ରାୟଗଡ଼ା,୧୩।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ବ୍ଲକ ବାଇସିଙ୍ଗ ପଞ୍ଚାୟତ ଅନ୍ତର୍ଗତ ଧୁମାଗୁଡ଼ା ବସଷ୍ଟପ ନିକଟରେ ମାଓବାଦୀ ପୋଷ୍ଟର ଦେଖାଯାଇଛି । ଏହି ପୋଷ୍ଟରଟି ସସିପିଆଇ ମାଓବାଦୀ ପକ୍ଷରୁ ଲେଖାଯାଇଥିବା ନେଇ କୁହାଯାଇଛି ।
ତେବେ ଏଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, ସବ୍ୟସାଚୀ ପଣ୍ଡା, ଆଜାଦ, ଉଦୟ ଓ ନିଖିଲ ଏମାନେ କେବେ ଆଦିବାସୀ ନଥିଲେ । ଆଦିବାସୀଙ୍କୁ ନକ୍ସଲରେ ରଖି ଅତ୍ୟାଚାର କରୁଥିଲେ । ଏହାକୁ ଜବାବ ଦେବାକୁ ରାଜ୍ୟ ସମ୍ପାଦକ ମେଘଜାନୀ, ଡମ୍ବାଇ ମାଝୀ ଓ ମାଓବାଦୀ ସଂଗଠନ ପ୍ରସ୍ତୁତ ଅଛି ବୋଲି ଲେଖାଯିବା ସହିତ ଲାଲ ସଲାମ ଲେଖାଯାଇଛି। ଆଦିତ୍ୟ ବିର୍ଲା କମ୍ପାନୀ କେବିକେ ଅଞ୍ଚଳର ଲୋକଙ୍କୁ ଶୋଷଣ କରୁଥିଲେ ମଧ୍ୟ ସରକାର ନୀରବ ରହୁଛନ୍ତି। ତେଣୁ କମ୍ପାନୀକୁ ବିରୋଧ କରୁଥିବା ନେଇ ମଧ୍ୟ ଉଲ୍ଲେଖ କରାଯାଇଛି ।
ତେବେ ଖବର ପାଇ ସିଆରପିଏଫ ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ମାଓବାଦୀ ପୋଷ୍ଟର ଜବତ କରି ତନାଘନା ଆରମ୍ଭ କରିଛନ୍ତି। ତେବେ କେଉଁ ସମୟରେ ଏବଂ କିଏ ଏହି ପୋଷ୍ଟର ଲଗାଇଲା ତାହା ତଦନ୍ତ ପରେ ସ୍ପଷ୍ଟ ହୋଇପାରିବ । ତେବେ ପାରିପାର୍ଶ୍ବୀକ ସ୍ଥିତିକୁ ଦୃଷ୍ଟିକୁ ରଖି ବ୍ୟାପକ ସିଆରପିଏଫ୍ ଯବାନ ମୁତୟନ କରାଯାଇଛି ।

