ଜୁଲାଇ ପହିଲାରୁ ବଦଳିବାକୁ ଯାଉଛି ଏସ୍‌ବିଆଇର ଅନେକ ନିୟମ: ଚେକ୍‌ବୁକ୍‌ଠାରୁ ଆରମ୍ଭ କରି…

ନୂଆଦିଲ୍ଲୀ,୨୯।୬: ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଆସନ୍ତା ଜୁଲାଇ ପହିଲାରୁ ଅନେକ ପରିବର୍ତ୍ତନ କରିବାକୁ ଯାଉଛି। ବ୍ୟାଙ୍କ ନଗଦ ପ୍ରତ୍ୟାହାର, ଶାଖାରୁ ନଗଦ ଟଙ୍କା ଉଠାଇବା ଏବଂ ଚେକ୍‌ ବୁକ୍‌ ପାଇଁ ଏହାର ଶୁଳ୍କକୁ ସଂଶୋଧନ କରିବାକୁ ଯାଉଛି। ଜାଣିରଖନ୍ତୁ…

ବ୍ୟାଙ୍କ ଶାଖାରେ ଏସ୍‌ବିଆଇ ନଗଦ ଟଙ୍କା ପାଇଁ ଶୁଳ୍କ:
ଏବେ ମାଗଣା ଟଙ୍କା ଉଠାଣ ୪ରେ ସୀମିତ ରହିବ। ଏହାଠାରୁ ଅଧିକଥର ଟଙ୍କା ଉଠାଇବା ଲାଗି ଏସ୍‌ବିଆଇ ଆକାଉଣ୍ଟଧାରୀମାନଙ୍କୁ ଜୁଲାଇ ୧ରୁ ଦେୟ ଦେବାକୁ ହେବ। ଗ୍ରାହକଙ୍କୁ ଶାଖା କିମ୍ବା ଏଟିଏମ୍‌ରୁ ପ୍ରତ୍ୟେକ ନଗଦ ଟଙ୍କା ଉଠାଇବା ଉପରେ ୧୫ ଟଙ୍କା ସହ ଜିଏସ୍‌ଟି ଦେବାକୁ ପଡ଼ିବ।

ଏସି୍‌ବିଆଇ ପକ୍ଷରୁ ଏଟିଏମ୍‌ ଟଙ୍କା ଉଠାଣ ସୀମା:
ଜୁଲାଇ ୧ରୁ ଏସ୍‌ବିଆଇ ଏଟିଏମ୍‌ରୁ ନଗଦ ଟଙ୍କା ଉଠାଣ ନିୟମ ଲାଗୁ ହେଉଛି। ତଦନୁଯାୟୀ ପ୍ରଥମ ୪ ମାଗଣା ନେଣଦେଣ ପରେ ପ୍ରତ୍ୟେକ କାରବାର ଉପରେ ଏସ୍‌ବିଆଇ ଏବଂ ଅନ୍ୟ ଏଟିଏମ୍‌ ଉଭୟ ପାଇଁ ୧୫ଟଙ୍କା ସହ ଜିଏସ୍‌ଟି ମିଶାଇ ଆଦାୟ କରାଯିବ।

ଏସ୍‌ବିଆଇ ଚେକ୍‌ ବୁକ୍‌ ଚାର୍ଜ:
ଜୁଲାଇ ୧ରୁ ଲାଗୁ ହେବାକୁ ଥିବା ନୂତନ ଏସ୍‌ବିଆଇ ଚେକ୍‌ ବୁକ୍‌ ଚାର୍ଜ ଅନୁଯାୟୀ, ବିଏସ୍‌ବିଡି ଖାତାଧାରକଙ୍କୁ ଗୋଟିଏ ଆର୍ଥିକ ବର୍ଷରେ କେବଳ ୧୦ଟି ଚେକ୍‌ ସ୍ଲିପ୍‌ ମାଗଣାରେ ବ୍ୟବହାର କରିବାକୁ ଅନୁମତି ରହିଛି। ଏହାପରେ ୧୦ ପୃଷ୍ଠାର ଚେକ୍‌ ବୁକ୍‌ ପାଇଁ ୪୦ଟଙ୍କା ପ୍ଲସ ଜିଏସ୍‌ଟି ଏବଂ ୨୫ ପୃଷ୍ଠାର ଚେକ୍‌ ବୁକ୍‌ ପାଇଁ ୭୫ ଟଙ୍କା ପ୍ଲସ୍‌ ଜିଏସ୍‌ଟି ଆଦାୟ କରାଯିବ। ତେବେ ବରିଷ୍ଠ ନାଗରିକଙ୍କୁ ଚେକ୍‌ବୁକ୍‌ ବ୍ୟବହାର ପ୍ରତିବନ୍ଧକରୁ ମୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri