Posted inଜାତୀୟ

ଅସୁସ୍ଥତା ଯୋଗୁ ଏଥର ସଂସଦ ଅଧିବେଶନରେ ଯୋଗଦେବେ ନାହିଁ ମନମୋହନ ସିଂ, ପି. ଚିଦାମ୍ବରମ

ନୂଆଦିଲ୍ଲୀ,୧୬।୯: କରୋନା ସମୟରେ ସଂସଦର ମୌସୁମୀ ଅଧିବେଶନ ଗତ ସୋମବାରଠାରୁ ଆରମ୍ଭ ହୋଇଛି। ଖରାପ ସ୍ବାସ୍ଥ୍ୟବସ୍ଥା ଯୋଗୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ଏଥର ରାଜ୍ୟ ସଭାରେ ଯୋଗଦେବେ ନାହିଁ ବୋଲି ଜଣାପଡିଛି। ବୁଧବାର ଦିନ ରାଜ୍ୟ ସଭା କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଚେୟାରମ୍ୟାନ ଏମ ଭେଙ୍କୟା ନାଇଡୁ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ କିଛି ସଦସ୍ୟଙ୍କଠାରୁ ଚିଠି ଆସିଛି ଯେଉଁଥିରେ ସ୍ବାସ୍ଥ୍ୟଗତ କାରଣରୁ ଚଳିତ ଅଧିବେଶନରେ ଅଂଶଗ୍ରହଣ କରିବାରେ ତାଙ୍କର ଅକ୍ଷମତା ଦର୍ଶାଇ ଗୃହରୁ ଅନୁମତି ମାଗିଛନ୍ତି।
ନାଇଡୁ କହିଛନ୍ତି ଯେ ସେ ମନମୋହନ ସିଂ, ପି ଚିଦାମ୍ବରମ, ଓସ୍କାର ଫର୍ଣ୍ଣାଣ୍ଡିସ, ହିଶେ ଲାଚୁଙ୍ଗପା, ମାନସ ରଂଜନ ଭୁୟାଁ, ଅମ୍ବୁମଣି ରାମାଦାସ, ସୁଶୀଲ କୁମାର ଗୁପ୍ତା, କ୍ୟାପ୍ଟଟେନ୍‌ ଭି ଲକ୍ଷ୍ମୀ କାନ୍ତାରାଓ, ପରିମଲ ନଥୱାନି, ମହେନ୍ଦ୍ର ପ୍ରସାଦ, କେଜେ କେନେଙ୍କଠାରୁ ଚିଠି ପାଇଛନ୍ତି। ଏହି ସଦସ୍ୟମାନେ ମୌସୁମୀ ଅଧିବେଶନରେ ପ୍ରକ୍ରିୟାରେ ଭାଗ ନେବାକୁ ସେମାନଙ୍କର ଅକ୍ଷମତା ପ୍ରକାଶ କରିଥିଲେ। ଗୃହ ଏହି ସଦସ୍ୟମାନଙ୍କୁ ଅନୁପସ୍ଥିତ ରହିବାକୁ ଅନୁମତି ଦେଇଥିବା ନାଇଡୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

SIR ଡ୍ୟୁଟିରେ ଥିବା ବିଚାରପତିଙ୍କୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ/କୋଲକାତା,୨ା୪: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପାଇଁ ନିଯୁକ୍ତ ନ୍ୟାୟିକ ବିଚାରପତିମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ସୁପ୍ରିମକୋର୍ଟ ଗୁରୁବାର ଗମ୍ଭୀର ଭାବରେ…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

SIR ଅଧିକାରୀଙ୍କୁ ବନ୍ଧକ ରଖିବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ: ମମତା ବାନାର୍ଜୀ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ,୨।୪: ପଶ୍ଚିମବଙ୍ଗରେ ଏକ ସ୍ବତନ୍ତ୍ର ସଘନ ସମୀକ୍ଷା (SIR) କରିବାକୁ ଯାଇଥିବା ଅଧିକାରୀମାନଙ୍କୁ ବନ୍ଧକ ରଖିବା ମାମଲାରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri