ବହୁ ପଦବୀ ଆଶାୟୀ ନିରାଶ

ଢେଙ୍କାନାଳ ଅଫିସ,୧୪ା୩: ଢେଙ୍କାନାଳ ଜିଲା ପରିଷଦ ସଭାପତି ଦୌଡ଼ରେ ଥିଲେ ରାଜନୀତିରେ ଅଭିଜ୍ଞ ଏକାଧିକ ନେତ୍ରୀ। ଏହି ପଦବୀରେ ବସାଇବାକୁ ସେମାନଙ୍କ ଲାଗି ଜୋର୍‌ଦାର ଲବି କରିଥିଲେ ଜିଲାର ଟାଣୁଆ ନେତା। ହେଲେ ଲବି କି ସାଙ୍ଗଠନିକ ପତିଆରା କିଛି କାମ ଦେଲାନି। ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷରେ ରାଜନୀତିରେ ନୂଆ କରି ପାଦ ଥାପିଥିବା ଅର୍ଚ୍ଚନା ପୁହାଣଙ୍କୁ ଏଥିଲାଗି ଚୟନ କଲେ। ଫଳରେ ଏହି ପଦବୀ ଦୌଡ଼ରେ ଥିବା ଆଶାୟୀ ଏବଂ ସେମାନଙ୍କୁ ସମର୍ଥନ କରୁଥିବା ନେତାମାନେ ନିରାଶ ହୋଇଛନ୍ତି। ଆଗଧାଡ଼ିର କାର୍ଯ୍ୟକର୍ତ୍ତାମାନେ ଏହାକୁ ନେଇ ମୁହଁ ଖୋଲୁ ନ ଥିବାବେଳେ ସେମାନଙ୍କ କେତେଜଣ ସମର୍ଥକ ଏଭଳି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଚଳିତ ନିର୍ବାଚନରେ ଢେଙ୍କାନାଳ ଜିଲା ପରିଷଦ ପଦବୀ ମହିଳା ବର୍ଗ ଲାଗି ସଂରକ୍ଷିତ ରହିଥିଲା। ଏହି ଦୌଡ଼ରେ ସଦର ବ୍ଲକର ୨ଜଣ ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ସଭାପତି ହେବେ ବୋଲି ଜିଲା ବିଜେଡିରେ ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ ରବିବାର ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ନାଟକୀୟ ଘଟଣାକ୍ରମେ ଗଁଦିଆ ବ୍ଲକ ୧୨ନଂ. ଜୋନ୍‌ର ଅର୍ଚ୍ଚନା ପୁହାଣ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଦଳୀୟ ମୁଖ୍ୟ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକ୍ରମେ ତାଙ୍କୁ ଏହି ପଦବୀ ଲାଗି ଚୟନ କରାଯାଇଥିବା କୁହାଯାଉଥିଲେ ମଧ୍ୟ ଜିଲା ପରିଷଦ କାର୍ଯ୍ୟାଳୟ ପରିସରରେ କେତେକ ବିଜେଡି କର୍ମୀ ଏଭଳି ନିଷ୍ପତ୍ତି ବିରୋଧରେ ଅସନ୍ତୋଷ ପ୍ରକଟ କରିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଏ ସଂକ୍ରାନ୍ତରେ ଜିଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ କୁହନ୍ତି, ଦଳୀୟ ସଭାପତିଙ୍କ ମୋହର ବାଜିବା ପରେ ସର୍ବସମ୍ମତିକ୍ରମେ ଅର୍ଚ୍ଚନା ପୁହାଣ ଜିଲା ପରିଷଦ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।
ଅନ୍ୟପଟେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ଦିଆଯାଇଥିବାରୁ ଅର୍ଚ୍ଚନା ଏହାର ଶ୍ରେୟ ମୁଖ୍ୟମନ୍ତ୍ରୀ, ପୂର୍ତ୍ତମନ୍ତ୍ରୀ, ଜିଲାର ଏମ୍‌ପି ଏବଂ ବିଧାୟକମାନଙ୍କୁ ଦେଇଛନ୍ତି। ସେହିପରି ନିଜ ଅଞ୍ଚଳର ଜଣେ ଝିଅ ଜିଲା ପରିଷଦ ସଭାପତି ହୋଇଥିବାରୁ ପୂର୍ବତନ ବିଧାୟକ ନବୀନ ନନ୍ଦ ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ବିଧାୟକଙ୍କୁ ଏଥିଲାଗି କୃତଜ୍ଞତା ଜ୍ଞାପନ କରିଛନ୍ତି। ନିର୍ବାଚନ ପ୍ରକ୍ରିୟା ବେଳେ ଜିଲା ପରିଷଦ କାର୍ଯ୍ୟାଳୟ ପରିସରରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଜିଲା ପର୍ଯ୍ୟବେକ୍ଷକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

ରାସ୍ତା ତଳକୁ ଓଲଟିପଡିଲା ବାଲି ବୋଝେଇ ହାଇୱା, ଭିତରେ ଥିଲେ ଡ୍ରାଇଭର, ତା’ପରେ…

ପରଜଙ୍ଗ, ୪।୧୨(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଭାଲୁମୁଣ୍ଡା – ପରଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ରେଳ ଷ୍ଟେଶନ ନିକଟରେ ଗୁରୁବାର...

ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ: ଆଗକୁ ଆହୁରି…

ପରଜଙ୍ଗ,୨।୧୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ପ୍ରଶାସନ ତରଫରୁ ସୋମବାର ବାରିହାପୁର ହାଇସ୍କୁଲ ସମ୍ମୁଖରେ ସରକାରୀ ଜାଗାରେ ଥିବା ଏକ ଢାବା ସହ କେତୋଟି ଦୋକାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri