ବ୍ରିଟେନର ପ୍ରସିଦ୍ଧ ସଂଗ୍ରହାଳୟରେ ଚୋରି, ଭାରତ ସମେତ ବହୁ ପ୍ରାଚୀନ କଳାକୃତି ହେଲା ଗାଏବ

ଲଣ୍ଡନ,୧୭।୮: ବ୍ରିଟେନର ଏକ ସଂଗ୍ରହାଳୟରୁ ବହୁ ମୂଲ୍ୟବାନ ଐତିହାସିକ ବସ୍ତୁ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ସଂଗ୍ରହାଳୟରେ ଶହ ଶହ ବର୍ଷର ଇତିହାସକୁ ସଂରକ୍ଷିତ କରି ରଖାଯାଇଛି। ଏହା ମଧ୍ୟ ଲଣ୍ଡନର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ସଂଗ୍ରହାଳୟର ଏକ ଭଣ୍ଡାର ଘରୁ ବହୁ ମୂଲ୍ୟବାନ ଐତିହାସିକ ବସ୍ତୁ ଏବଂ କଳାକୃତି ଚୋରି ହେବା ପରେ ଏହି ବ୍ରିଟିଶ ସଂଗ୍ରହାଳୟର ଜଣେ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି। ଚୋରି ହୋଇଥିବା କଳାକୃତିଗୁଡ଼ିକରେ ଭାରତରୁ ଆସିଥିବା କଳାକୃତି ମଧ୍ୟ ସାମିଲ ରହିଛି। ଚୋରି ସାମଗ୍ରୀର ମୂଲ୍ୟ ୫୦,୦୦୦ଡଲାର ବୋଲି ସ୍ଥାନୀୟ ପୋଲିସ ସୂଚନା ଦେଇଛି।

Share