Posted inଜାତୀୟ

ଜାଲ୍‌ ବ୍ୟାଙ୍କ ଖୋଲି ଠକିନେଲେ ଅନେକ ଲକ୍ଷ

ରାୟପୁର,୪ା୧୦: ବ୍ୟାଙ୍କ କାରବାରରେ ଜାଲିଆତି, ଜାଲ୍‌ କାଗଜପତ୍ର ଦେଇ ଠକେଇ ଏବଂ ଅନ୍ୟାନ୍ୟ ଆର୍ଥତ୍କ ଦୁର୍ନୀତି ଖବର ଅନେକ ସମୟରେ ପ୍ରକାଶ ପାଇଥାଏ। ତେବେ ଛତିଶଗଡ଼ରେ ନିକଟରେ ହୋଇଥିବା ଏକ ଠକେଇ ସମ୍ପୂର୍ଣ୍ଣ ନିଆରା। ଅପରାଧୀମାନେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ଏକ ଜାଲ୍‌ ଶାଖା ଖୋଲି ୧୦ ଦିନ ମଧ୍ୟରେ ଅନେକ ଲୋକଙ୍କଠାରୁ ବହୁ ଲକ୍ଷ ଟଙ୍କା ଠକିନେଇଛନ୍ତି। ବେରୋଜଗାରୀଙ୍କୁ ଉକ୍ତ ଶାଖାରେ ଚାକିରି ଦେଇ ସେମାନଙ୍କଠାରୁ ଟଙ୍କା ଠକିନେଇଥିବାବେଳେ ସ୍ଥାନୀୟ ଲୋକେ ଲୋଭନୀୟ ସ୍କିମ୍‌ ଦ୍ୱାରା ପ୍ରଭାବିତ ହୋଇ ଟଙ୍କା ଜମା ରଖି ଠକାମିର ଶିକାର ହୋଇଛନ୍ତି।
ଛତିଶଗଡ଼ ରାଜଧାନୀ ରାୟପୁରଠାରୁ ୨୫୦ କି.ମି. ଦୂର ଶକ୍ତି ଜିଲାର ଛାପୋରା ଗ୍ରାମରେ ଏଭଳି ଅଭିନବ ଠକେଇ ହୋଇଛି। ସେଠାରେ ୧୦ ଦିନ ପୂର୍ବରୁ ଦେଶର ସର୍ବବୃହତ୍‌ ବ୍ୟାଙ୍କ ଏସ୍‌ବିଆଇର ଏକ ନୂଆ ଶାଖା ଖୋଲାଯାଇ ୬ ଜଣ ଲୋକଙ୍କୁ ନିଯୁକ୍ତି ଦିଆଯାଇଥିଲା। ପ୍ରକୃତ ବ୍ୟାଙ୍କ ଶାଖା ଭଳି ସେଠାରେ ନୂଆ ଆସବାବପତ୍ର, ପେସାଦାରି କାଗଜପତ୍ର ସହ ବ୍ୟାଙ୍କ କାଉଣ୍ଟର ଚାଲୁଥିଲା। ଗ୍ରାମବାସୀ ଏହି ଦୁର୍ନୀତି ସମ୍ପର୍କରେ ଜାଣି ନ ପାରି ନୂଆ ଶାଖାକୁ ଯାଇ ଆକାଉଣ୍ଟ ଖୋଲି କାରବାର ଆରମ୍ଭ କରିଦେଇଥିଲେ। ସବୁକିଛି ସ୍ବାଭାବିକ ଚାଲିଥିଲା। ତେବେ ସେପ୍ଟେମ୍ବର ୨୭ରେ ସେଠାରେ ପୋଲିସ ଅଧିକାରୀ ଏବଂ ଏସ୍‌ବିଆଇ ଅଫିସରମାନେ ପହଞ୍ଚତ୍ ଜେରା କରିବା ପରେ ଦୁର୍ନୀତି ପଦାକୁ ଆସିଥିଲା। ନିକଟବର୍ତ୍ତୀ ଡାବ୍ରା ଶାଖାର ମ୍ୟାନେଜର ଉକ୍ତ ଶାଖା ଉପରେ ସନ୍ଦେହ କରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ତଦନ୍ତରୁ ଛପୋରା ଶାଖା ଜାଲ୍‌ ବୋଲି ଜଣାପଡ଼ିଥିଲା। ସେହିପରି ସେଠାରେ ଯେଉଁମାନେ ନିଯୁକ୍ତି ପାଇଥିଲେ, ତାହା ମଧ୍ୟ ଜାଲ୍‌ ଥିଲା। ଏହି ଦୁର୍ନୀତିରେ ୪ ଜଣ ସମ୍ପୃକ୍ତ। ସେମାନେ ସେଠାରେ ନିଯୁକ୍ତ କର୍ମଚାରୀମାନଙ୍କୁ ମ୍ୟାନେଜର, ମାର୍କେଟିଂ ଅଫିସର, କ୍ୟାଶିୟର ଏବଂ କମ୍ପ୍ୟୁଟର ଅପରେଟର ନାମରେ ଜାଲ୍‌ ନିଯୁକ୍ତିପତ୍ର ଦେଇଥିଲେ, ଯାହା ବାସ୍ତବ ଆପଏଣ୍ଟମେଣ୍ଟ ଲେଟର ଭଳି ଲାଗୁଥିଲା। ସେମାନଙ୍କଠାରୁ ପଦବୀ ଅନୁଯାୟୀ ୨ରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉତ୍କୋଚ ନିଆଯାଇଥିଲା। ନବନିଯୁକ୍ତ କର୍ମଚାରୀମାନଙ୍କୁ ଠକମାନେ ତାଲିମ ଦେଇଥିଲେ। ଠକ ସଂସ୍ଥାର ମାଷ୍ଟରମାଇଣ୍ଡ ବେରୋଜଗାରୀମାନଙ୍କୁ ବିଭିନ୍ନ ସରକାରୀ ସଂସ୍ଥାରେ ଲୋଭନୀୟ ଚାକିରି ଲୋଭ ଦେଖାଇ ସେମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ଦାବି କରୁଥିଲେ। ଅଜୟ କୁମାର ଅଗ୍ରଓ୍ବାଲ ନାମକ ସ୍ଥାନୀୟ ବ୍ୟକ୍ତି ଏସ୍‌ବିଆଇ କିଓସ୍କ ଖୋଲିବା ପାଇଁ ଆବେଦନ କରିଥିଲେ। ତେବେ ଛାପୋରାରେ ରାତାରାତି ବ୍ୟାଙ୍କ ଶାଖା ଖୋଲିବାକୁ ନେଇ ତାଙ୍କ ସନ୍ଦେହ ବଢ଼ିଥିଲା। ବ୍ୟାଙ୍କ ଶାଖାର କୋଡ୍‌ ମଧ୍ୟ ଏହାର ସାଇନ୍‌ ବୋର୍ଡରେ ନ ଥିଲା। ଏନେଇ ଅଜୟ ଡାବ୍ରା ବ୍ରାଞ୍ଚ ମ୍ୟାନେଜରଙ୍କୁ ଜଣାଇବା ପରେ ଖୋଳତାଡ଼ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri