ଲଗାଣ ବର୍ଷାରେ ଧୋଇଗଲା ପୋଲ, ଅନେକ ଗାଁ ଜଳବନ୍ଦୀ

କୋଟଗଡ,୨୦।୯(ଡି.ଏନ.ଏ.): ଲଘୁଚାପ ଲଗାଣ ବର୍ଷାରେ କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳରେ ବର୍ଷା ଲାଗି ରହିଛି। ଫଳରେ ବାଲିଗୁଡା,କୋଟଗଡ,ତମୁଡିବନ୍ଧ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି। ଏପରିକି କୋଟଗଡ ବ୍ଲକ ଅନ୍ତର୍ଗତ ପାରିଗଡ ଗ୍ରାମପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବତେଡିମୁଣ୍ଡା ନିକଟସ୍ଥ ପୋଲ ଧୋଇ ଯାଇଛି। ଯାହାଦ୍ୱାରା ଦୁଇଟି ଗ୍ରାମପଞ୍ଚାୟତର ଅନେକ ଗ୍ରାମ ଜଳବନ୍ଦୀ ହୋଇ ରହିଥିବା ଜଣାପଡିଛି।