ଅଟକିଛି ବହୁତଳ ପାର୍କିଂ କମ୍ପ୍ଲେକ୍ସ କାର୍ଯ୍ୟ

ବ୍ରହ୍ମପୁର ଅଫିସ,୧୯ା୫: ବ୍ରହ୍ମପୁର ସହରରେ ଜନସଂଖ୍ୟା ବୃଦ୍ଧି ହେଉଥିବା ବେଳେ ଯାନବାହାନ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହାଦ୍ୱାରା ସହରରେ ଗାଡି ପାର୍କିଂ ଏକ ମୁଖ୍ୟ ସମସ୍ୟା ପାଲଟିଛି। ବିଶେଷ କରି ସହରର ଜନଗହଳିପୂର୍ଣ୍ଣ ସ୍ଥାନ ଅନ୍ନପୂର୍ଣ୍ଣା ମାର୍କେଟ, ରାମଲିଙ୍ଗେଶ୍ୱର ରୋଡ, ଗିରି ମାର୍କେଟ ଆଦି ଅଞ୍ଚଳରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି। ପାର୍କିଂ ସମସ୍ୟା ସୁଧାରିବା ପାଇଁ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ଓ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପୁରୁଣା ବସ୍‌ଷ୍ଟାଣ୍ଡସ୍ଥିତ ପୂର୍ବରୁ ଥିବା ୟୁ ମାର୍କେଟଠାରେ ବହୁତଳ ବିଶିଷ୍ଟ ପାର୍କିଂ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରାଯାଇଛି। ଯାହାକି ଭୁବନେଶ୍ୱର ପରେ ବ୍ରହ୍ମପୁରରେ ରାଜ୍ୟର ଦ୍ୱିତୀୟ ପାର୍କିଂ କମ୍ପ୍ଲେକ୍ସ। ତେବେ ଏହି ପାର୍କିଂ କମ୍ପ୍ଲେକ୍ସ ପାଇଁ ୟୁ ମାର୍କେଟ ଦୋକାନ ଗୃହ ଉଚ୍ଛେଦ କରାଯାଇଥିଲେ ମଧ୍ୟ କାର୍ଯ୍ୟ ଅଗ୍ରଗତି ହେଉ ନ ଥିବାରୁ ସମସ୍ୟା କେବେ ସୁଧୁରିବ ତାହାକୁ ଅପେକ୍ଷା ରହିଛି।
ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଇଡିଏ) ପକ୍ଷରୁ ୯ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୫ ମହଲା ବିଶିଷ୍ଟ ପାର୍କିଂ କମ୍ପ୍ଲେକ୍ସ ନିର୍ମାଣ ହେବ। ପ୍ରଥମ ମହଲାରେ ୟୁ ମାର୍କେଟ ବ୍ୟବସାୟୀଙ୍କ ନିମନ୍ତେ ଦୋକାନ ଗୃହ ଉପଲବ୍ଧ ରହିବ। ଅନ୍ୟ ମହଲାରେ ୨୦୦ କାର୍‌ ଓ ୨୦୦ ବାଇକ ପାର୍କିଂ ସୁବିଧା ରହିବ। ଏହି ପାର୍କିଂ କମ୍ପ୍ଲେକ୍ସ ନିର୍ମାଣ ହେବା ପରେ ଅନ୍ନପୂର୍ଣ୍ଣା ମାର୍କେଟ, ଗିରି ମାର୍କେଟ, ରାମଲିଙ୍ଗେଶ୍ୱର ପାର୍କ ଓ ବ୍ରହ୍ମପୁର ଷ୍ଟାଡିୟମକୁ ଆସୁଥିବା ଯାନବାହନ ସେଠାରେ ରହିପାରିବ। ପାର୍କିଂ କମ୍ପ୍ଲେକ୍ସ ନିର୍ମାଣ ପୂର୍ବରୁ ପୁରୁଣା ବସଷ୍ଟାଣ୍ଡରେ ୟୁ ମାର୍କେଟଠାରେ ରହିଥିବା ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଦୋକାନ ଗୃହ ଉଚ୍ଛେଦ କରାଯାଇଛି। ଉଚ୍ଛେଦ ପରେ ବ୍ୟବସାୟୀଙ୍କୁ ପୁରୁଣା ବସ୍‌ଷ୍ଟାଣ୍ଡସ୍ଥିତ ମୁଖ୍ୟରାସ୍ତା ପାର୍ଶ୍ୱରେ ଦୋକାନ ଗୃହ ନିମନ୍ତେ ଜାଗା ପ୍ରଦାନ କରାଯାଇଛି। ବର୍ତ୍ତମାନ ବ୍ୟବସାୟୀମାନେ ଛୋଟ କ୍ୟାବିନ ନିର୍ମାଣ କରି ବ୍ୟବସାୟ ଆରମ୍ଭ କରିଛନ୍ତି। ଅନ୍ୟପଟେ ପାର୍କିଂ ସ୍ଥଳ ନିର୍ମାଣ ନିମନ୍ତେ ବିଇଡିଏ ପକ୍ଷରୁ ଟେଣ୍ଡର ସହ ଏକ ଘରୋଇ ସଂସ୍ଥାକୁ ନିର୍ମାଣ କାର୍ଯ୍ୟ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟ ୧୫ ମାସ ମଧ୍ୟରେ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଆଜକୁ ପ୍ରାୟ ୭ ମାସ ହେବ ଉଚ୍ଛେଦ ସ୍ଥାନରେ ଇଞ୍ଚେ ବି କାର୍ଯ୍ୟ ହୋଇ ନାହିଁ। ଏପରିକି ଉକ୍ତ ସ୍ଥାନରେ ଉଚ୍ଛେଦ ସ୍ଥାନକୁ ସଂପୂର୍ଣ୍ଣ ଭଙ୍ଗାଯାଇ ନାହିଁ। ଅନେକ ଅର୍ଦ୍ଧ୍ୱଭଗ୍ନ କାନ୍ଥ ରହିଥିବା ଦେଖିବାକୁ ମିଳିଛି। ଫଳରେ ବିଇଡିଏର ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସରିବା ନେଇ ଆଶଙ୍କା ଦେଖାଦେଇଛି। ଏଥିସହ ପୁରୁଣା ବସ ଷ୍ଟାଣ୍ଡଠାରେ ଥିବା ଟ୍ୟାକ୍ସି ଷ୍ଟାଣ୍ଡ ଉଚ୍ଛେଦ ପାଇଁ ବିଇଡିଏ ପକ୍ଷରୁ ନିଷ୍ପତ୍ତି ହୋଇଥିବା ବେଳେ ଏଠାକାର ଟ୍ୟାକ୍ସି ସଂଘ ଥଇଥାନ ପରେ ଉଚ୍ଛେଦ ପାଇଁ ଦାବି କରିଛନ୍ତି। ଯାହାକୁ ନେଇ ବର୍ତ୍ତମାନ ବହୁତଳ ପାର୍କିଂ କମ୍ପ୍ଲେକ୍ସ ନିର୍ମାଣ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ବିଇଡିଏ ସଚିବ ସମ୍ବିତ ରାଉତଙ୍କ ସହ ଯୋଗାଯୋଗ କରିବାର ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri