ବିନା କାଗଜପତ୍ରରେ ଚାଲିଛି ଏକାଧିକ ଖାଦାନ

କୋରେଇ,୬।୫( ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀର ବିଭିନ୍ନ ବାଲି ଖାଦାନରୁ ଦୀର୍ଘ ଦିନ ହେବ ବ୍ୟବସାୟୀମାନେ ବିପୁଳ ମାତ୍ରାରେ ବାଲି ଉତ୍ତୋଳନ କରି ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି ା ରାଜସ୍ବ କିମ୍ବା ଖଣି ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଜିଲାର ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ହାତ କରି ବାଲି ବ୍ୟବସାୟୀମାନେ ପ୍ରତିଦିନ ହାଇୱାରେ ଶତାଧିକ ଟ୍ରିପ ବାଲି ପଡୋଶୀ ରାଜ୍ୟକୁ ଚୋରା ଚାଲାଣ କରୁଛନ୍ତି । ଗତ ୪ରୁ୫ ବର୍ଷ ହେବ ଜିଲା ପ୍ରଶାସନ ଓ ବାଲି ବ୍ୟବସାୟୀଙ୍କ ଅସାଧୁ ମେଣ୍ଟ ଯୋଗୁ ସରକାର ପ୍ରାୟ ୧୦୦ କୋଟି ଟଙ୍କାର ରାଜସ୍ବ ହରାଇଥିବା ଆକଳନ କରାଯାଉଛି ।

ବ୍ୟାସନଗର ତହସିଲ ଅଧୀନ ଶାଳବା ଘାଟରୁ ଦୀର୍ଘ ମାସ ହେବ ଲିଜ୍‌ ଅବଧି ସରିଥିଲେ ହେଁ ବ୍ୟବସାୟୀମାନେ ଏହାକୁ ମାନିବାକୁ ପ୍ରସ୍ତୁତ ନାହାଁନ୍ତି । ପ୍ରତିଦିନ ୫ରୁ ୬ଟି ପ୍ରୋକୋଲିନ ଲଗାଇ ହାଇୱା ଯୋଗେ ଶତାଧିକ ଟ୍ରିପ ବାଲି ଅନ୍ୟ ଜିଲା ତଥା ପଡୋଶୀ ରାଜ୍ୟକୁ ଚୋରା ଚାଲାଣ କରୁଛନ୍ତି । ସେହିପରି କଣ୍ଟାବଣିଆ ଘାଟରୁ ମଧ୍ୟ ଅନୁରୂପ ଭାବେ ଏକାଧିକ ମେଶିନ ଲଗାଇ ରୀତିମତ ବାଲି ଚୋରାଚାଲାଣ କରାଯାଇଛି । ଜଳ ପ୍ରବାହ ମୁଖ୍ୟପଥରେ ବନ୍ଧ ପକାଇ ବାଲି ଉତ୍ତୋଳନ କରାଯାଉଛି। ଏହା କେବଳ ନଦୀର ପ୍ରାକୃତିକ ସମତୁଲ ପ୍ରକ୍ରିୟାକୁ ବ୍ୟାହତ କରୁନାହିଁ ବରଂ ଲୋକଙ୍କ ଜୀବନଚର୍ଯ୍ୟା ଉପରେ ନକରାତ୍ମକ ପ୍ରଭାବ ପକାଉଛି । ଅନେକ ସ୍ଥାନରେ ଘାଇ ସୃଷ୍ଟି ହେବା ସହ ନଦୀବନ୍ଧ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି, ଯାହାକୁ ନେଇ ଆଖପାଖ ଅଞ୍ଚଳର ଲୋକେ ବନ୍ୟାକୁ ନେଇ ଭୟଭୀତ ଅଛନ୍ତି ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ( ଏସ୍‌ପିସିବି )ଠାରୁ ପରିଚାଳନା ଅନୁମତି ବା କନସେଣ୍ଟ ଟୁ ଅପରେଟ ( ସିଟିଓ ) ଏବଂ ପରିବେଶଗତ ଅନୁମତି ଏନ୍‌ଭାଇରନମେଣ୍ଟ କ୍ଲିଅରାନ୍ସ ( ଇସି ) ନ ଥାଇ ବ୍ୟବସାୟୀମାନେ ଦୀର୍ଘ ମାସ ହେଲା ବେଆଇନ ଭାବେ ଏହି ୨ ଘାଟରୁ ବାଲି ଉତ୍ତୋଳନ କରି ଚୋରା ଚାଲାଣ କରୁଥିଲେ ମଧ୍ୟ ଖଣି ବିଭାଗ କିମ୍ବା ରାଜସ୍ବ ବିଭାଗ କାହା ବିରୋଧରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ସବୁଠାରୁ ବଡ଼କଥା ହେଉଛି ଏହି ବାଲିଗାଡ଼ିଗୁଡ଼ିକ ଚଳପ୍ରଚଳ ପାଇଁ ନକଲି ଟ୍ରାନ୍‌ଜିଟ୍‌ ପାସ୍‌ ( ଟିପି ) ବ୍ୟବହାର ହେଉଛି। ଯାହା ଖଣି ବିଭାଗ ଜାଣି ମଧ୍ୟ ଅଜଣା ହୋଇଥିବା ମତପ୍ରକାଶ ପାଇଛି । ଏପରି ବ୍ୟବସାୟୀଙ୍କ ବିରୋଧରେ କେହି ମୁହଁ ଖୋଲିଲେ ଆକ୍ରୋଶର ଶିକାର ହେଉଛନ୍ତି। ଲୋକଙ୍କ ସୁରକ୍ଷା ଦିଗରେ ଦୃଷ୍ଟି ନ ଦେଇ ଜିଲା ପ୍ରଶାସନ ବାଲି ବ୍ୟବସାୟୀଙ୍କ ସହଯୋଗୀ ସାଜିଥିବା ଅଭିଯୋଗ ହେଉଛି ।

ଜିଲାର ଜଣେ ପ୍ରଭାବଶାଳୀ ବ୍ୟକ୍ତି, ଖଣି ବିଭାଗ ଓ ରାଜସ୍ବ ବିଭାଗର କେତେଜଣ ବରିଷ୍ଠ ଅଧିକାରୀଙ୍କୁ ମୋଟା ଅଙ୍କର ମୁନାଫା ଦେଇ ବ୍ୟବସାୟୀମାନେ ଦିନରାତି ବାଲି ଚୋରିରେ ଲିପ୍ତ ରହୁଛନ୍ତି। ଅଧିକାରୀଙ୍କ ଲାଭଖୋର ମନୋଭାବ ପାଖରେ ସରକାରଙ୍କ ସ୍ବଚ୍ଛତା ଫେଲ୍‌ ମାରିଥିବା ଚର୍ଚ୍ଚା ହେଉଛି । ଏହାର ଭିଜିଲାନ୍ସ ତଦନ୍ତ କରାଗଲେ ବିପୁଳ ପରିମାଣରେ ଆୟବର୍ହିଭୁତ ସମ୍ପତ୍ତି ଜବତ ହୋଇପାରନ୍ତା ବୋଲି ଆକଳନ କରାଯାଉଛି । ଏନେଇ ଜିଲା ଖଣି ଉପନିର୍ଦ୍ଦେଶକ ଜୟପ୍ରକାଶ ନାୟକଙ୍କ ମତାମତ ନେବାକୁ ଫୋନ୍‌ କରିଥିଲେ ହେଁ ସେ କଲ ଗ୍ରହଣ କରିନାହାନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri