ମହିଳା ସାମିଲ ରହିଛନ୍ତି। ୮୫ଟି ପଦକ ପାଇଁ ଭାରତୀୟ ଖେଳାଳିମାନେ ମୁକାବିଲାରେ ଅବତୀର୍ଣ୍ଣ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

Govt Jobs: ବିନା ଇଣ୍ଟରଭ୍ୟୁରେ, ବିନା ପରୀକ୍ଷାରେ ଏମିତି ଉଠାନ୍ତୁ ସରକାରୀ ଚାକିରିର ସୁବିଧା

ନୂଆଦିଲ୍ଲୀ,୨୪।୧୨: ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ ୧୫୩ଟି ପ୍ରଶାସନିକ ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ସବୁଠାରୁ ଭଲ କଥା ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri