ରୂପାନ୍ତରୀକରଣ ପାଇଁ ଅନେକ ଲକ୍ଷ ଟଙ୍କା ବରବାଦ

ଖଣ୍ଡପଡ଼ା,୫ା୭(ଅଜୟ କୁମାର ମହାରଣା): କଣ୍ଟିଲୋ କୁଞ୍ଜ ବିହାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଅସୁରକ୍ଷିତ ଘୋଷଣା କରାଯାଇଛି। ଆବଶ୍ୟକ ଶ୍ରେଣୀଗୃହ ଅଭାବ ଯୋଗୁ ଛାତ୍ରୀମାନଙ୍କୁ ସେକ୍ସନରେ ବିଭକ୍ତ କରା ନ ଯାଇ ଏକାଠି ଗୋଟିଏ ଶ୍ରେଣୀରେ ବସାଇ ପାଠ ପଢ଼ା ଯାଉଥିବାରୁ ନାନା ସମସ୍ୟା ମୁଣ୍ଡ ଟେକିଛି। ହେଲେ ଏହି ସ୍କୁଲ ପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଉ ନ ଥିବାରୁ ଏହି ପୁରାତନ ଶିକ୍ଷାନୁଷ୍ଠାନ ନାନା ସମସ୍ୟା ମଧ୍ୟରେ ଗତି କରୁଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ମହିଳାମାନଙ୍କ ବିକାଶ ତଥା ପ୍ରଗତି ଲକ୍ଷ୍ୟରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅଧୀନ କଣ୍ଟିଲୋର ବାଳିକାମାନଙ୍କ ଶିକ୍ଷାର ବିକାଶ ପାଇଁ ସ୍ଥାନୀୟ ବଦାନ୍ୟ ବ୍ୟକ୍ତି ସ୍ବର୍ଗତ କୁଞ୍ଜ ବିହାରୀ ସାହୁ ୧୯୬୫ରେ କଣ୍ଟିଲୋ-ପାଟଣା ମଧ୍ୟସ୍ଥଳରେ ଥିବା ପାହାଡକୁ କାଟି ଏକ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ପ୍ରତିଷ୍ଠାତାଙ୍କ ନାମ ଅନୁସାରେ ତାହା କୁଞ୍ଜ ବିହାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନାମରେ ନାମିତ ହୋଇଛି। ପରବର୍ତ୍ତୀ ସମୟରେ ନିକଟରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏହି ବିଦ୍ୟାଳୟରେ ମିଶ୍ରଣ କରାଯାଇ ଏହାକୁ କୁଞ୍ଜ ବିହାରୀ ନୋଡାଲ ହାଇସ୍କୁଲର ମାନ୍ୟତା ଦିଆଯାଇଛି। ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩ ଶହ ୯୪ଜଣ ଛାତ୍ରୀ ଏହି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଛନ୍ତି। ସଂପୃକ୍ତ ବିଦ୍ୟାଳୟଟି ୧୯୯୪ରୁ ଟେକେନ ଓଭରର ମାନ୍ୟତା ପାଇଛି। ହେଲେ ୫୯ ବର୍ଷର ଏହି ବିଦ୍ୟାଳୟ ଶ୍ରେଣୀଗୃହର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅନୁଦାନ ରାଶି ମଞ୍ଜୁର ହୋଇଛି। ହେଲେ ବିଭାଗୀୟ ଅଧିକାରୀମାନଙ୍କ ଠିକାଦାର ପ୍ରୀତି ଯୋଗୁ କାମ ଶେଷ ହେବାର ୧ବର୍ଷ ମଧ୍ୟରେ ମରାମତି ଆବଶ୍ୟକ ପଡିଛି। ସ୍କୁଲର ଉପରେ ଥିବା ୨ କୋଠରୀରୁ ସିମେଣ୍ଟ ଖଣ୍ଡ ଖସୁଛି। ଏ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଅବଗତ କରିଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆ ଯାଇନାହିଁ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀନିବାସ ପଣ୍ଡା ସୂଚନା ଦେଇଛନ୍ତି।
ନବମ ଓ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୭୦ରୁ ଊର୍ଦ୍ଧ୍ୱ ଲେଖାଏ ଛାତ୍ରୀମାନଙ୍କୁ ୨ଟି ସେକ୍ସନରେ ବିଭକ୍ତ କରାଯାଇ ଶିକ୍ଷାଦାନର ବ୍ୟବସ୍ଥା ରହିଛି। ହେଲେ ଦୁଇଟି ଶ୍ରେଣୀର ପିଲାମାନଙ୍କୁ ଏକାଠି ବସାଇ ଶିକ୍ଷାଦାନ ଦିଆଯାଉଥିବାରୁ ସମସ୍ୟା ସୃଷ୍ଟି ହେଉଥବା ଅଭିଯୋଗ ହେଉଛି। ପାହାଡ ଉପରେ କେବଳ ପଥର ଓ ସିମେଣ୍ଟରେ ନିର୍ମିତ ହୋଇଥିବା ଦୁଇ ମହଲା ବିଶିଷ୍ଟ ଉକ୍ତ ପୁରାତନ ଶିକ୍ଷାନୁଷ୍ଠାନ ପ୍ରତି ଦୃଷ୍ଟି ନ ଦେଇ ଅନ୍ୟ ବାଟରେ ଅର୍ଥ ବ୍ୟୟ କରାଯାଉଥିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଉକ୍ତ ବିଦ୍ୟାଳୟ ଛାତଟି ଦୁର୍ବଳ ଅବସ୍ଥାରେ ରହି ଛାତରୁ ସିମେଣ୍ଟ ପ୍ଳାଷ୍ଟର ଖସି ବିପଦ ସୃଷ୍ଟି କରୁ ଥିବାରୁ ଉକ୍ତ ଛାତକୁ ଭଙ୍ଗାଯାଇ ନୂତନ ଛାତ ନିର୍ମାଣ ଦିଗରେ ପ୍ରଶାସନିକ ପଦକ୍ଷେପ ନେବାକୁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି।
ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଣ୍ଡା ଲିଖିତ ଭାବେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଶ୍ରେଣୀ ଗୃହର ମରାମତି ସହ ପୁରୁଣା ଛାତକୁ ଭାଙ୍ଗି ନୂଆ ଛାତ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି। ଏଥିପାଇଁ ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଦୃଷ୍ଟି ଦେବାକୁ ଦାବି ହେଉଛି। ସୂଚନାଯୋଗ୍ୟ, ଉକ୍ତ ବିଦ୍ୟାଳୟକୁ ୫-ଟି ଯୋଜନାରେ ସାମିଲ କରାଯାଇ କାର୍ଯ୍ୟ ଆରମ୍ଭ କରାଯାଉଛି। ମାତ୍ର ସେହି ଟଙ୍କାରେ ପୁରୁଣା ଛାତରେ କୌଣସି କାମ କରାଯାଇ ପାରିବ ନାହିଁ ବୋଲି ବିଦ୍ୟାଳୟରେ ଆୟୋଜିତ ଏକ ବୈଠକରେ ତତ୍କାଳୀନ ବିଡିଓ ଅରୁଣିମା ସାହୁ ସୂଚନା ଦେଇଥିଲେ। ହେଲେ ଛାତର ରକ୍ଷଣାବେକ୍ଷଣ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ଜିଲା ପରିଷଦ ସଭ୍ୟା ଉଜ୍ଜଳ ମହାରଣା ଓ ସରପଞ୍ଚ ଶ୍ରୀୟାରାଣୀ ବେହେରାଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri