ରାତିସାରା ହୋଟେଲରେ ଥିଲେ ମନୀଷ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଭୁବନେଶ୍ୱର ତମାଣ୍ଡୋ ଥାନା ଅନ୍ତର୍ଗତ ପାତ୍ରପଡା ଗାଁ ପୋଖରୀରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ପୁଅ ମନୀଷ ଅନୁରାଗ ଦାସ (୩୦)ଙ୍କ ମୃତଦେହ ମିଳିବା ଘଟଣାକୁ ଦୁଇଦିନ ବିତିଛି। ତାଙ୍କର ମୃତ୍ୟୁ କିପରି ହୋଇଛି ତାହା ଏବେ ବି ପରଦା ଆଢୁଆଳରେ ରହିଥିବାରୁ ଘଟଣାକୁ ନେଇ ନାନା ଅସମାହିତ ପ୍ରଶ୍ନ ଉଠିବାରେ ଲାଗିଛି। କମିଶନରେଟ ପୋଲିସ ମୃତ୍ୟୁ ପଛର ଖିଅ ଖୋଜିବାକୁ ଲାଗିଥିଲେ ମଧ୍ୟ ଘଟଣା ଧୀରେ ଧୀରେ ରହସ୍ୟମୟ ହୋଇଯାଉଛି। ପରିବାର ଲୋକଙ୍କ ଅଭିଯୋଗକ୍ରମେ ଇନ୍‌ଫୋସିଟି ପୋଲିସ ଏକ ହତ୍ୟା ମାମଲା (ନଂ.୨୨୨/୨୧) ରୁଜୁ କରିଥିବାବେଳେ ସ୍ପେଶାଲ ସ୍କ୍ବାଡ୍‌ ସହ ତମାଣ୍ଡୋ ଓ ଇନ୍‌ଫୋସିଟି ଥାନା ପୋଲିସ ମିଳିତ ଭାବେ ଘଟଣାର ତଦନ୍ତ ଚଳାଇଛି। ଇତିମଧ୍ୟରେ ମନୀଷ ନିଖୋଜ ରାତିରେ ତମାଣ୍ଡୋ ଥାନା ଭଗବାନପୁରସ୍ଥିତ ସାଉଥ୍‌ ସିଟି ହୋଟେଲରେ ଥିବା ଜଣାପଡିବା ପରେ ପୋଲିସ ତାହାକୁ ସିଲ୍‌ କରିଛି। ଏଥିସହ ସେଠାରେ ଲାଗିଥିବା ସମସ୍ତ ସିସିଟିଭିର ହାର୍ଡ ଡିସ୍କକୁ ଜବତ କରିଛି। ହେଲେ ତାଙ୍କୁ ସେଠାକୁ ନେଇଥିବା ଲୋକଙ୍କ ସମ୍ପର୍କରେ କିଛି ବି ସୂଚନା ପାଇପାରୁନାହିଁ ପୋଲିସ। ପୁଣି ମନୀଷ ସେଠାରୁ ପାତ୍ରପଡା ପୋଖରୀକୁ କିପରି ଗଲେ, ତାଙ୍କ ସହ ଥିବା ୨ଜଣ ସାଙ୍ଗ କିଏ, ମୋବାଇଲ୍‌ ସୁଇଚ୍‌ ଅଫ୍‌ ହେବା ପୂର୍ବରୁ କାହା କାହା ସହ କଥା ହୋଇଥିଲେ, ତାହା ଜାଣିବା ପାଇଁ ପୋଲିସ ଫୋନ୍‌ ସିଡିଆର୍‌ ଯାଞ୍ଚ କରୁଛି। ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଘଟଣାର ସମସ୍ତ ଦିଗକୁ ନେଇ ଅନୁସନ୍ଧାନ କରାଯାଉଛି। ଆଶା କରୁଛୁ, ଖୁବଶୀଘ୍ର ମନୀଷଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ହେବ।
ଭିସେରା, ଡାଏଟମ୍‌ ରିପୋର୍ଟକୁ ଅପେକ୍ଷା
ମୃତଦେହ ଜବତବେଳେ ଶରୀରରେ କୌଣସି କ୍ଷତ ଚିହ୍ନ ନ ଥିବାରୁ ମନୀଷଙ୍କୁ ଶ୍ୱାସରୁଦ୍ଧ କରାଯାଇ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଥିଲା। କିନ୍ତୁ ମୃତଦେହ ବ୍ୟବଚ୍ଛେଦର ପ୍ରାରମ୍ଭିକ ରିପୋର୍ଟରୁ ମୃତ୍ୟୁର କାରଣ ଜଣାପଡିନାହିଁ। ବିଷକ୍ରିୟା ଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରି ପୋଲିସ ଭିସେରା ପରୀକ୍ଷା ପାଇଁ ଶରୀରର କିଛି ନମୁନାକୁ ଫୋରେନ୍‌ସିକ୍‌ ଲାବକୁ ପଠାଇଛି। ସେହିପରି ଉକ୍ତ ପୋଖରୀ ଜଳ ଓ ମନୀଷଙ୍କ ଶରୀରରେ ଥିବା ପାଣିର ନମୁନାକୁ ଡାଏଟମ୍‌ ପରୀକ୍ଷା ପାଇଁ ଦିଆଯାଇଛି। ଉଭୟକୁ ମେଳାଯାଇ ପରୀକ୍ଷା କରାଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ମନୀଷ ପଟିଆ ଶ୍ରୀବିହାର ଅଞ୍ଚଳରେ ପରିବାର ସହ ରହୁଥିଲେ। ନଭେମ୍ବରରେ ତାଙ୍କର ବିବାହ ସ୍ଥିର ହୋଇଥିବାରୁ ଶନିବାର ସନ୍ଧ୍ୟାରେ ଜଣେ ସାଙ୍ଗଙ୍କ ସହ ଏକ ଶୋ’ ରୁମ୍‌ରୁ ଡ୍ରେସ୍‌ କିଣି ଘରକୁ ଫେରିଥିଲେ। ଏହାପରେ ଇନ୍‌ଫୋସିଟି ଛକ ନିକଟକୁ ଯାଇ ନିଖୋଜ ଥିଲେ। ବିଳମ୍ବିତ ରାତିରେ ସେ ସାଙ୍ଗଙ୍କ ସହ ଥିବା କହି ଫୋନ୍‌ ପେ ଜରିଆରେ ମା’ଙ୍କଠାରୁ ଦୁଇ ଥରରେ ୮ହଜାର ଟଙ୍କା ଆଣିଥିଲେ। ଭୋର୍‌ ୪ଟା ୧୨ରୁ ତାହା ସୁଇଚ୍‌ ଅଫ୍‌ ହୋଇଯାଇଥିଲା। ରବିବାର ସକାଳେ ପରିବାର ଲୋକେ ଖୋଜାଖୋଜି କରି ନ ପାଇବାରୁ ଥାନାରେ ଅଭିଯୋଗ କରିଥିଲେ। ର ତାଙ୍କ କାର ପାଇଥିଲେ। ଅପରାହ୍ନ ୨ଟାରେ ପାତ୍ରପଡ଼ା ପୋଖରୀରୁ ପୋଲିସ ତାଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri