Posted inଜାତୀୟ

ସେହି ୪ ଘଟଣା, ଯେବେ ଅପମାନର ବିଷ ପିଇ ବି ଦେଶ ପାଇଁ କାମ କରି ଚାଲିଥିଲେ ମନମୋହନ ସିଂ

ନୂଆଦିଲ୍ଲୀ,୨୬।୧୨: ୧୦ ବର୍ଷ ଧରି ଭାରତର ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂଙ୍କର ଦିଲ୍ଲୀର ଏମ୍ସ ହସ୍ପିଟାଲରେ ପରଲୋକ ଘଟିଛି। ୯୨ ବର୍ଷ ବୟସ୍କ ମନମୋହନ ବାର୍ଦ୍ଧକ୍ୟ ରୋଗରେ ପୀଡିତ ଥିଲେ। ତେବେ ଅର୍ଥନୀତି ଅଧ୍ୟୟନ କରିବା ପରେ ସାଧାରଣ ଜୀବନକୁ ଆସିବା ପରେ ତାଙ୍କ ଜୀବନରେ ଏପରି ଚାରିଟି ଘଟଣା ଘଟିଥିଲା, ଯେତେବେଳେ ସର୍ବସାଧାରଣରେ ତାଙ୍କ ପଦ ଏବଂ ପ୍ରତିଷ୍ଠାକୁ କ୍ଷୂର୍ଣ୍ଣ କରିବାକୁ ଉଦ୍ୟମ କରାଯାଇଥିଲା। ହେଲେ ସେ ଦେଶର ସ୍ବାର୍ଥ ଲାଗି ଅପମାନର ବିଷକୁ ପିଇଯାଇଥିଲେ। କେବଳ ଏହି କାରଣରୁ ପ୍ରଧାନମନ୍ତ୍ରୀ ପଦ ଛାଡିବା ପରେ ସେ କହିଥିଲେ ଯେ ତାଙ୍କ ପ୍ରତି ଇତିହାସ ଉଦାର ହେବ।
ରାଜୀବ ଜୋକର କମିଶନ ଆଖ୍ୟା ଦେଇଥିଲେ:
କଥା ୧୯୮୬ର। ସେତେବେଳେ ରାଜୀବ ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଏବଂ ମନମୋହନ ସିଂ ଯୋଜନା ଆୟୋଗର ଉପାଧ୍ୟକ୍ଷ ଥିଲେ। ବିକାଶକୁ ନେଇ ମନମୋହନ ପ୍ରଧାନମନ୍ତ୍ରୀଙ୍କୁ ଏକ ଉପସ୍ଥାପନା ଦେଉଥିଲେ। ତା’ପରେ ରାଜୀବ ତାଙ୍କୁ ଭର୍ତ୍ସନା କରିଥିଲେ। ମନମୋହନଙ୍କ ଉପସ୍ଥାପନା ଗ୍ରାମୀଣ ଅର୍ଥନୀତି ଏବଂ ବିକାଶ ବିଷୟରେ ଥିଲା। ପରଦିନ ଯେତେବେଳେ ରାଜୀବଙ୍କୁ ଏ ବିଷୟରେ ଏକ ପ୍ରଶ୍ନ ପଚରାଗଲା, ସେ ଯୋଜନା ଆୟୋଗକୁ କାଠଗଢ଼ାକୁ ଆଣିଥିଲେ।
ରାଜୀବ କହିଥିଲେ ଯେ ଯୋଜନା ଆୟୋଗ ଏକ ଜୋକର କମିଶନ। ଏହି ମନ୍ତବ୍ୟକୁ ନେଇ ମନମୋହନ ବହୁତ ରାଗିଥିଲେ। ସେ ଇସ୍ତଫା ଦେବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ, କିନ୍ତୁ ତାଙ୍କ ବନ୍ଧୁମାନଙ୍କ ପରାମର୍ଶରେ ଏବଂ ଦେଶର ହିତ ପାଇଁ ସେ ଏହି ପଦରେ ରହିଲେ । ତଥାପି, ସେ ତାଙ୍କ କାର୍ଯ୍ୟକାଳ ସମୟରେ ସାଇଡ୍‌ ଲାଇନ୍‌ ହୋଇ ଥିଲେ। ଶେଷରେ, ୩୧ ଅଗଷ୍ଟ ୧୯୮୭ ରେ, ସେ ଏହି ପଦବୀରୁ ମୁକ୍ତି ପାଇଥିଲେ।
କଂଗ୍ରେସ ସାଂସଦମାନେ ଖୋଲିଥିଲେ ମୋର୍ଚ୍ଚା:
ଏହି ଘଟଣା ୧୯୯୧ ମସିହା। ପରାମର୍ଶଦାତା ପିସି ଆଲେକ୍ସଜାଣ୍ଡାରଙ୍କ ପରାମର୍ଶରେ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ ମନମୋହନ ସିଂଙ୍କୁ ଅର୍ଥମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଥିଲେ। ସେହି ସମୟରେ ଦେଶର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା। ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ରାଓ ମନମୋହନଙ୍କୁ କଠୋର ନିଷ୍ପତ୍ତି ନେବାକୁ ସ୍ବାଧୀନତା ଦେଇଥିଲେ। ଏହା ପରେ ମନମୋହନ ବଜେଟ ଉପସ୍ଥାପନ କରିଥିଲେ। ମନମୋହନଙ୍କ ଏହି ବଜେଟ ଅର୍ଥନୈତିକ ଉଦାରୀକରଣର ବଜେଟ ଥିଲା। ଲାଇସେନ୍ସ ରାଜ ଶେଷ କରିବା ଏବଂ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ସେ ଏକ ଯୋଜନା ପ୍ରସ୍ତୁତ କରିବାକୁ ଘୋଷଣା କରିଥିଲେ। କଂଗ୍ରେସ ଏମ୍‌ପିମାନେ ମନମୋହନଙ୍କ ଏହି ଘୋଷଣାକୁ ବିରୋଧ କରିଥିଲେ। ସେତେବେଳେ କଂଗ୍ରେସ ଖବରକାଗଜ ନ୍ୟାସନାଲ ହେରାଲ୍ଡ ଏହାକୁ ମଧ୍ୟବିତ୍ତଙ୍କ ଉପରେ ଆକ୍ରମଣ ବୋଲି କହିଥିଲା। କଂଗ୍ରେସର ବର୍ତ୍ତମାନର ସାଧାରଣ ସମ୍ପାଦକ ତଥା ବରିଷ୍ଠ ନେତା ଜୟରାମ ରମେଶ ଏହି ସମ୍ବନ୍ଧୀୟ ସ୍ମୃତିକୁ ମନେ ପକାଇ କହିଛନ୍ତି – ଯେତେବେଳେ ମୁଁ ମନମୋହନ ସିଂଙ୍କ ବିଷୟରେ କଂଗ୍ରେସ ଏମ୍‌ପିମାନଙ୍କ ଅସନ୍ତୋଷ ବିଷୟରେ ରାଓଙ୍କୁ କହିଥିଲି, ସେତେବେଳେ ସେ ସଂସଦୀୟ ଦଳର ଏକ ବୈଠକ ଡାକିଥିଲେ। ସଂସଦୀୟ ଦଳର ବୈଠକ ଆରମ୍ଭ ହେବା ମାତ୍ରେ ଏମ୍‌ପିମାନେ  ମନମୋହନଙ୍କ ବିରୋଧରେ କହିବା ଆରମ୍ଭ କରିଥିଲେ। ମନମୋହନ ଏମ୍‌ପିମାନଙ୍କ ଅସନ୍ତୋଷ ସହିଥିଲେ। କୌତୂହଳର ବିଷୟ ହେଉଛି, ସଂସଦୀୟ ଦଳର ନେତା ରାଓ ନିଜେ ଏହି ସଭାରେ ଉପସ୍ଥିତ ନ ଥିଲେ।
PM ହୋଇଥିଲେ ସତ, ହେଲେ ଶକ୍ତି ନ ଥିଲା:
ଏହା ୨୦୦୪ର ଘଟଣା। ସୋନିଆ ଗାନ୍ଧୀ ତାଙ୍କ ସ୍ଥାନରେ ମନମୋହନ ସିଂଙ୍କୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଦେଇଥିଲେ। ରାଷ୍ଟ୍ରପତିଙ୍କୁ ଏଥିସହ ଜଡିତ ଚିଠି ଉପସ୍ଥାପନ କରିବାକୁ ସୋନିଆ ନିଜେ ମନମୋହନଙ୍କ ସହ ଯାଇଥିଲେ। ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହେବା ପରେ ମନମୋହନ ସୋନିଆଙ୍କ ପରାମର୍ଶରେ କ୍ୟାବିନେଟକୁ ଚୂଡାନ୍ତ କରିଥିଲେ। ମନମୋହନ ସିଂଙ୍କ ପରାମର୍ଶଦାତା ସଞ୍ଜୟ ବାରୁ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟରରେ ଲେଖିଛନ୍ତି – ମନମୋହନ ସରକାରରେ ସେ ଅର୍ଥମନ୍ତ୍ରୀ ପଦଙ୍କୁ ନିଜ ପାଖରେ ରଖିବାକୁ ଚାହୁଁଥିଲେ, କିନ୍ତୁ କଂଗ୍ରେସ ହାଇକମାଣ୍ଡଙ୍କ ଚାପ ଯୋଗୁ ତାଙ୍କୁ ଏହି ପଦକୁ ପି ଚିଦାମ୍ବରମଙ୍କୁ ଦେବାକୁ ପଡିଥିଲା।
ମନମୋହନଙ୍କ ପସନ୍ଦ କ୍ୟାବିନେଟ ମନ୍ତ୍ରୀ ନ ହେବା ଖବର ମଧ୍ୟ ସେହି ସମୟରେ ଖବରରେ ଥିଲା, କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ ହେତୁ ମନମୋହନ ସମଗ୍ର ପ୍ରସଙ୍ଗରେ ଚୁପ ରହିଲେ।
ରାହୁଲ ଗାନ୍ଧୀଙ୍କ ଅଧ୍ୟାଦେଶ ଚିରିବା ଘଟଣା:
୨୦୧୩ ରେ ସୁପ୍ରିମକୋର୍ଟ ଅପରାଧୀଙ୍କ ରାଜନୀତିରେ ପ୍ରବେଶ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ଅଧୀନରେ ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡିତ ହୋଇଥିବା ରାଜନେତାଙ୍କ ସଦସ୍ୟତା ବାତିଲ କରାଯାଇଥିଲା। ସେମାନଙ୍କର ୬ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେତେବେଳେ ଏହି ନିଷ୍ପତ୍ତି ଲାଲୁ ଯାଦବଙ୍କ ସହିତ ସିଧାସଳଖ ସଂଯୁକ୍ତ ବୋଲି ଦେଖାଯାଉଥିଲା । ମନମୋହନ ସିଂଙ୍କ ସରକାର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ରଦ୍ଦ କରିବାକୁ ଏକ ନିୟମ ଆଣିବାକୁ ନିଷ୍ପତ୍ତି ନେଇଥିଲେ। ଏ ବାବଦରେ ଏକ ନିୟମ ମଧ୍ୟ କ୍ୟାବିନେଟରୁ ପାରିତ ହୋଇଥିଲା।
ଏହି ସମୟରେ ବିରୋଧୀ ଏବଂ କିଛି କାର୍ଯ୍ୟକର୍ତ୍ତା ଏହି ନିୟମକୁ ବିରୋଧ କରିଥିଲେ। ଏହି ନିୟମ ବିରୋଧରେ ଖବର ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇବାରେ ଲାଗିଲା। ଏହି ସମୟରେ ଖବରଦାତାମାନେ ରାହୁଲ ଗାନ୍ଧୀଙ୍କୁ ଏ ବିଷୟରେ ପ୍ରଶ୍ନ ପଚାରିଥିଲେ, ଏହାର ଉତ୍ତରରେ ରାହୁଲ କହିଥିଲେ ଯେ ସେ ନିଜେ ରାସ୍ତାରେ ଏହି ଅଧ୍ୟାଦେଶକୁ ଚିରି ଦେବେ। କୁହାଯାଏ ଯେ ରାହୁଲଙ୍କ ଏହି ବିବୃତ୍ତି ଦ୍ୱାରା ମନମୋହନ ଗଭୀର ଆଘାତ ପାଇଥିଲେ। ସେ ଇସ୍ତଫା ଦେବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଦେଶ ତଥା କଂଗ୍ରେସର ସ୍ବାର୍ଥରେ ସେ ଅପମାନର ବିଷ ପିଇ ଚାଲିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?