କୋରେଇ ଅଞ୍ଚଳରେ ମାଳ ମାଳ ଘରୋଇ ସ୍କୁଲ

କୋରେଇ,୧୯।୪(ଡି.ଏନ୍‌.ଏ.): କୋରେଇ ବ୍ଲକ ଅଞ୍ଚଳରେ ଦିନକୁ ଦିନ ବେଆଇନ ଭାବେ ମାଳ ମାଳ ଘରୋଇ ସ୍କୁଲ ଗଢ଼ିଉଠୁଛି। ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନୈରାଶ୍ୟଜନକ ଥିବାରୁ ନିର୍ଦ୍ୱନ୍ଦ୍ୱରେ ଏହି ବେଆଇନ ସ୍କୁଲଗୁଡ଼ିକ ଚାଲୁଥିବା ଆଲୋଚନା ହେଉଛି। ଅଧିକାଂଶ ସ୍କୁଲରେ ସରକାରୀ ଗାଇଡ୍‌ଲାଇନ ଅନୁଯାୟୀ ଆବଶ୍ୟକ ଭିତ୍ତିଭୂମି ନ ଥିଲେ ମଧ୍ୟ ଶିକ୍ଷା ବିଭାଗର କେତେଜଣ ଦୁର୍ନୀତିଖୋର ଅଧିକାରୀ ମାସିକ ମୋଟା ଅଙ୍କର ହାତଗୁଞ୍ଜା ନେଇ ସ୍କୁଲଗୁଡ଼ିକୁ ପରିଭ୍ରମଣ ନ କରି ସ୍ବୀକୃତି ପ୍ରମାଣପତ୍ର ବା ସିଓଆର୍‌ (ସାର୍ଟିଫିକେଟ୍‌ ଅଫ୍‌ ରିକଗ୍‌ନାଇଜେଶନ) ପ୍ରଦାନ କରୁଛନ୍ତି। ପୂର୍ବରୁ ଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସିଓଆର୍‌ ନ ଥିବା ସ୍କୁଲଗୁଡ଼ିକୁ କାରଣ ଦର୍ଶାଅ ନୋଟିସ କରିବା ସହିତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକରି ତା’ର ରିପୋର୍ଟ ଦାଖଲ କରିବାକୁ ଏକାଧିକ ଥର ଜିଲା ଶିକ୍ଷାଧିକାରୀ(ଡିଇଓ)ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହି ନିର୍ଦ୍ଦେଶ କେବଳ କାଗଜପତ୍ରରେ ସୀମିତ ରହିଥିବା ମତପ୍ରକାଶ ପାଇଛି।
କୋରେଇ ଅଞ୍ଚଳରେ ପ୍ରାୟ ୪୦ରୁ ଊଦ୍ଧର୍‌ବ ଘରୋଇ ସ୍କୁଲ ରହିଛି। ପିଲାଙ୍କ ପାଇଁ ପିଇବା ପାଣି, ଖେଳପଡ଼ିଆ, ଶୌଚାଳୟ ଓ ଆବଶ୍ୟକ କ୍ଲାସ୍‌ରୁମ୍‌ର ବ୍ୟବସ୍ଥା ନ ଥାଇ ସ୍କୁଲଗୁଡ଼ିକ ଚାଲୁଛି। ଅନେକ ଶିଶୁମନ୍ଦିରରେ କର୍ଯ୍ୟରତ ଥିବା ଶିକ୍ଷୟିତ୍ରୀ ଶିକ୍ଷକ କୌଣସି ତାଲିମ ନ ନେଇ ପିଲାଙ୍କୁ ଶିକ୍ଷାଦାନ କରୁଥିବା ଜଣାପଡ଼ିଛି। ଘରୋଇ ସ୍କୁଲ ମାଲିକ ଏବଂ ଶିକ୍ଷା ବିଭାଗର କେତେଜଣ ଅଧିକାରୀ ମିଶି ପିଲାଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଉଥିବା ଚର୍ଚ୍ଚା ହେଉଛି। ସବୁଠାରୁ ବଡ଼ କଥା ହେଉଛି କେତେକ ସ୍କୁଲ ବେଆଇନ ଭାବେ ସରକାରୀ ଜମିରେ ଚାଲୁଛି। ହେଲେ ଅନ୍ୟତ୍ର ବ୍ୟକ୍ତିଗତ ମାଲିକାନାରେ ଥିବା ଜମିର କାଗଜପତ୍ର ଦାଖଲକରି ଏହି ସ୍କୁଲ ମାଲିକ ସିଓଆର୍‌ ହାତେଇ ନେଇଥିବା ଆଲୋଚନା ହେଉଛି। ସ୍ବୀକୃତି ପ୍ରମାଣପତ୍ର ପ୍ରଦାନ ସମୟରେ ବ୍ଲକ ଶିକ୍ଷାଧିକାରୀଙ୍କ ଦ୍ୱାରା ସ୍କୁଲ ଚାଲୁଥିବା ଜାଗାକୁ ପରିଦର୍ଶନକରି ଆବଶ୍ୟକ ଭିତ୍ତିଭୂମିର ଅନୁସନ୍ଧାନ କିମ୍ବା ମାଲିକଙ୍କ ଦ୍ୱାରା ଦାଖଲ ହୋଇଥିବା ଜମିଜମା କାଗଜପତ୍ରର କୌଣସି ସତ୍ୟାସତ୍ୟ ଯାଞ୍ଚ କରାଯାଉନାହିଁ।
ବ୍ଲକ୍‌ ଅଧୀନ ଅନ୍ଧାରୀ ପଞ୍ଚାୟତରେ ଏକାଧିକ ସ୍କୁଲ ବେଆଇନ ଭାବେ ଜାଲ୍‌ କାଗଜପତ୍ର ତଥା ସରକାରୀ ଜମିରେ ଚାଲୁଥିବା ଗ୍ରାମବାସୀଙ୍କ ଦ୍ୱାରା ଅଭିଯୋଗ ହେଉଥିଲେ ମଧ୍ୟ ଶିକ୍ଷା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏଠାରେ ଜଣେ ମାଲିକ ବିନା ସିଓଆର୍‌ ଏବଂ ଆବଶ୍ୟକ ଭିତ୍ତିଭୂମି ନ ଥାଇ ଦୀର୍ଘ ବର୍ଷ ହେବ ନିଜର ଏକ ସ୍କୁଲ ଚଳାଇ ଆସୁଛନ୍ତି। ଅନଭିଜ୍ଞ ଶିକ୍ଷୟିତ୍ରୀଶିକ୍ଷକଙ୍କ ଦ୍ୱାରା ପିଲାଙ୍କୁ ଶିକ୍ଷା ଦାନକରି ଅଭିଭାବକଙ୍କ ନିକଟରୁ ମାସିକ ମୋଟା ଅଙ୍କର ଅର୍ଥ ଅସୁଲ କରୁଛନ୍ତି। ଗ୍ରାମବାସୀ ସେହି ମାଲିକଙ୍କ ବିରୋଧରେ ଏକାଧିକ ଥର ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ଫଳରେ ଜିଲା ଶିକ୍ଷା ବିଭାଗର କେତେଜଣ ଅଧିକାରୀ ଏବଂ ଘରୋଇ ସ୍କୁଲ ମାଲିକଙ୍କ ମଧ୍ୟରେ ସୁସମ୍ପର୍କ ରହିବା ସହିତ ମୋଟା ଅଙ୍କର ଲାଞ୍ଚ କାରବାର ହେଉଥିବା ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ସରକାରୀ ସ୍କୁଲ ଏବଂ ତାଲିମପ୍ରାପ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଉପରୁ ସାଧାରଣ ଲୋକଙ୍କ ଭରସା ତୁଟିବାରେ ଲାଗିଛି। ତେଣୁ ଏ ସବୁର ତଦନ୍ତ ପାଇଁ ଦାବି ହୋଇଛି। ଏ ସମ୍ପର୍କରେ କୋରେଇ ଅତିରିକ୍ତ ବିଇଓ ଅଶୋକ ରାୟଙ୍କୁ ପଚାରିବାରେ ସେ କହିଛନ୍ତି, ନିର୍ଦ୍ଦେଶ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri