କୋରେଇ ଅଞ୍ଚଳରେ ମାଳ ମାଳ ଘରୋଇ ସ୍କୁଲ

କୋରେଇ,୧୯।୪(ଡି.ଏନ୍‌.ଏ.): କୋରେଇ ବ୍ଲକ ଅଞ୍ଚଳରେ ଦିନକୁ ଦିନ ବେଆଇନ ଭାବେ ମାଳ ମାଳ ଘରୋଇ ସ୍କୁଲ ଗଢ଼ିଉଠୁଛି। ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନୈରାଶ୍ୟଜନକ ଥିବାରୁ ନିର୍ଦ୍ୱନ୍ଦ୍ୱରେ ଏହି ବେଆଇନ ସ୍କୁଲଗୁଡ଼ିକ ଚାଲୁଥିବା ଆଲୋଚନା ହେଉଛି। ଅଧିକାଂଶ ସ୍କୁଲରେ ସରକାରୀ ଗାଇଡ୍‌ଲାଇନ ଅନୁଯାୟୀ ଆବଶ୍ୟକ ଭିତ୍ତିଭୂମି ନ ଥିଲେ ମଧ୍ୟ ଶିକ୍ଷା ବିଭାଗର କେତେଜଣ ଦୁର୍ନୀତିଖୋର ଅଧିକାରୀ ମାସିକ ମୋଟା ଅଙ୍କର ହାତଗୁଞ୍ଜା ନେଇ ସ୍କୁଲଗୁଡ଼ିକୁ ପରିଭ୍ରମଣ ନ କରି ସ୍ବୀକୃତି ପ୍ରମାଣପତ୍ର ବା ସିଓଆର୍‌ (ସାର୍ଟିଫିକେଟ୍‌ ଅଫ୍‌ ରିକଗ୍‌ନାଇଜେଶନ) ପ୍ରଦାନ କରୁଛନ୍ତି। ପୂର୍ବରୁ ଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସିଓଆର୍‌ ନ ଥିବା ସ୍କୁଲଗୁଡ଼ିକୁ କାରଣ ଦର୍ଶାଅ ନୋଟିସ କରିବା ସହିତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକରି ତା’ର ରିପୋର୍ଟ ଦାଖଲ କରିବାକୁ ଏକାଧିକ ଥର ଜିଲା ଶିକ୍ଷାଧିକାରୀ(ଡିଇଓ)ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହି ନିର୍ଦ୍ଦେଶ କେବଳ କାଗଜପତ୍ରରେ ସୀମିତ ରହିଥିବା ମତପ୍ରକାଶ ପାଇଛି।
କୋରେଇ ଅଞ୍ଚଳରେ ପ୍ରାୟ ୪୦ରୁ ଊଦ୍ଧର୍‌ବ ଘରୋଇ ସ୍କୁଲ ରହିଛି। ପିଲାଙ୍କ ପାଇଁ ପିଇବା ପାଣି, ଖେଳପଡ଼ିଆ, ଶୌଚାଳୟ ଓ ଆବଶ୍ୟକ କ୍ଲାସ୍‌ରୁମ୍‌ର ବ୍ୟବସ୍ଥା ନ ଥାଇ ସ୍କୁଲଗୁଡ଼ିକ ଚାଲୁଛି। ଅନେକ ଶିଶୁମନ୍ଦିରରେ କର୍ଯ୍ୟରତ ଥିବା ଶିକ୍ଷୟିତ୍ରୀ ଶିକ୍ଷକ କୌଣସି ତାଲିମ ନ ନେଇ ପିଲାଙ୍କୁ ଶିକ୍ଷାଦାନ କରୁଥିବା ଜଣାପଡ଼ିଛି। ଘରୋଇ ସ୍କୁଲ ମାଲିକ ଏବଂ ଶିକ୍ଷା ବିଭାଗର କେତେଜଣ ଅଧିକାରୀ ମିଶି ପିଲାଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଉଥିବା ଚର୍ଚ୍ଚା ହେଉଛି। ସବୁଠାରୁ ବଡ଼ କଥା ହେଉଛି କେତେକ ସ୍କୁଲ ବେଆଇନ ଭାବେ ସରକାରୀ ଜମିରେ ଚାଲୁଛି। ହେଲେ ଅନ୍ୟତ୍ର ବ୍ୟକ୍ତିଗତ ମାଲିକାନାରେ ଥିବା ଜମିର କାଗଜପତ୍ର ଦାଖଲକରି ଏହି ସ୍କୁଲ ମାଲିକ ସିଓଆର୍‌ ହାତେଇ ନେଇଥିବା ଆଲୋଚନା ହେଉଛି। ସ୍ବୀକୃତି ପ୍ରମାଣପତ୍ର ପ୍ରଦାନ ସମୟରେ ବ୍ଲକ ଶିକ୍ଷାଧିକାରୀଙ୍କ ଦ୍ୱାରା ସ୍କୁଲ ଚାଲୁଥିବା ଜାଗାକୁ ପରିଦର୍ଶନକରି ଆବଶ୍ୟକ ଭିତ୍ତିଭୂମିର ଅନୁସନ୍ଧାନ କିମ୍ବା ମାଲିକଙ୍କ ଦ୍ୱାରା ଦାଖଲ ହୋଇଥିବା ଜମିଜମା କାଗଜପତ୍ରର କୌଣସି ସତ୍ୟାସତ୍ୟ ଯାଞ୍ଚ କରାଯାଉନାହିଁ।
ବ୍ଲକ୍‌ ଅଧୀନ ଅନ୍ଧାରୀ ପଞ୍ଚାୟତରେ ଏକାଧିକ ସ୍କୁଲ ବେଆଇନ ଭାବେ ଜାଲ୍‌ କାଗଜପତ୍ର ତଥା ସରକାରୀ ଜମିରେ ଚାଲୁଥିବା ଗ୍ରାମବାସୀଙ୍କ ଦ୍ୱାରା ଅଭିଯୋଗ ହେଉଥିଲେ ମଧ୍ୟ ଶିକ୍ଷା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏଠାରେ ଜଣେ ମାଲିକ ବିନା ସିଓଆର୍‌ ଏବଂ ଆବଶ୍ୟକ ଭିତ୍ତିଭୂମି ନ ଥାଇ ଦୀର୍ଘ ବର୍ଷ ହେବ ନିଜର ଏକ ସ୍କୁଲ ଚଳାଇ ଆସୁଛନ୍ତି। ଅନଭିଜ୍ଞ ଶିକ୍ଷୟିତ୍ରୀଶିକ୍ଷକଙ୍କ ଦ୍ୱାରା ପିଲାଙ୍କୁ ଶିକ୍ଷା ଦାନକରି ଅଭିଭାବକଙ୍କ ନିକଟରୁ ମାସିକ ମୋଟା ଅଙ୍କର ଅର୍ଥ ଅସୁଲ କରୁଛନ୍ତି। ଗ୍ରାମବାସୀ ସେହି ମାଲିକଙ୍କ ବିରୋଧରେ ଏକାଧିକ ଥର ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ଫଳରେ ଜିଲା ଶିକ୍ଷା ବିଭାଗର କେତେଜଣ ଅଧିକାରୀ ଏବଂ ଘରୋଇ ସ୍କୁଲ ମାଲିକଙ୍କ ମଧ୍ୟରେ ସୁସମ୍ପର୍କ ରହିବା ସହିତ ମୋଟା ଅଙ୍କର ଲାଞ୍ଚ କାରବାର ହେଉଥିବା ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ସରକାରୀ ସ୍କୁଲ ଏବଂ ତାଲିମପ୍ରାପ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଉପରୁ ସାଧାରଣ ଲୋକଙ୍କ ଭରସା ତୁଟିବାରେ ଲାଗିଛି। ତେଣୁ ଏ ସବୁର ତଦନ୍ତ ପାଇଁ ଦାବି ହୋଇଛି। ଏ ସମ୍ପର୍କରେ କୋରେଇ ଅତିରିକ୍ତ ବିଇଓ ଅଶୋକ ରାୟଙ୍କୁ ପଚାରିବାରେ ସେ କହିଛନ୍ତି, ନିର୍ଦ୍ଦେଶ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri