Posted inଜାତୀୟ

ମନମୋହନଙ୍କୁ ୯୦, ମୋଦି-ରାହୁଲ ଜଣାଇଲେ ଶୁଭେଚ୍ଛା…

ନୂଆଦିଲ୍ଲୀ, ୨୬।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କୁ ତାଙ୍କର ୯୦ ତମ ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ଏବଂ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଟୱିଟ କରି କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ମୁଁ ପ୍ରାର୍ଥନା କରୁଛି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ମନମୋହନ ସିଂଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି ଯେ ଭାରତର ଜଣେ ଶ୍ରେଷ୍ଠ ରାଜନେତା ମନମୋହନ ସିଂ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ତାଙ୍କର ନମ୍ରତା, ଉତ୍ସର୍ଗୀକୃତତା ଏବଂ ଭାରତର ବିକାଶରେ ଅବଦାନର କିଛି ତୁଳନା ନାହି। ସେ ମୋ ପାଇଁ ଏବଂ ଅନ୍ୟ ଭାରତୀୟଙ୍କ ପାଇଁ ଏକ ପ୍ରେରଣାର ଉତ୍ସ। ମୁଁ ତାଙ୍କର ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି।

ମନମୋହନ ୨୬ ସେପ୍ଟେମ୍ବର ୧୯୩୨ ରେ ପଞ୍ଜାବର ଗାହ ଗ୍ରାମରେ ଦେଶ ବିଭାଜନ ପୂର୍ବରୁ ଜନ୍ମଗ୍ରହଣ କରିଥିଲେ। ସେ ପଞ୍ଜାବ ବିଶ୍ୱବିଦ୍ୟାଳୟ, କେମ୍ବ୍ରିଜ ଏବଂ ଅକ୍ସଫୋର୍ଡରେ ଅଧ୍ୟୟନ କରିଥିଲେ। ଲଗାତାର ଦୁଇ ଥର ସେ ଦେଶର ପ୍ରଧାନମନ୍ତ୍ରୀ ପଦରେ କାର୍ଯ୍ୟ କରିଥିଲେ। ସେ ଜଣେ ଜଣାଶୁଣା ଅର୍ଥନୀତିଜ୍ଞ । ସେ ୧୯୯୦ ଦଶକରେ ଦେଶରେ ବ୍ୟାପକ ସଂସ୍କାର ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଗୁରୁବାର ଭାରତ ବନ୍ଦ ଡାକରା: କ’ଣ ରହିବ ଖୋଲା, କ’ଣ ବନ୍ଦ, ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦ୍ୱାରା କୃଷକ ସଂଗଠନଗୁଡ଼ିକର ଦୃଢ଼ ସମର୍ଥନ ସହିତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଫେବୃଆରୀ ୧୨ ତାରିଖ ଅର୍ଥାତ୍‌ ଗୁରୁବାର ଭାରତରେ…

“ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ କୌଣସି ବାଧା ସହିବୁ ନାହିଁ”: ସୁପ୍ରିମକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ,୯।୨: ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ସବୁ ରାଜ୍ୟ ସରକାରଙ୍କୁ ଏକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ…

ଚର୍ଚ୍ଚାରେ ପ୍ରଶାସନ, ଡାକ୍ତରଙ୍କୁ ମିଳିଲା ହସ୍ପିଟାଲରୁ କୁକୁର ଘଉଡ଼ାଇବା ପାଇଁ ଦାୟିତ୍ୱ

ଜୟପୁର,୯।୨: ରାଜସ୍ଥାନର ଜୟସଲମେର ଜିଲ୍ଲାର ସବୁଠାରୁ ବଡ଼ ସରକାରୀ ହସ୍ପିଟାଲ ସରକାରୀ ଜବାହାର ହସ୍ପିଟାଲରେ କୁକୁର ହଟାଇବା ଅଭିଯାନ ଚାଲିଛି । ହସ୍ପିଟାଲ ପ୍ରଶାସନ ଦ୍ୱାରା ଜାରି…

୧୦୦ ଟପିବ ପେଟ୍ରୋଲ ଦର? ଟ୍ରମ୍ପଙ୍କ ଯୋଗୁ ଗୋଟିଏ ଝଟକାରେ ହୁ ହୁ ହୋଇ ବଢ଼ିବାକୁ ଯାଉଛି ମୂଲ୍ୟ…!

ନୂଆଦିଲ୍ଲୀ,୯।୨: ଭାରତ ଏବଂ ଆମେରିକା ମଧ୍ୟରେ ନିକଟରେ ହୋଇଥିବା ଟ୍ରେଡ୍‌ ଡିଲ(ବାଣିଜ୍ୟ ଚୁକ୍ତି) ନେଇ ଜୋରଦାର ଚର୍ଚ୍ଚା ହେଉଛି। କାରଣ ଏହା ଭାରତର ସାଧାରଣ ନାଗରିକଙ୍କୁ ମହଙ୍ଗା…

ଧରିତ୍ରୀ ପ୍ରଭାବ: ତତ୍ପରତା ଦେଖାଇଲା ବିଦ୍ୟୁତ ବିଭାଗ

ଦାରିଙ୍ଗବାଡି, ୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହାଠାରୁ ତେରବାଡିକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଉପରେ ବିଦ୍ୟୁତ ତାର…

ଅସମ୍ମାନ ! ଡାଇନିଂ ଟେବୁଲରେ ବସିଲେ, ଚପଲ ପିନ୍ଧି ମହାପ୍ରସାଦ ଖାଇଲେ

ପୁରୀ୯।୨( ଅଜିତ୍ କୁମାର ମହାନ୍ତି ): ପୁଣି ମହାପ୍ରସାଦକୁ ଅପମାନ । ଡାଇନିଂ ଟେବୁଲରେ ଚପଲ ପିନ୍ଧି ବସି ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର, ଏତିକି ବୃଦ୍ଧି ପାଇବ DA!

ନୂଆଦିଲ୍ଲୀ,୯।୨: ହୋଲି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ କିଛି ଆଶ୍ୱସ୍ତି ପାଇପାରନ୍ତି। ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ (DR) ୨% ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri