Posted inଜାତୀୟ

ମଣିପୁରରେ ଇଣ୍ଟରନେଟ୍‌ ସେବା ବନ୍ଦ ବିରୋଧରେ ମାମଲାର ଶୀଘ୍ର ଶୁଣାଣି କରିବାକୁ ମନା କଲେ ଏସ୍‌ସି

ନୂଆଦିଲ୍ଲୀ,୯।୬: ସୁପ୍ରିମକୋର୍ଟ ଜାତିଗତ ହିଂସା ପ୍ରଭାବିତ ମଣିପୁରରେ ଜାରି ହୋଇଥିବା ଇଣ୍ଟରନେଟ୍‌ ନିଷେଧାଦେଶ ବିରୋଧରେ ରାଜ୍ୟରୁ ୨ ଜଣଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ ମନା କରିଦେଇଛନ୍ତି।
ଜଷ୍ଟିସ ଅନିରୁଦ୍ଧ ବେସ ଏବଂ ଜଷ୍ଟିସ ରାଜେଶ ବିନ୍ଦଲଙ୍କ ଏକ ଅବକାଶ ବେଞ୍ଚ କହିଛନ୍ତି ଯେ, ହାଇକୋର୍ଟରେ ମଧ୍ୟ ସମାନ ମାମଲା ରହିଛି।

ସୁପ୍ରିମକୋର୍ଟର ବେଞ୍ଚ କହିଛନ୍ତି, ହାଇକୋର୍ଟ ଏହି ମାମଲାର ଶୁଣାଣି କରୁଛନ୍ତି, ତେବେ ଏହି କାର୍ଯ୍ୟ ଉପରେ ଆମକୁ କାହିଁକି ପୁନର୍ବାର କାର୍ଯ୍ୟ କରିବାକୁ ପଡିବ? ଏଥିପାଇଁ ଆପଣ ନିୟମିତ ପୀଠକୁ ଯିବା ଉଚିତ୍‌। ସୁପ୍ରିମକୋର୍ଟରେ ଏହି ମାମଲାରେ ଆଡଭୋକେଟ ଶଦାନ ଫରାସତ୍‌ ପ୍ରତିନିଧିତ୍ୱ କରୁଥିଲେ।

ସୁପ୍ରିମକୋର୍ଟରେ ଏହି ମାମଲା ବିକ୍ଟର ସିଂ ଏବଂ ଏମ ଜେମ୍ସଙ୍କ ପକ୍ଷରୁ କରାଯାଇଥିଲା। ଆବେଦନକାରୀମାନେ ବେଞ୍ଚକୁ କହିଛନ୍ତି ଯେ ମଣିପୁରରେ ଲାଗୁ ହୋଇଥିବା ଇଣ୍ଟରନେଟ୍‌ ନିଷେଧ ଅଭିବ୍ୟକ୍ତିର ସ୍ବାଧୀନତାର ସାମ୍ବିଧାନିକ ଅଧିକାର ଏବଂ ଇଣ୍ଟରନେଟ୍‌ ସାମ୍ବିଧାନିକ ସଂରକ୍ଷିତ ମାଧ୍ୟମ ଭାବରେ ବ୍ୟବହାର କରୁଥିବା କୌଣସି ବ୍ୟବସାୟୀଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି।

ଗତ ଏକ ମାସ ଧରି ମଣିପୁର ଜାତିଗତ ହିଂସା ପ୍ରଭାବିତ ଅଞ୍ଚଳରେ ରାଜ୍ୟ ସରକାର ଇଣ୍ଟରନେଟ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ମଙ୍ଗଳବାର ମଣିପୁର ସରକାର ଇଣ୍ଟରନେଟ ଉପରେ ପ୍ରତିବନ୍ଧକକୁ ଜୁନ ୧୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri