Categories: ବାଣିଜ୍ୟ

ମନୋଜ ଶର୍ମା ପୂର୍ବତଟ ରେଳପଥର ନୂଆ ଜିଏମ୍‌

ଭୁବନେଶ୍ୱର,୨୬।୧: ଭାରତୀୟ ରେଳ ଇଞ୍ଜିନିୟରିଂ ସେବା(ଆଇଆର୍‌ଏସ୍‌ଇ)ର ବରିଷ୍ଠ ଅଧିକାରୀ ମନୋଜ ଶର୍ମା ନିକଟରେ ପୂର୍ବତଟ ରେଳପଥର ନୂତନ ମହାପ୍ରବନ୍ଧକ (ଜିଏମ୍‌) ଭାବେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ମୁମ୍ବାଇ କେନ୍ଦ୍ରୀୟ ରେଳପଥର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଭାବେ କାର୍ଯ୍ୟ କରୁଥିଲେ।

ଏପରିକି ଶର୍ମା ପଶ୍ଚିମ ରେଳପଥରେ ମଧ୍ୟ ଡିଭିଜନାଲ ରେଲୱେ ମ୍ୟାନେଜର (ଡିଆରଏମ), ରତଲାମ ଉତ୍ତର ରେଳପଥରେ ମୁଖ୍ୟ ଇଞ୍ଜିନିୟର ଏବଂ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ଦିଲ୍ଲୀରେ ମୁଖ୍ୟ ଜେନେରାଲ ମ୍ୟାନେଜର ଏବଂ ଲକ୍ଷ୍ନୌରେ ଅନୁସନ୍ଧାନ ଡିଜାଇନ ଓ ମାନକ ସଂଗଠନରେ ଯୁଗ୍ମ ନିର୍ଦ୍ଦେଶକ-ନିର୍ଦ୍ଦେଶକ (ଆର୍‌ଡିଏସ୍‌ଓ) ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେହିଭଳି ୧୯୮୫ ବ୍ୟାଚ୍‌ର ଆଇଆର୍‌ଏସ୍‌ଇ ଶର୍ମା ୧୯୮୭ ରେ ଭାରତୀୟ ରେଳପଥରେ ଯୋଗଦେଇଥିଲେ।

ଏପରିକି ସେ ରୁର୍‌କି ବିଶ୍ୱବିଦ୍ୟାଳୟରୁ ସିଭିଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ବେଳେ ଆଇଆଇଟି ଦିଲ୍ଲୀରୁ ଏମ୍‌ଟେକ୍‌ ମଧ୍ୟ କରିଛନ୍ତି। ବିଶେଷକରି ପ୍ରୋଜେକ୍ଟ ନିର୍ମାଣ ଏବଂ କାର୍ଯ୍ୟକ୍ଷମ କରିବାରେ ତାଙ୍କର ଗଭୀର ଅଭିଜ୍ଞତା ରହିଛି। ଶର୍ମା ବିଭିନ୍ନ ମନ୍ତ୍ରଣାଳୟରେ ଆର୍‌ଡିଏସ୍‌ଓ, ଲକ୍ଷ୍ନୌ,ଏନ୍‌ଏଚ୍‌ଏଆଇ ଭଳି ବିଭିନ୍ନ ସରକାରୀ କ୍ଷେତ୍ରରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି।

Share