ରାତିସାରା ହୋଟେଲରେ ଥିଲେ ମନୀଷ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଭୁବନେଶ୍ୱର ତମାଣ୍ଡୋ ଥାନା ଅନ୍ତର୍ଗତ ପାତ୍ରପଡା ଗାଁ ପୋଖରୀରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ପୁଅ ମନୀଷ ଅନୁରାଗ ଦାସ (୩୦)ଙ୍କ ମୃତଦେହ ମିଳିବା ଘଟଣାକୁ ଦୁଇଦିନ ବିତିଛି। ତାଙ୍କର ମୃତ୍ୟୁ କିପରି ହୋଇଛି ତାହା ଏବେ ବି ପରଦା ଆଢୁଆଳରେ ରହିଥିବାରୁ ଘଟଣାକୁ ନେଇ ନାନା ଅସମାହିତ ପ୍ରଶ୍ନ ଉଠିବାରେ ଲାଗିଛି। କମିଶନରେଟ ପୋଲିସ ମୃତ୍ୟୁ ପଛର ଖିଅ ଖୋଜିବାକୁ ଲାଗିଥିଲେ ମଧ୍ୟ ଘଟଣା ଧୀରେ ଧୀରେ ରହସ୍ୟମୟ ହୋଇଯାଉଛି। ପରିବାର ଲୋକଙ୍କ ଅଭିଯୋଗକ୍ରମେ ଇନ୍‌ଫୋସିଟି ପୋଲିସ ଏକ ହତ୍ୟା ମାମଲା (ନଂ.୨୨୨/୨୧) ରୁଜୁ କରିଥିବାବେଳେ ସ୍ପେଶାଲ ସ୍କ୍ବାଡ୍‌ ସହ ତମାଣ୍ଡୋ ଓ ଇନ୍‌ଫୋସିଟି ଥାନା ପୋଲିସ ମିଳିତ ଭାବେ ଘଟଣାର ତଦନ୍ତ ଚଳାଇଛି। ଇତିମଧ୍ୟରେ ମନୀଷ ନିଖୋଜ ରାତିରେ ତମାଣ୍ଡୋ ଥାନା ଭଗବାନପୁରସ୍ଥିତ ସାଉଥ୍‌ ସିଟି ହୋଟେଲରେ ଥିବା ଜଣାପଡିବା ପରେ ପୋଲିସ ତାହାକୁ ସିଲ୍‌ କରିଛି। ଏଥିସହ ସେଠାରେ ଲାଗିଥିବା ସମସ୍ତ ସିସିଟିଭିର ହାର୍ଡ ଡିସ୍କକୁ ଜବତ କରିଛି। ହେଲେ ତାଙ୍କୁ ସେଠାକୁ ନେଇଥିବା ଲୋକଙ୍କ ସମ୍ପର୍କରେ କିଛି ବି ସୂଚନା ପାଇପାରୁନାହିଁ ପୋଲିସ। ପୁଣି ମନୀଷ ସେଠାରୁ ପାତ୍ରପଡା ପୋଖରୀକୁ କିପରି ଗଲେ, ତାଙ୍କ ସହ ଥିବା ୨ଜଣ ସାଙ୍ଗ କିଏ, ମୋବାଇଲ୍‌ ସୁଇଚ୍‌ ଅଫ୍‌ ହେବା ପୂର୍ବରୁ କାହା କାହା ସହ କଥା ହୋଇଥିଲେ, ତାହା ଜାଣିବା ପାଇଁ ପୋଲିସ ଫୋନ୍‌ ସିଡିଆର୍‌ ଯାଞ୍ଚ କରୁଛି। ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଘଟଣାର ସମସ୍ତ ଦିଗକୁ ନେଇ ଅନୁସନ୍ଧାନ କରାଯାଉଛି। ଆଶା କରୁଛୁ, ଖୁବଶୀଘ୍ର ମନୀଷଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ହେବ।
ଭିସେରା, ଡାଏଟମ୍‌ ରିପୋର୍ଟକୁ ଅପେକ୍ଷା
ମୃତଦେହ ଜବତବେଳେ ଶରୀରରେ କୌଣସି କ୍ଷତ ଚିହ୍ନ ନ ଥିବାରୁ ମନୀଷଙ୍କୁ ଶ୍ୱାସରୁଦ୍ଧ କରାଯାଇ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଥିଲା। କିନ୍ତୁ ମୃତଦେହ ବ୍ୟବଚ୍ଛେଦର ପ୍ରାରମ୍ଭିକ ରିପୋର୍ଟରୁ ମୃତ୍ୟୁର କାରଣ ଜଣାପଡିନାହିଁ। ବିଷକ୍ରିୟା ଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରି ପୋଲିସ ଭିସେରା ପରୀକ୍ଷା ପାଇଁ ଶରୀରର କିଛି ନମୁନାକୁ ଫୋରେନ୍‌ସିକ୍‌ ଲାବକୁ ପଠାଇଛି। ସେହିପରି ଉକ୍ତ ପୋଖରୀ ଜଳ ଓ ମନୀଷଙ୍କ ଶରୀରରେ ଥିବା ପାଣିର ନମୁନାକୁ ଡାଏଟମ୍‌ ପରୀକ୍ଷା ପାଇଁ ଦିଆଯାଇଛି। ଉଭୟକୁ ମେଳାଯାଇ ପରୀକ୍ଷା କରାଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ମନୀଷ ପଟିଆ ଶ୍ରୀବିହାର ଅଞ୍ଚଳରେ ପରିବାର ସହ ରହୁଥିଲେ। ନଭେମ୍ବରରେ ତାଙ୍କର ବିବାହ ସ୍ଥିର ହୋଇଥିବାରୁ ଶନିବାର ସନ୍ଧ୍ୟାରେ ଜଣେ ସାଙ୍ଗଙ୍କ ସହ ଏକ ଶୋ’ ରୁମ୍‌ରୁ ଡ୍ରେସ୍‌ କିଣି ଘରକୁ ଫେରିଥିଲେ। ଏହାପରେ ଇନ୍‌ଫୋସିଟି ଛକ ନିକଟକୁ ଯାଇ ନିଖୋଜ ଥିଲେ। ବିଳମ୍ବିତ ରାତିରେ ସେ ସାଙ୍ଗଙ୍କ ସହ ଥିବା କହି ଫୋନ୍‌ ପେ ଜରିଆରେ ମା’ଙ୍କଠାରୁ ଦୁଇ ଥରରେ ୮ହଜାର ଟଙ୍କା ଆଣିଥିଲେ। ଭୋର୍‌ ୪ଟା ୧୨ରୁ ତାହା ସୁଇଚ୍‌ ଅଫ୍‌ ହୋଇଯାଇଥିଲା। ରବିବାର ସକାଳେ ପରିବାର ଲୋକେ ଖୋଜାଖୋଜି କରି ନ ପାଇବାରୁ ଥାନାରେ ଅଭିଯୋଗ କରିଥିଲେ। ର ତାଙ୍କ କାର ପାଇଥିଲେ। ଅପରାହ୍ନ ୨ଟାରେ ପାତ୍ରପଡ଼ା ପୋଖରୀରୁ ପୋଲିସ ତାଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri