କୋରାପୁଟ,୨୮ା୭(ଅମିତାଭ ବେହେରା): ମନୋଜ ସତ୍ୟବାନ ମହାଜନ ସୋମବାର କୋରାପୁଟ ଜିଲାର ନୂଆ ଜିଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥି ପୂର୍ବରୁ ସେ ସୁନ୍ଦରଗଡ଼ ଜିଲାର ଜିଲାପାଳ ଭାବେ କାର୍ଯ୍ୟ କରୁଥିଲେ।
ଏଠାରେ ଯୋଗ ଦେବା ପରେ ଜିଲାରେ ଚାଲିଥିବା ସମସ୍ତ ବିକାଶମୂଳକ କାର୍ଯ୍ୟକୁ ଅଧିକ ତ୍ୱରାନ୍ବିତ କରାଯିବ।ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଓ ସମାୟାନୁବର୍ତ୍ତିତା ଅଵଲମ୍ବନ ସହ ସରକାରଙ୍କ ବିଭିନ୍ନ ଜଣକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱ ରହିବ। ଜନସାଧାରଣଙ୍କ ନିକଟରୁ ଆସୁଥିବା ଅଭିଯୋଗଗୁଡିକ ତୁରନ୍ତ ସମାଧାନ କରିବା ପ୍ରାଥମିକତା ରହିବ ବୋଲି କହିଥିଲେ। ବିଭିନ୍ନ ବିକାଶମୂଳକ ଯୋଜନା ଯେପରି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ଏହା ଉପରେ ଅଧିକ ଫୋକସ ରହିବ। ଜିଲାରେ ଚାଲୁଥିବା ପ୍ରକଳ୍ପଗୁଡିକ ଯେପରି ସଠିକ ସମୟରେ ଶେଷ ହେବ ସେଥିପ୍ରତି ପ୍ରାଧାନ୍ୟ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।


