Posted inଖେଳ

ମାର୍ଚ୍ଚ ୧୪ରୁ ମେ’ ୨୫

ନୂଆଦିଲ୍ଲୀ, ୨୩ା୧୧ (ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆସନ୍ତାବର୍ଷ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଲାଗି ଦିନ ଧାର୍ଯ୍ୟ କରିଛି। ଏହି ବ୍ୟୟବହୁଳ ଟି୨୦ ଲିଗ୍‌ ୨୦୨୫ ମାର୍ଚ୍ଚ ୧୪ରୁ ମେ ୨୫ ପର୍ଯ୍ୟନ୍ତ ହେବ। ବିସିସିଆଇ ଏହାଛଡ଼ା ଇଭେଣ୍ଟର ୨୦୨୬ ଓ ୨୦୨୭ ସିଜନ କେବେ ହେବ ସେ ସମ୍ପର୍କରେ ସୂଚନା ଦେଇଛି। ରବିବାରଠାରୁ ଜେଦାହଠାରେ ହେବାକୁଥିବା ଦୁଇ ଦିନିଆ ମେଗା ଖେଳାଳି ନିଲାମିରେ ଅତିରିକ୍ତ କେତେଜଣ ଖେଳାଳିଙ୍କୁ ସାମିଲ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ବାରମ୍ବାର ଆଘାତଜନିତ ସମସ୍ୟାରେ ରହୁଥିବା ଇଂଲଣ୍ଡ ପେସ୍‌ ବୋଲର ଜୋଫ୍ରା ଆର୍ଚର, ଭାରତରେ ଜନ୍ମିତ ଆମେରିକୀୟ ପେସର ସୌରଭ ନେତ୍ରାଭାଲକର ଏବଂ ଅନ୍‌କ୍ୟାପ୍‌ଡ ମୁମ୍ବାଇ ଉଇକେଟକିପର-ବ୍ୟାଟର ହାର୍ଦ୍ଦିକ ତାମୋର। ବିସିସିଆଇ ଆଇପିଏଲ୍‌କୁ ନେଇ ଏହାର ଯୋଜନା ସମ୍ପର୍କରେ ସମସ୍ତ ଫ୍ରାଞ୍ଚାଇଜ୍‌ଗୁଡ଼ିକୁ ଅବଗତ କରାଇଛି। ଟୁର୍ନାମେଣ୍ଟର ୨୦୨୬ ସଂସ୍କରଣ ମାର୍ଚ୍ଚ ୧୫ରୁ ଆରମ୍ଭ ହେବ ଏବଂ ଗ୍ରାଣ୍ଡ ଫିନାଲେ ପାଇଁ ମେ ୩୧ ଦିନ ଧାର୍ଯ୍ୟ କରାଯାଇଛି। ୨୦୨୭ ସଂସ୍କରଣ ପୁଣି ଥରେ ମାର୍ଚ୍ଚ ୧୪ରେ ଆରମ୍ଭ ହେବ। ଫାଇନାଲ ୩୦ ତାରିଖରେ ହେବ। ସମସ୍ତ ୩ ଫାଇନାଲ ରବିବାରକୁ ରଖାଯାଇଛି। ବିସିସିଆଇ ଆହୁରି ମଧ୍ୟ ଆଇପିଏଲ୍‌ ମ୍ୟାଚ ସଂଖ୍ୟା ବୃଦ୍ଧି କରିଛି। ଏହା ସାଢେ ୧୦ ସପ୍ତାହ ଧରି ଚାଲିବ। ଚଳିତବର୍ଷ ଆଇପିଏଲ୍‌ରେ ଆର୍ଚରଙ୍କୁ ସ୍ଥାନ ମିଳି ନ ଥିଲା। କହୁଣିରେ ଇଞ୍ଜୁରୀ ଯୋଗୁ ସେ ୨୦୨୩ ସଂସ୍କରଣରେ ତାଙ୍କ ଦଳ ତରଫରୁ ସମସ୍ତ ମ୍ୟାଚ ଖେଳି ପାରି ନ ଥିଲେ। ଚଳିତବର୍ଷ ପ୍ରାରମ୍ଭରେ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌)ରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ରେ ନେତ୍ରାଭାଲକରଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଆୟୋଜକ ଦେଶ ୟୁଏସ୍‌ଏ ୮ରେ ପ୍ରବେଶ କରିପାରିଥିଲା। ଏହି ପୂର୍ବତନ ୧୯ ବର୍ଷରୁ କମ୍‌ ଭାରତୀୟ ଖେଳାଳି ରଣଜୀ ଟ୍ରଫିରେ ମୁମ୍ବାଇ ପାଇଁ ଖେଳିଛନ୍ତି। କମ୍ପ୍ୟୁଟର ଇଞ୍ଜିନିୟରିଂ ପଢିବା ଲାଗି ସେ ୟୁଏସ୍‌ଏକୁ ପଳାଇଥିଲେ। ବର୍ତ୍ତମାନ ସେ ଓରାକଲ ନାମକ ଏକ ସଂସ୍ଥାରେ କାର୍ଯ୍ୟରତ ଅଛନ୍ତି। ଆମେରିକାରେ ଯାଇ ବସବାସ କରିବା ପରେ ୟୁଏସ୍‌ ଖେଳାଳିରେ ପରିଣତ ହୋଇଥିବା ଉନ୍ମୁକ୍ତ ଚାନ୍ଦ ଟି୨୦ ବିଶ୍ୱକପ୍‌ରେ ଖେଳି ନ ଥିଲେ ମଧ୍ୟ ତାଙ୍କ ନାମ ଆଇପିଏଲ ଖେଳାଳି ତାଲିକାରେ ସ୍ଥାନ ପାଇବା ଏବଂ ନେତ୍ରାଭାଲକରଙ୍କ ନାମ ତାଲିକାରେ ସାମିଲ କରା ନ ଯିବାକୁ ନେଇ ଅନେକେ ଅସନ୍ତୁଷ୍ଟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri