Posted inଜାତୀୟ

‘ମନ କି ବାତ’ର ୧୦୦ ତମ ଏପିସୋଡ ପ୍ରସାରଣ ପୂର୍ବରୁ ମୋଦି କହିଲେ, ସତରେ ବହୁତ ନିଆରା ଥିଲା ଯାତ୍ରା

ନୂଆଦିଲ୍ଲୀ,୩୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ତମ ଏପିସୋଡ ରବିବାର ଅର୍ଥାତ୍‌ ୩୦ ଏପ୍ରିଲରେ ପ୍ରସାରଣ କରାଯିବ। ଏହି ଦିନକୁ ଐତିହାସିକ କରିବାକୁ ଭାରତୀୟ ଜନତା ପାର୍ଟି(ଭାଜପା) ଜୋରଦାର ପ୍ରସ୍ତୁତ କରିଛି। ପ୍ରଧାନମନ୍ତ୍ରୀ ମୋଦି ୧୦୦ ଏପିସୋଡ ପର୍ଯ୍ୟନ୍ତ ପହଞ୍ଚିବା ଯାତ୍ରାକୁ ଖୁବ୍‌ ନିଆରା ଯାତ୍ରା ବୋଲି କହିଛନ୍ତି।

ମୋଦି ଟୁଇଟ କରି ଲୋକଙ୍କୁ ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମକୁ ଶୁଣିବାକୁ ଅପିଲ କରିଛନ୍ତି। ଭାଜପାର ଅନ୍ୟ ନେତାମାନେ ବି କାର୍ଯ୍ୟକ୍ରମକୁ ନେଇ ଉତ୍ସାହିତ ଥିବା ଦେଖାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଏହି ରେଡିଓ କାର୍ଯ୍ୟକ୍ରମ ପ୍ରତିମାସର ଶେଷ ରବିବାର ପ୍ରଚାରିତ ହୋଇଥାଏ।
ମୋଦି ଟୁଇଟ କରି ଲେଖିଛନ୍ତି, ମନ କି ବାତର ୧୦୦ ତମ ଏପିସୋଡ ପାଇଁ ସକାଳ ୧୧ଟାରେ ଟ୍ୟୁନ ଇନ କରନ୍ତୁ, ଏହା ବାସ୍ତବରେ ଏକ ବିଶେଷ ଯାତ୍ରା। ଯେଉଁଥିରେ ଆମେ ଭାରତର ଲୋକଙ୍କ ସାମୁହିକ ଭାବନାର ପର୍ବ ପାଳନ କରିଛୁ ଓ ପ୍ରେରକ ଜୀବନଯାତ୍ରା ଉପରେ ଆଲୋକ ଦେଖାଇଛୁ।
ଏହି କାର୍ଯ୍ୟକ୍ରମକୁ ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମର ୧୦୦ ତମ ଏପିସୋଡ, ରବିବାର ସକାଳ ୧୧ଟାରେ ପ୍ରଚାରିତ କରାଯିବ। ଜନସମ୍ବାଦ ଦୁନିଆରେ ଏହି କାର୍ଯ୍ୟକ୍ରମ ‘ଏକ ମାଇଲ ଷ୍ଟୋନ’ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୋଦି ଦେଶବାସୀଙ୍କ ସହ ସିଧା ସମ୍ପର୍କ ସ୍ଥାପନ କରି, ସେ ଅନେକ ବିଷୟକୁ ନେଇ କେବଳ ସଚେତନା ସୃଷ୍ଟି କରିଛନ୍ତି ତା’ନୁହେଁ, ବରଂ ସେମାନଙ୍କୁ ପ୍ରେରଣା ବି ଦେଇଛନ୍ତି। ସେ ସ୍ବଚ୍ଛତା କଥା ହେଉ ଅବା କୋଭିଡ ଯୋଦ୍ଧାଙ୍କୁ ପ୍ରୋତ୍ସାହିତ କରିବା ହେଉ, ବେଟି ବଚାଓ ବେଟି ପଢାଓର ପ୍ରେରଣା ଦେବା ହେଉ, ମେକ ଇନ ଇଣ୍ଡିଆ କଥା ହେଉ, ଅବା ଜଳ ସଂରକ୍ଷଣର ବିଷୟ, ମୋଦି ରାଜନୈତିକ ବିଷୟକୁ ବାଦ ଦେଇ ସାର୍ବଜନିକ ଜୀବନ ସହ ଜଡିତ ପ୍ରାୟ ସମସ୍ତ ବିଷୟ ଉପରେ ତାଙ୍କ କଥାକୁ ବଡ ପ୍ରଭାବି ଢଙ୍ଗରେ ଉପସ୍ଥାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri