ଜଙ୍ଗଲରୁ ଦୁର୍ଦ୍ଦାନ୍ତ ମାଓବାଦୀ ଅନ୍ବେଷଙ୍କ ଗଳିତ ମୃତଦେହ ଜବତ, ଏସ୍‌ପି କହିଲେ ପୂରା ଘଟଣା…

ଫୁଲବାଣୀ/ଦାରିଙ୍ଗବାଡ଼ି,୨୫ା୨(ରାକେଶ କୁମାର ରାଉତ/ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା କୁଟିମାହା ଗ୍ରାମ ନିକଟ ପକାରୀ ସଂରକ୍ଷିତ ଜଙ୍ଗଲରୁ ଦୁର୍ଦ୍ଦାନ୍ତ ମାଓବାଦୀ ଅନ୍ବେଷଙ୍କ ଗଳିତ ମୃତଦେହକୁ ପୋଲିସ ଜବତ କରିଛି। ତାଙ୍କୁ ସାଥୀ ତଥା ପୋଲିସ ସ୍କାନରରେ ଥିବା ଦୁର୍ଦ୍ଦାନ୍ତ ମାଓବାଦୀ ଶୁକ୍ରୁ ହତ୍ୟା କରିଛନ୍ତି ବୋଲି ଏସ୍‌ପି ହରିଶ ବିଶି ସୂଚନା ଦେଇଛନ୍ତି। ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି ଅନ୍ବେଷ ଏବଂ ତାଙ୍କ ସାଥୀ ପୋଲିସ ଆଗରେ ଆତ୍ମସମର୍ପଣ କରିବାକୁ ଚାହୁଁଥିଲେ। ହେଲେ ଏବେ ନେତୃତ୍ୱ ନେଉଥିବା ଶୁକ୍ରୁ ଏବଂ ଅନ୍ୟମାନେ ବିରୋଧ କରୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଗତ ଜାନୁଆରୀ ୨୯ରେ ଶୁକ୍ରୁ ଏବଂ ଅନ୍ୟମାନେ ମାରି ପୋତି ଦେଇଥିଲେ। ଏହି ଘଟଣାକୁ ନେଇ ଏକ ହତ୍ୟା ମାମଲା ରୁଜୁ ହୋଇଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୫ ଦିନ ପରେ ମିଳିଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ, ପାଖରୁ ମିଳିଲା…

ଝରିଗାଁ,୨୫ା୨(କିଶୋର ଚନ୍ଦ୍ର ମଣ୍ଡଳ): ନିଖୋଜ ହେବାର ୫ ଦିନ ପରେ ମିଳିଲା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ। ଯାହାକି ପରିବାର ଏବଂ ବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।…

ସ୍ତ୍ରୀକୁ ମାରିବାକୁ ଉଦ୍ୟମ ବେଳେ ମଝିରେ ଆସିଲେ ଶ୍ବଶୁର, ପେଟ୍ରୋଲ ଢାଳି ମାରିଦେଲେ ଜ୍ବାଇଁ

ବାଲିଆପାଳ,୨୫।୨(ଗୋପାଳ ଚନ୍ଦ୍ର ସାହୁ/ରାଜଶ୍ରୀ ପାଣିଗ୍ରାହୀ) ପ୍ରେମ ବିବାହର କରୁଣ ପରିଣତି । ଜ୍ବାଇଁ ସାଜିଲେ ନରରାକ୍ଷସ। ପେଟ୍ରୋଲ ଢ଼ାଳି ଜୀବନରୁ ସ୍ତ୍ରୀଙ୍କୁ ମାରିବା ଉଦ୍ୟମ କରୁଥିବା ବେଳେ…

ମର୍ଡର ଘଟଣା ଉପରୁ ପର୍ଦ୍ଦା ହଟାଇଲେ କୋରାପୁଟ ଏସ୍‌ପି, ପ୍ରେମିକକୁ ପାଇବା ପାଇଁ ହତ୍ୟା କରିଥିଲେ ଝିଅ

ବୋରିଗୁମ୍ମା,୨୫।୨(ବିଜୟ ନାରାୟଣ ସାହୁ): ପ୍ରେମ ପାଇଁ ଜଣେ ନାବାଳିକା ତାଙ୍କ ପ୍ରେମିକ ସହ ମିଶି ମା’ ଓ ନାବାଳକ ଭାଇଙ୍କୁ ହତ୍ୟାକାଣ୍ଡ ମାମଲାରେ ପୋଲିସର ବଡ଼ ଖୁଲାସା…

୯ବର୍ଷ ମଧ୍ୟରେ ଦ୍ୱିତୀୟ ଥର ଇସ୍ରାଏଲରେ ପହଞ୍ଚିଲେ ମୋଦି, ବିମାନବନ୍ଦରରେ ନେତାନ୍ୟାହୁଙ୍କୁ ଆଲିଙ୍ଗନ…

ନୂଆଦିଲ୍ଲୀ,୨୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲରେ ପହଞ୍ଚିଛନ୍ତି । ତାଙ୍କ ବିମାନ ତେଲ ଅଭିଭର ବେନ୍ ଗୁରିଅନ୍ ବିମାନବନ୍ଦରରେ ଅବତରଣ କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ…

ଗୁଗୁଲ ଏବଂ ୟୁଟ୍ୟୁବକୁ ଚଳାଉଥିବା ସିଇଓମାନେ କେଉଁ ଜାତିର? ଜାଣିଲେ ହୋଇଯିବେ ତାଜୁବ

ବିଶ୍ୱର ସର୍ୱବୃହତ ଟେକ ଏବଂ ଲଗଜରୀ କମ୍ପାନୀଗୁଡ଼ିକରେ ଭାରତୀୟ ବଂଶୋଦ୍ଭବ କାର୍ଯ୍ୟନିର୍ୱାହୀଙ୍କ ପ୍ରାଧାନ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଦିଲ୍ଲୀରେ ସମ୍ପ୍ରତି ଅନୁଷ୍ଠିତ ଏଆଇ ସମ୍ମିଳନୀରେ, ଫ୍ରାନ୍ସ…

ଗାଁ ଦାଣ୍ଡରେ ବସିଥିବାବେଳେ ବୃଦ୍ଧଙ୍କ ଉପରେ ମାଡ଼ିଗଲା କାର୍‌, ଆଉ ତା’ ପରେ…

ଧର୍ମଶାଳା,୨୫ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ଗନ୍ଧଣ ପଞ୍ଚାୟତର ଦରକୁଣ୍ଡି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଏକ କାର୍‌ ମାଡ଼ି ଯିବାରୁ…

ମିଳିନି ଟୋକନ, ବିକ୍ରି ହୋଇନି ଧାନ: ବିଦ୍ୟୁତ୍ ବିଲ୍ ବାବଦକୁ ଅଫିସରେ ଧାନ ଗଦା କଲେ ଚାଷୀ

ଭେଡେନ,୨୫।୨(ହୃଷିକେଶ ଖମାରୀ): ବରଗଡ଼ ଜିଲାରେ ଅନେକ ଚାଷୀ ଏପର୍ଯ୍ୟନ୍ତ ଖରିଫରେ ଅମଳ ଧାନ ବିକ୍ରି କରି ପାରି ନାହାନ୍ତି । ଫଳରେ ପରିବାର ଗୁଜୁରାଣ ମେଣ୍ଟାଇବା ସେମାନଙ୍କ…

ହସ୍ପିଟାଲରେ ଆଶ୍ଚର୍ଯ୍ୟଜନକ ଅବହେଳା, ଡ୍ରେସିଂ ହଟାଇବା ବେଳେ କାଟିଦେଲେ ୬ ମାସ ଶିଶୁର ଆଙ୍ଗୁଠି

ବେଙ୍ଗାଲୁରୁ,୨୫ା୨: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ ଚିକିତ୍ସା ଅବହେଳାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏକ ଛଅ ମାସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri