Posted inଖେଳ

ରେସ୍‌ ଓ୍ବାକ୍‌ ପୂର୍ବରୁ ମଞ୍ଜୁଙ୍କ ହର୍ଡଲ୍ସ

ନୂଆଦିଲ୍ଲୀ, ୨୧ା୬(ପି.ଟି.): ଦେଶର ଟପ୍‌ ରେସ୍‌ ଓ୍ବାକର୍‌ ପଞ୍ଜାବର ୨୪ ବର୍ଷୀୟା ମଞ୍ଜୁ ରାଣୀ ଷଷ୍ଠ ଶ୍ରେଣୀରୁ ଏହି କ୍ରୀଡା ପ୍ରତି ଆକର୍ଷିତ ହେଲେ। ନିକଟରେ ଶେଷ ହୋଇଥିବା ଜାତୀୟ ଆନ୍ତଃରାଜ୍ୟ ଆଥ୍‌ଲେଟିକ ମିଟ୍‌ରେ ସେ ୩୫ କିମି ରେସ୍‌ ଓ୍ବାକରେ ସ୍ବର୍ଣ୍ଣ ପଦକ ମଧ୍ୟ ହାସଲ କରିଥିଲେ। ପଞ୍ଜାବର ମନସା ଜିଲାର ଏକ ମଧ୍ୟବିତ୍‌ ପରିବାରରୁ ଆସିଥିବା ମଞ୍ଜୁଙ୍କ ପାଇଁ ରେସ୍‌ ଓ୍ବାକିଂକୁ କ୍ୟାରିୟର କରିବା କୌଣସି ହର୍ଡଲ୍ସ ବା ବାଧାଦୌଡରୁ କମ୍‌ ନ ଥିଲା। ଜନ୍ମରୁ ମା’ଙ୍କୁ ହରାଇଥିବା ବେଳେ ପ୍ରଶିକ୍ଷଣ ପାଇଁ ବାହାରକୁ ଯିବା ସମର୍ଥନରେ ନ ଥିଲେ ଜେଜେ ମା’। ତେବେ ପିତାଙ୍କ ସହଯୋଗ ବଳରେ ମଞ୍ଜୁ ଆଗକୁ ବଢିବା ସହିତ ଦେଶ ତଥା ପରିବାରର ନାମ ଉଜ୍ଜ୍ୱଳ କରିଛନ୍ତି। ୩୫ କିମି ରେସ୍‌ ଓ୍ବାକ୍‌ ଇଭେଣ୍ଟରେ ସେ ପ୍ରଥମ ତଥା ଏକମାତ୍ର ଖେଳାଳି ଭାବରେ ସବ୍‌-୩ ବ୍ରାକେଟରେ ଅଛନ୍ତି। ଫେବୃୟାରୀ ମାସରେ ଅନୁଷ୍ଠିତ ରେସ୍‌ ଓ୍ବାକିଂ ଚାମ୍ପିୟନଶିପ୍‌ରେ ମଞ୍ଜୁ ୨.୫୭.୫୪.୦୦ ଘଣ୍ଟାର ସମୟ ନେଇ ଜାତୀୟ ରେକର୍ଡ ସ୍ଥାପନ କରିବା ସହ ଏସିଆନ୍‌ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲେ। ଭୁବନେଶ୍ୱରର ପ୍ରଚଣ୍ଡ ଖରାରେ ତାଙ୍କ ପ୍ରଦର୍ଶନ ସାମାନ୍ୟ ପ୍ରଭାବିତ ହୋଇଥିବା ବେଳେ ସେ ୩.୨୧.୩୧.୦୦ ଘଣ୍ଟାର ଟାଇମିଂ ହାସଲ କରିଥିଲେ।
ଆରମ୍ଭରୁ ଜଣେ ହ୍ୟାଣ୍ଡବଲ୍‌ ଖେଳାଳି ଥିଲେ ମଞ୍ଜୁ। ସ୍କୁଲ ରୋଷ୍ଟରରେ ହ୍ୟାଣ୍ଡବଲ୍‌ ନ ଥିବାରୁ ଜଣେ କୋଚ୍‌ଙ୍କ ପରାମର୍ଶ କ୍ରମେ ସେ ରେସ୍‌ ଓ୍ବାକିଂରେ ଅଂଶଗ୍ରହଣ କରିଥିଲେ। ପ୍ରଥମ ଥରରେ ତୃତୀୟ ସ୍ଥାନରେ ରହିବା ପରେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ପିତାଙ୍କ ସହଯୋଗ କାରଣରୁ ୨୦୧୫ରେ ଖେଳ ଆରମ୍ଭ କରି ସେ ମାତ୍ର ୬ ବର୍ଷ ମଧ୍ୟରେ ଜାତୀୟ ଚାମ୍ପିୟନ ହୋଇଥିଲେ। ରେସ୍‌ ଓ୍ବାକିଂ ଅତ୍ୟନ୍ତ ବ୍ୟୟବହୁଳ ଖେଳ। ପିନ୍ଧା ଯାଉଥିବା ଜୋତାର ମୂଲ୍ୟ ହଳକୁ ୧୭ ହଜାର ଟଙ୍କା ରହୁଥିବା ବେଳେ ଏହା ମାତ୍ର ୧ ମାସରେ ହିଁ ଖରାପ ହୋଇ ଯାଉଥିଲା। ପିତା ନିଜର ଦୁଇ ଏକର ଚାଷ ଜମିକୁ ବନ୍ଧା ରଖି ମଞ୍ଜୁଙ୍କ ପାଇଁ ଆବଶ୍ୟକ କ୍ରୀଡା ଉପକରଣ ଆଣିଥିଲେ। ଏହାପରେ ୨୦୧୮ରେ ସଶସ୍ତ୍ର ସୀମା ବଳରେ ନିଯୁକ୍ତି ପାଇବା ପରେ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା। ଆଗାମୀ ଦିନରେ ସ୍ପନସରଶିପ୍‌ ମିଳିଲେ ଖେଳରେ ଉନ୍ନତି ଆସିପାରିବ ବୋଲି କହିଥିଲେ ମଞ୍ଜୁ।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri