କ୍ଲିଅର କଲେ ମନମୋହନ, କିଏ ଯିବେ ରାଜ୍ୟ ସଭା?

ଭୁବନେଶ୍ୱର,୨୪।୮: ଭାଜପା ରାଜ୍ୟ ସଭା ପ୍ରାର୍ଥୀଙ୍କୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବରେ ପଡିଛି ପୂର୍ଣ୍ଣଚ୍ଛେଦ । ନିଜେ ସ୍ପଷ୍ଟ କରିଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ । ଓଡ଼ିଶାରେ ଖାଲି ପଡିଥିବା ଗୋଟିଏ ରାଜ୍ୟସଭା ସିଟ ପାଇଁ ଭାଜପାରୁ ୨ ଜଣ ପ୍ରାର୍ଥୀ ନାମାଙ୍କନ ଭରିଥିଲେ। ତେବେ ଏହି ୨ଜଣଙ୍କ ଭିତରେ କିଏ ରାଜ୍ୟ ସଭା ଯିବେ ସେ ନେଇ ଚର୍ଚ୍ଚା ଲାଗି ରହିଥିଲା। ମମତା ମହାନ୍ତ ଭାଜପା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାବେଳେ ଭାଜପାର ଜଗନ୍ନାଥ ପ୍ରଧାନ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ସବୁଠାରୁ ବଡ଼ କଥା ହେଉଛି ୨ଜଣଙ୍କ ପ୍ରାର୍ଥୀପତ୍ର କାଏମ ମଧ୍ୟ ହୋଇଯାଇଥିଲା। ୨ଜଣଙ୍କ ଭିତରୁ ରାଜ୍ୟ ସଭା କାହାକୁ ପଠାଇବ ଭାଜପା ଏହାକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ।

ମନମୋହନ କହିଛନ୍ତି, ରାଜ୍ୟ ସଭା ପାଇଁ ଆମର ଦଳୀୟ ପ୍ରାର୍ଥୀ ହେଉଛନ୍ତି ମମତା ମହାନ୍ତ । ତାଙ୍କୁ ହିଁ ଭାଜପା ପ୍ରାର୍ଥୀ କରିଛି । ଆଉ ଯାହାକୁ ଦଳ ପ୍ରାର୍ଥୀ କରିଛି ସେ ହିଁ ଫାଇନାଲ । ତେବେ ଅନ୍ୟ ଜଣେ ଭାଜପା ନେତା ଜଗନ୍ନାଥ ପ୍ରଧାନ ସ୍ବାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ନେଇ ମଧ୍ୟ ବଡ଼ ବୟାନ ଦେଇଛନ୍ତି ମନମୋହନ । ସେ କହିଛନ୍ତି, ଡମି ପ୍ରାର୍ଥୀ ଭାବେ ଜଗନ୍ନାଥ ପ୍ରଧାନ ନାମାଙ୍କନ କରିଛନ୍ତି । ଦଳୀୟ ଚିହ୍ନରେ ଯିଏ ଲଢୁଛନ୍ତି ସେ ହିଁ ଦଳର ପ୍ରାର୍ଥୀ । ଆମର ପ୍ରାର୍ଥୀ ମମତା ମହାନ୍ତ । ପାର୍ଟି କାହାକୁ ଲଢେଇବ, ଡମି ପ୍ରାର୍ଥୀ ଦେବ, ସେଥିରେ କାହିଁକି ଅନ୍ୟମାନଙ୍କ ମୁଣ୍ଡବ୍ୟଥା ହେଉଛି ବୋଲି ସେ କହିଛନ୍ତି।

ସେପଟେ ସୁଭଦ୍ରା ଯୋଜନାକୁ ନେଇବିରୋଧୀଙ୍କ ଆରୋପ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି,‘ବିରୋଧୀ କିଛି ଦେଉ ନଥିଲେ ଆମେତ ଦେଉଛୁ । ସେମାନେ ଯଦି ଦେଇଥାନ୍ତେ ତେବେ ସେମାନଙ୍କର କହିବାର ଅଧିକାର ରହିଥାନ୍ତା । ମହିଳା ମାନଙ୍କୁ ସେମାନେ କେବଳ ଭୋଟ ବ୍ୟାଙ୍କ କରୁଥିଲେ । କେନ୍ଦ୍ରରୁ ମହିଳାଙ୍କ ପାଇଁ ଆସୁଥିବା ଟଙ୍କା ଆତ୍ମସାତ କରୁଥିଲେ । ଏବେ ମହିଳା ମାନଙ୍କୁ ଆତ୍ମର୍ନିଭର କରିବା ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ବିରୋଧୀ ମାନଙ୍କର କହିବାର ଅଧିକାର ନାହିଁ କାରଣ ସେମାନେ ଦେଉନଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

ପୁଣି ହନିମୁନରେ ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ, ପ୍ରେମିକ ସହ ମିଶି ରଚିଲେ ଦୁର୍ଘଟଣାର ନାଟକ

ଶ୍ରୀଗଙ୍ଗାନଗର,୫।୨: ରାଜସ୍ଥାନରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ଜଣେ ନବବିବାହିତ ଯୁବକଙ୍କୁ ତାଙ୍କ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ଅତି ନିର୍ମମ ଭାବେ…

‘ମୋଦି, ତୁମର କବର ଖୋଳାଯିବ’, କାହିଁକି ଏପରି ସ୍ଲୋଗାନ ଦେଉଛି କଂଗ୍ରେସ? ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ,୫।୨: ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିବୃତ୍ତିରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଥିଲେ…

ବିବାହ ଚର୍ଚ୍ଚା ଭିତରେ ବେବି ବମ୍ପ ସହ ନଜର ଆସିଲେ ଅଭିନେତ୍ରୀ, ସାଥିରେ ଥିଲେ ବିବାହିତ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର ବର୍ତ୍ତମାନ ଅଭିନେତା ଧନୁଷଙ୍କ ସହ ତାଙ୍କ ସମ୍ପର୍କ ଏବଂ ତାଙ୍କ ବିବାହ ଯୋଜନା ପାଇଁ ଖବରରେ ଅଛନ୍ତି। ଅଭିନେତ୍ରୀ ସମ୍ପ୍ରତି…

ଫେବୃୟାରୀ ୯ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି 

ଭୁବନେଶ୍ୱର,୫।୨: ଆସନ୍ତା ସୋମବାର ଫେବୃଆରୀ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ…

ମେଘାଳୟରେ ଭୟଙ୍କର ଖଣି ବିସ୍ଫୋରଣ: ୧୬ ଶ୍ରମିକଙ୍କ ମୃତ୍ୟୁ, ଅନେକ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୫।୨: ମେଘାଳୟର ଏକ ବେଆଇନ ଖଣିରେ ବିସ୍ଫୋରଣ ଘଟି ୧୬ ଶ୍ରମିକ ମୃତ୍ୟୁବରଣ କରିଛନ୍ତି। ଗୁରୁବାର ସକାଳେ ଥାଙ୍ଗସ୍କୁ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଏବେ ମଧ୍ୟ…

IAS ସ୍ତରରେ ବଡ଼ ଧରଣର ଅଦଳବଦଳ: ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ୱ ବିଭାଗ

ଭୁବନେଶ୍ୱର,୫।୨: ଓଡିଶା ସରକାର ସଚିବ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ଅନେକ ଅଭିଜ୍ଞ IAS ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସହ ଅତିରିକ୍ତ କାର୍ଯ୍ୟଭାର ମଧ୍ୟ ଅର୍ପଣ…

ଆସିଲା ନୂଆ ଆଇନ, ମହିଳାଙ୍କୁ ମିଳିଲା ମୋଟରସାଇକେଲ ଚଳାଇବାକୁ ଅନୁମତି

ତେହେରାନ,୫।୨: ଇରାନ ସରକାର ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇରାନ ମହିଳାମାନଙ୍କୁ ଆଇନଗତ ଭାବରେ ମୋଟରସାଇକେଲ ଚଲାଇବାକୁ ଅନୁମତି ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri