ମନମୋହନ vs ମୋଦି ଶାସନ କାଳ: କାହା ସମୟରେ ଅଧିକ ଦୁର୍ବଳ ହୋଇଛି ଟଙ୍କା

ନୂଆଦିଲ୍ଲୀ,୮ା୧: ଭାରତୀୟ ଅର୍ଥନୀତିରେ ଟଙ୍କାର ମୂଲ୍ୟ ହ୍ରାସକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଲାଗିରହିଛି। ବର୍ତ୍ତମାନ ଟଙ୍କା ଡଲାର ତୁଳନାରେ ସର୍ବକାଳୀନ ଉଚ୍ଚ ସ୍ତରରେ ରହିଛି। ଏଥିରେ ସୁଧାର ଆଣିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ବିଭିନ୍ନ ପଦକ୍ଷେପ ନେଉଥିଲା ବେଳେ କେନ୍ଦ୍ରରେ ମୋଦି ସରକାର ବ୍ୟାକଫୁଟରେ ରହିଛନ୍ତି। କାରଣ ୨୬ ମେ ୨୦୧୪ରୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ରରେ ଏନଡିଏ ସରକାରକୁ ଏକ ଦଶନ୍ଧିରୁ ଅଧିକ ସମୟ ଅତିକ୍ରମ କରିସାରିଛି।

ଏପରି ସମୟରେ ବିଶେଷ କରି ୟୁପିଏ (UPA) ସରକାର ଏବଂ ଏନଡିଏ (NDA) ସରକାରଙ୍କ ସମୟରେ ଡଲାର ତୁଳନାରେ ଟଙ୍କା କେତେ ଦୁର୍ବଳ ହୋଇଛି, ସେ ସମ୍ପର୍କରେ ଏକ ପରିସଂଖ୍ୟାନ ସାମ୍ନାକୁ ଆସିଛି।

ମନମୋହନ ସିଂହଙ୍କ କାର୍ଯ୍ୟକାଳ (୨୨ ମେ, ୨୦୦୪ – ୨୬ ମେ, ୨୦୧୪):
ଡକ୍ଟର ମନମୋହନ ସିଂହ ଯେତେବେଳେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ, ସେତେବେଳେ ୧ ଆମେରିକୀୟ ଡଲାରର ମୂଲ୍ୟ ପ୍ରାୟ ୪୫.୩୧ ଟଙ୍କା ଥିଲା। ୨୦୧୪ରେ ସେ କ୍ଷମତା ଛାଡ଼ିବା ବେଳକୁ ଏହା ୫୮.୫୮ ଟଙ୍କାରେ ପହଞ୍ଚିଥିଲା। ତାଙ୍କର ୧୦ ବର୍ଷର ଶାସନ କାଳରେ ଟଙ୍କାର ମୂଲ୍ୟ ପ୍ରାୟ ୩୩% ହ୍ରାସ ପାଇଥିଲା।

ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ (୨୬ ମେ, ୨୦୧୪ – ବର୍ତ୍ତମାନ):
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ଦାୟିତ୍ୱ ନେବା ସମୟରେ ଡଲାର ପିଛା ଟଙ୍କାର ମୂଲ୍ୟ ପ୍ରାୟ ୫୮.୫୮ ଟଙ୍କା ଥିଲା। ତେବେ ଗତ ୧୧ ବର୍ଷ ମଧ୍ୟରେ ଟଙ୍କାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି। ୨୦୨୫-୨୬ ସୁଦ୍ଧା ୧ ଡଲାରର ମୂଲ୍ୟ ବୃଦ୍ଧି ପାଇ ପ୍ରାୟ ୮୯-୯୦ ଟଙ୍କାରେ ପହଞ୍ଚିଛି। ପରିସଂଖ୍ୟାନ ଅନୁଯାୟୀ, ମୋଦି ସରକାରଙ୍କ ସମୟରେ ଟଙ୍କାର ମୂଲ୍ୟ ପ୍ରାୟ ୫୦% ରୁ ଅଧିକ ହ୍ରାସ ପାଇଛି।

କାହା ସମୟରେ ଅଧିକ ହ୍ରାସ ପାଇଛି?

ତଥ୍ୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତୀୟ ଟଙ୍କା ଆମେରିକୀୟ ଡଲାର ତୁଳନାରେ ଅଧିକ ଦୁର୍ବଳ ହୋଇଛି। ନରେନ୍ଦ୍ର ମୋଦି ୨୦୧୪ରେ ଦାୟିତ୍ୱ ଗ୍ରହଣ ସମୟରେ ୧ ଡଲାର ତୁଳନାରେ ₹୫୮.୫୮ ଟଙ୍କା ଥିଲା, ଯାହା ଜାନୁୟାରୀ ୨୦୨୬ ସୁଦ୍ଧା ୫୩% ବୃଦ୍ଧି ପାଇ ₹୮୯.୯୨ ଟଙ୍କାରେ ପହଞ୍ଚିଛି।

ଅନ୍ୟପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୨୦୦୪ରେ ଦାୟିତ୍ୱ ଗ୍ରହଣ କରିବା ସମୟରେ ୧ ଡଲାର ତୁଳନାରେ ₹୪୫.୩୧ ଟଙ୍କା ଥିଲା, ଯାହା ୨୦୧୪ ସୁଦ୍ଧା ୩୩% ବୃଦ୍ଧି ପାଇ ₹୫୮.୫୮ ଟଙ୍କାରେ ପହଞ୍ଚିଛି।

ତେବେ ଟଙ୍କା ଦୁର୍ବଳ ହେବାର ବିଭିନ୍ନ କାରଣ ରହିଛି। ଅର୍ଥନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, ବିଶ୍ୱସ୍ତରୀୟ ଭୂ-ରାଜନୈତିକ ପରିସ୍ଥିତି, ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ଆମେରିକୀୟ ଫେଡେରାଲ୍ ରିଜର୍ଭର ନୀତି ପରି ବାହ୍ୟ କାରଣ ଗୁଡ଼ିକ ଏହି ମୂଲ୍ୟ ହ୍ରାସ ପାଇଁ ଦାୟୀ।

ଗତ ଏକ ଦଶନ୍ଧି ମଧ୍ୟରେ ଟଙ୍କା ଅଧିକ ହ୍ରାସ ପାଇବାର ଅନ୍ୟ ଏକ କାରଣ ହେଉଛି ୨୦୨୦ ରେ ଆସିଥିବା କରୋନା ଲହର। ଏହାଦ୍ୱାରା ବିଶ୍ୱରେ କାରବାର ଏକ ପ୍ରକାର ଠପ୍ ହୋଇଯାଇଥିଲା। ଦେଶ ଦେଶ ମଧ୍ୟରେ ଯୋଗାଣ ଶୃଙ୍ଖଳା ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତିତର୍କରୁ ତୁମୁଳ କାଣ୍ଡ, ପରିବାରର ୪ଜଣଙ୍କୁ ହତ୍ୟା କଲେ ପୁଅ

ଲକ୍ଷ୍ନୌ,୨।୩ : ଉତ୍ତର ପ୍ରଦେଶର ବହରାଇଚ ଜିଲାରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ରୂପାଇଡିହା ଥାନା ଅଞ୍ଚଳ ଅନ୍ତର୍ଗତ ବସନ୍ତପୁର ଉଦଲ (ରାମନଗର) ଗାଁରେ…

ଇରାନ-ଆମେରିକାର ବୋମା ବର୍ଷଣ, ଆଲର୍ଟ ହେଲା ଭାରତ

ନୂଆଦିଲ୍ଲୀ,୨।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାତିରେ (୧ ମାର୍ଚ୍ଚ, ୨୦୨୬) ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (CCS)ର ଏକ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହା…

ଯୁଦ୍ଧ ଭିତରେ ପ୍ରଥମେ UAE ପରେ ‘ବନ୍ଧୁ’ଙ୍କୁ ଫୋନ ଲଗାଇଲେ ମୋଦି, ଜାଣନ୍ତୁ କ’ଣ କଥା ହେଲେ

ନୂଆଦିଲ୍ଲୀ,୨।୩: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ ଯୋଗେ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହୋଇଥିଲେ। କଥାବାର୍ତ୍ତା ସମୟରେ, ସେ ଏହି ଅଞ୍ଚଳରେ…

ଇରାନ ନିଆଁ

ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ମଧ୍ୟପ୍ରାଚ୍ୟକୁ ଅଶାନ୍ତ କରିଦେଇଛି। ଇରାନର ଏକ ସ୍କୁଲରେ ୮୫ ଛାତ୍ରୀଙ୍କ ସହ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ…

ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ୨୦ ଓଟ ବାଦ୍‌: କରୁଥିଲେ ଏହି କାମ, ଧରାପଡ଼ିବାରୁ…

ମସ୍କଟ,୨ା୩:କସ୍‌ମେଟିକ୍‌ ସର୍ଜରୀ କରିଥିବାରୁ ୨୦ ଓଟଙ୍କୁ ଆରବୀୟ ଦେଶ ଓମାନର ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ବାଦ୍‌ ଦିଆଯାଇଛି। ଏହି ଘଟଣା ଏବେ ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।…

ସେମିଫାଇନାଲ୍‌ରେ ପହଞ୍ଚିବା ପରେ ବଡ଼ ବୟାନ୍‌ ଦେଲେ ସୂର୍ଯ୍ୟକୁମାର: କହୁ କହୁ କହିଦେଲେ…

କୋଲକାତା,୨।୩: ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଚଳିତ ଟି୨୦ କ୍ରିକେଟ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି। ଇଡେନ ଗାର୍ଡେନ୍ସରେ ରବିବାର ଅନୁଷ୍ଠିତ ସୁପର-୮ ମ୍ୟାଚରେ…

ଓ୍ବେଷ୍ଟଇଣ୍ଡିଜ୍‌କୁ ହରାଇ ସେମିଫାଇନାଲରେ ପହଞ୍ଚିଲା ଭାରତ

କୋଲକାତା,୧।୩: ସଞ୍ଜୁ ସାମସନ ଏବଂ ତିଲକ ବର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ରବିବାର ଖେଳାଯାଇଥିବା ଚଳିତ ଟି୨୦ ବିଶ୍ୱକପ୍‌ର ଅନ୍ତିମ…

ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ କରୁଥିଲେ ପୂର୍ବତନ ପ୍ରେମିକ, ଭେଟିବାକୁ ଡାକି ହତ୍ୟା କରି ମୁହଁରେ ଏସିଡ୍…

ଲକ୍ଷ୍ନୌ,୧।୩: ଉତ୍ତର ପ୍ରଦେଶର ବାଲିଆରୁ ପ୍ରେମ, ବ୍ଲାକମେଲିଂ ଏବଂ ହତ୍ୟାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କୁ ହତ୍ୟା କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri