ଜୁଲାଇ ପହିଲାରୁ ବଦଳିବାକୁ ଯାଉଛି ଏସ୍‌ବିଆଇର ଅନେକ ନିୟମ: ଚେକ୍‌ବୁକ୍‌ଠାରୁ ଆରମ୍ଭ କରି…

ନୂଆଦିଲ୍ଲୀ,୨୯।୬: ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଆସନ୍ତା ଜୁଲାଇ ପହିଲାରୁ ଅନେକ ପରିବର୍ତ୍ତନ କରିବାକୁ ଯାଉଛି। ବ୍ୟାଙ୍କ ନଗଦ ପ୍ରତ୍ୟାହାର, ଶାଖାରୁ ନଗଦ ଟଙ୍କା ଉଠାଇବା ଏବଂ ଚେକ୍‌ ବୁକ୍‌ ପାଇଁ ଏହାର ଶୁଳ୍କକୁ ସଂଶୋଧନ କରିବାକୁ ଯାଉଛି। ଜାଣିରଖନ୍ତୁ…

ବ୍ୟାଙ୍କ ଶାଖାରେ ଏସ୍‌ବିଆଇ ନଗଦ ଟଙ୍କା ପାଇଁ ଶୁଳ୍କ:
ଏବେ ମାଗଣା ଟଙ୍କା ଉଠାଣ ୪ରେ ସୀମିତ ରହିବ। ଏହାଠାରୁ ଅଧିକଥର ଟଙ୍କା ଉଠାଇବା ଲାଗି ଏସ୍‌ବିଆଇ ଆକାଉଣ୍ଟଧାରୀମାନଙ୍କୁ ଜୁଲାଇ ୧ରୁ ଦେୟ ଦେବାକୁ ହେବ। ଗ୍ରାହକଙ୍କୁ ଶାଖା କିମ୍ବା ଏଟିଏମ୍‌ରୁ ପ୍ରତ୍ୟେକ ନଗଦ ଟଙ୍କା ଉଠାଇବା ଉପରେ ୧୫ ଟଙ୍କା ସହ ଜିଏସ୍‌ଟି ଦେବାକୁ ପଡ଼ିବ।

ଏସି୍‌ବିଆଇ ପକ୍ଷରୁ ଏଟିଏମ୍‌ ଟଙ୍କା ଉଠାଣ ସୀମା:
ଜୁଲାଇ ୧ରୁ ଏସ୍‌ବିଆଇ ଏଟିଏମ୍‌ରୁ ନଗଦ ଟଙ୍କା ଉଠାଣ ନିୟମ ଲାଗୁ ହେଉଛି। ତଦନୁଯାୟୀ ପ୍ରଥମ ୪ ମାଗଣା ନେଣଦେଣ ପରେ ପ୍ରତ୍ୟେକ କାରବାର ଉପରେ ଏସ୍‌ବିଆଇ ଏବଂ ଅନ୍ୟ ଏଟିଏମ୍‌ ଉଭୟ ପାଇଁ ୧୫ଟଙ୍କା ସହ ଜିଏସ୍‌ଟି ମିଶାଇ ଆଦାୟ କରାଯିବ।

ଏସ୍‌ବିଆଇ ଚେକ୍‌ ବୁକ୍‌ ଚାର୍ଜ:
ଜୁଲାଇ ୧ରୁ ଲାଗୁ ହେବାକୁ ଥିବା ନୂତନ ଏସ୍‌ବିଆଇ ଚେକ୍‌ ବୁକ୍‌ ଚାର୍ଜ ଅନୁଯାୟୀ, ବିଏସ୍‌ବିଡି ଖାତାଧାରକଙ୍କୁ ଗୋଟିଏ ଆର୍ଥିକ ବର୍ଷରେ କେବଳ ୧୦ଟି ଚେକ୍‌ ସ୍ଲିପ୍‌ ମାଗଣାରେ ବ୍ୟବହାର କରିବାକୁ ଅନୁମତି ରହିଛି। ଏହାପରେ ୧୦ ପୃଷ୍ଠାର ଚେକ୍‌ ବୁକ୍‌ ପାଇଁ ୪୦ଟଙ୍କା ପ୍ଲସ ଜିଏସ୍‌ଟି ଏବଂ ୨୫ ପୃଷ୍ଠାର ଚେକ୍‌ ବୁକ୍‌ ପାଇଁ ୭୫ ଟଙ୍କା ପ୍ଲସ୍‌ ଜିଏସ୍‌ଟି ଆଦାୟ କରାଯିବ। ତେବେ ବରିଷ୍ଠ ନାଗରିକଙ୍କୁ ଚେକ୍‌ବୁକ୍‌ ବ୍ୟବହାର ପ୍ରତିବନ୍ଧକରୁ ମୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri