Posted inଖେଳ

୪ ଖେଳାଳିଙ୍କୁ ଖେଳରତ୍ନ, ୩୪ଜଣଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ,୧୭।୧: ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ରାଷ୍ଟ୍ରପତି ଭବନରେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଏବଂ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମନୋନୀତ ସମସ୍ତ ଖେଳାଳିଙ୍କୁ ପୁରସ୍କୃତ କରିଛନ୍ତି। ଖେଳାଳି ମନୁ ଭାକର, ଡି. ଗୁକେଶ, ହରମନପ୍ରୀତ ସିଂ ଏବଂ ପାରା ଆଥ୍‌ଲେଟ ପ୍ରବୀଣ କୁମାରଙ୍କୁ ଖେଳ ରତ୍ନରେ ସମ୍ମାନିତ କରାଯାଇଛି। ଅନ୍ୟପକ୍ଷେ ୩୨ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି।

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଡବଲ ମେଡାଲ ବିଜେତା ମନୁ ଭାକରଙ୍କୁ ଖେଳ ରତ୍ନରେ ସମ୍ମାନିତ କରାଯାଇଛି। ସେହିପରି ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଓ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍‌ ଇଭେଣ୍ଟରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିଲେ। ପ୍ରଥମ ଭାରତୀୟ ମହିଳା ଆଥ୍‌ଲେଟ ଭାବେ ମନୁ ଗୋଟିଏ ସଂସ୍କରଣରେ ଦୁଇଟି ପଦକ ଜିତିଥିବା ବେଳେ ପି.ଭି. ସିନ୍ଧୁଙ୍କ ପରେ ଦ୍ବିତୀୟ ମହିଳା ଖେଳାଳି ଭାବେ ଏଭଳି କୃତତ୍ୱ ନିଜ ନାମରେ କରିଥିଲେ। ସେହିପରି ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ହକି ଦଳ ହରମନପ୍ରୀତ ସିଂଙ୍କ ନେତୃତ୍ୱରେ କ୍ରମାଗତ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲା। ୨୦୨୧ ସଫଳତାକୁ ଭାରତ ବଜାୟ ରଖିଥିବା ବେଳେ ହରମନପ୍ରୀତ ଦଳ ପକ୍ଷରୁ ସର୍ବାଧିକ ଗୋଲ ସ୍କୋର ରହିଥିଲେ। ତାଙ୍କୁ ମଧ୍ୟ ଖେଳ ରତ୍ନରେ ସମ୍ମାନିତ କରାଯାଇଛି।

ସେହିପରି ବିଶ୍ବ ଚେସ୍‌ ଚାମ୍ପିୟନଶିପ ଓ ଚେସ୍‌ ଅଲିମ୍ପିଆଡରେ ସ୍ବର୍ଣ୍ଣ ପଦକ ବିଜେତା ଡି. ଗୁକେଶଙ୍କୁ ଖେଳରତ୍ନ ପ୍ରଦାନ କରାଯାଇଛି। ବିଶ୍ବ ଚେସ ଚାମ୍ପିୟନଶିପର ଅନ୍ତିମ ରାଉଣ୍ଡରେ ଚାଇନାର ଡିଙ୍ଗ ଲିରେନଙ୍କ ବିପକ୍ଷରେ ଅଦ୍ଭୂତପୂର୍ବ ବିଜୟ ସହ ଟାଇଟଲ ବିଜୟୀ ହୋଇଥିଲେ ଗୁକେଶ। ବିଶ୍ବନାଥନ ଆନନ୍ଦଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ସେ ଏହି ଟାଇଟଲ ଜିତିଥିଲେ।

୩୪ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର

ଜ୍ୟୋତି ୟାରାଜି- ଆଥଲେଟିକ୍ସ
ଅନୁ ରାଣୀ- ଆଥଲେଟିକ୍ସ
ନୀତୁ- ବକ୍ସିଂ
ସୱିଟି- ବକ୍ସିଂ
ଭାଣ୍ଟିକା ଅଗ୍ରୱାଲ- ଚେସ୍‌
ସାଲିମା ଟେଟେ- ହକି
ଅଭିଷେକ- ହକି
ସଞ୍ଜୟ- ହକି
ଜର୍ମାନପ୍ରୀତ ସିଂହ- ହକି
ସୁଖଜିତ ସିଂହ- ହକି
ରାକେଶ କୁମାର- ପାରା-ତୀରନ୍ଦାଜ
ପ୍ରୀତି ପାଲ- ପାରା-ଆଥଲେଟିକ୍ସ
ସଚିନ ସରଜେରାଓ ଖିଲାରି- ପାରା ଆଥଲେଟିକ୍ସ
ଧରମବୀର- ପାରା ଆଥଲେଟିକ୍ସ
ପ୍ରଣବ ସୁରମା- ପାରା ଆଥଲେଟିକ୍ସ
ଏଚ ହୋକାଟୋ- ସେମା ପାରା ଆଥଲେଟିକ୍ସ
ସିମରନ- ପାରା ଆଥଲେଟିକ୍ସ
ନବଦୀପ- ପାରା ଆଥଲେଟିକ୍ସ
ତୁଳାସିମତି ମୁରୁଗେସନ- ପାରା ବ୍ୟାଡମିଣ୍ଟନ
ନିତ୍ୟ ଶ୍ରୀ ସୁମତି ସିଭାନ- ପାରା ବ୍ୟାଡମିଣ୍ଟନ
ମନୀଷା ରାମଦାସ- ପାରା ବ୍ୟାଡମିଣ୍ଟନ
କପିଲ ପରମାର- ପାରା ଜୁଡୋ
ମୋନା ଅଗ୍ରୱାଲ- ପାରା ସୁଟିଂ
ରୁବିନା ଫ୍ରାନ୍ସିସ- ପାରା ସୁଟିଂ
ସୱପ୍ନିଳ ସୁରେଶ କୁସାଲେ- ସୁଟିଂ
ସରବଜୋତ ସିଂହ- ଗୁଳିଚାଳନା
ଅଭୟ ସିଂହ- ସ୍କୱାସ
ସାଜନ ପ୍ରକାଶ – ପହଁରିବା
ଅମନ ସହୱାରତ – କୁସ୍ତି
ସୁଚା ସିଂହ (ଲାଇଫଟାଇମ) ଆଥଲେଟିକ୍ସ
ମୁରଲୀକାନ୍ତ (ଜୀବନକାଳ) – ରାଜାରାମ ପେଟକର ପାରା ପହଁରାଳି

୫ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର

ସୁଭାଷ ରାଣା- ପାରା ସୁଟିଂ (ନିୟମିତ)
ଦୀପାଳି ଦେଶପାଣ୍ଡେ- ସୁଟିଂ (ନିୟମିତ)
ସନ୍ଦୀପ ସାଙ୍ଗୱାନ- ହକି (ନିୟମିତ)
ଏସ ମୁରଲୀଧରନ- ବ୍ୟାଡମିଣ୍ଟନ (ଲାଇଫଟାଇମ)
ଆର୍ମାଣ୍ଡୋ ଆଗ୍ନେଲୋ କୋଲାକୋ- ଫୁଟବଲ (ଜୀବନକାଳ)


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri