ଚରମାଳ ଅଞ୍ଚଳରେ ମାଓବାଦୀ ସକ୍ରିୟ, ଜାରି ରହିଛି ସର୍ଚ୍ଚ ଅପରେଶନ

ସମ୍ବଲପୁର,୭ା୬(ପ୍ରମୋଦ ବହିଦାର): ବହୁଦିନର ନୀରବତା ପରେ ସମ୍ବଲପୁର ଜିଲାରେ ପୁଣିଥରେ ମାଓବାଦୀ ସକ୍ରିୟ ହୋଇଉଠିଥିବା ଅନୁମାନ କରାଯାଉଛି। ସୋନପୁର, ବୌଦ୍ଧ, ରେଢ଼ାଖୋଲ ଅଞ୍ଚଳର ଠେଙ୍ଗୋ ଡ୍ୟାମ ସଂଲଗ୍ନ ବିଭିନ୍ନ ସଂରକ୍ଷିତ ଜଙ୍ଗଲ ବିଶେଷକରି ଚରମାଳ ଥାନା ଅନ୍ତର୍ଗତ ଅଞ୍ଚଳରେ ମାଓବାଦୀ ସକ୍ରିୟ ଥିବା ଗୋଇନ୍ଦା ସୂଚନା ମିଳିଛି। ଏପରିକି କେତେକ ସ୍ଥାନରେ ମାଓବାଦୀ ପୋଷ୍ଟର ଲାଗିଥିବା ମଧ୍ୟ ସୂଚନା ମିଳିଛି। ତେବେ ଏଠାରେ ରହିଥିବା ମାଓବାଦୀଙ୍କ ସଂଖ୍ୟା ସଠିକ ଭାବେ ଜଣାପଡ଼ିନାହିଁ। ପୂର୍ବରୁ ସମ୍ବଲପୁରରେ ମାଓବାଦୀଙ୍କ ଗତିବିଧି ଥିବା ବେଳେ ଦୀର୍ଘବର୍ଷ ହେଲା ଏଠାରେ ମାଓବାଦୀଙ୍କୁ ଗତିବିଧି ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଅପରପକ୍ଷରେ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପରେ ଅର୍ଦ୍ଧ ସାମରିକ ବାହିନୀ, ଏସ୍‌ଓଜି ଯବାନଙ୍କୁ ପକ୍ଷରୁ ମିଳିତ ଭାବେ ଚରମାଳ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏପରିକି ଚାରମାଳ ଓ ନାକଟିଦେଉଳ ଥାନାରେ ଏସ୍‌ଓଜି ଯବାନ ଡେରା ପକାଇଥିବା ମଧ୍ୟ ଖବର ମିଳିଛି।

ସୂଚନାଯୋଗ୍ୟ, ଛତିଶଗଡ଼ରେ ମାଓବାଦୀ ବିରୋଧୀ ଅପରେଶନ ‘କାଗାର’ର ବଡ଼ ସଫଳତା ପରେ ନିଜର ଅସ୍ତିତ୍ୱ ପାଇଁ ସଂଘର୍ଷରତ ମାଓବାଦୀ ଏବେ ଓଡ଼ିଶା ମୁହାଁ ହୋଇଥିବା ଅନୁମାନ କରାଯାଏ।
ଛତିଶଗଡ଼ରେ ସରଣ୍ଡା ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଲୁଟ୍‌ ଘଟଣା ପରେ ଛତିଶଗଡ଼ ସୀମାନ୍ତ କେରେଗୁଟ୍ଟା ଜଙ୍ଗଲରେ ନକ୍ସଲ ଦମନ ଅଭିଯାନ ଜୋରଦାର ଚାଲିଥିଲା। ଫଳରେ ଛତିଶଗଡ଼ରେ ଧିରେ ଧିରେ ଭୁଶୁଡୁବାରେ ଲାଗିଛି ଲାଲ୍‌ବାହିନୀଙ୍କ ଗଡ଼। ଏଥିରେ ଅନେକ ମାଓବାଦୀ ନିହତ ହୋଇଥିବା ବେଳେ ଅନେକ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତକୁ ଫେରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri