ବିପୁଳ ପରିମାଣର ମାଓବାଦୀ ବିସ୍ଫୋରକ ସାମଗ୍ରୀ ଜବତ

କୋରାପୁଟ,୧୯ା୧୦(ସ୍ବ.ପ୍ର.): କୋରାପୁଟ ଜିଲାର ସୀମାନ୍ତ ଆଙ୍କଦଳି ଅଞ୍ଚଳରୁ ଏକ ପ୍ଲାଷ୍ଟିକ୍‌ ଡ୍ରମରେ ପୋତା ଯାଇଥିବା ବିପୁଳ ପରିମାରଣର ମାଓବାଦୀ ବିସ୍ଫୋରକ ଜବତ କରାଯାଇଛି। କୋରାପୁଟ ଡିଭିଏଫ୍‌ ଏବଂ ଆଙ୍କଦଳି ବିଏସ୍‌ଏଫ୍‌ର ମିଳିତ ଅପରେଶନ ସମୟରେ ଏହି ସାମଗ୍ରୀ ଜବତ କରାଯାଇଥିବା ଏସ୍‌ପି ମୁକେଶ କୁମାର ପ୍ରକାଶ କରିଛନ୍ତି।