Posted inଜାତୀୟ

ମଣିପୁରରେ ବଢୁଥିବା ହିଂସା ମଧ୍ୟରେ କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି: ପୁଣି ଲାଗୁ ହେଲା…

ନୂଆଦିଲ୍ଲୀ,୧୪ା୧୧: ମଣିପୁରର ହିଂସାପ୍ରଭାବିତ ଜିରିବାମ୍‌ ସମେତ ୬ ଥାନା ଅଞ୍ଚଳରେ କେନ୍ଦ୍ର ସରକାର ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ (ଏଏଫ୍‌ଏସ୍‌ପିଏ) ପୁଣିଥରେ ଲାଗୁ କରିଛନ୍ତି। ରାଜ୍ୟ ସରକାର ହିଂସାପ୍ରବଣ ଅଞ୍ଚଳକୁ ନିୟନ୍ତ୍ରଣରେ ରଖିବାରେ ବିଫଳ ହେଲେ ଏଏଫ୍‌ଏସ୍‌ପିଏ ଆଇନ ବଳରେ ଉକ୍ତ ଅଞ୍ଚଳ ବା ଜିଲାକୁ ବିଶୃଙ୍ଖଳିତ ଭାବେ ବିଜ୍ଞପିତ କରାଯାଇ ସେଠାରେ ସଶସ୍ତ୍ର ବଳକୁ ଅଭିଯାନ ପାଇଁ ସୁଯୋଗ ଦିଆଯାଇଥାଏ। ସଶସ୍ତ୍ର ଯବାନମାନେ ଉକ୍ତ ଅଞ୍ଚଳରେ ତଲାସି କରିବା ସହ ଗିରଫ କରିବାକୁ କ୍ଷମତା ପାଇଥାନ୍ତି। ଏପରିକି ଆବଶ୍ୟକ ପଡ଼ିଲେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ ସେମାନଙ୍କୁ ଗୁଳି ଚଳାଇବାର କ୍ଷମତା ମଧ୍ୟ ଦିଆଯାଇଥାଏ। ମଣିପୁରରେ ଜାତିଆଣ ହିଂସା ଲାଗି ରହିଥିବାବେଳେ ଅସ୍ଥିର ସ୍ଥିତିକୁ ନେଇ ୬ଟି ଥାନା ଅଞ୍ଚଳରେ ଏଏଫ୍‌ଏସ୍‌ପିଏ ଲାଗୁ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଉକ୍ତ ଥାନାଗୁଡ଼ିକ ହେଲା ଇମ୍ଫାଲ ଓ୍ବେଷ୍ଟ୍‌ର ସେକ୍‌ମାଇ ଏବଂ ଲାମ୍‌ସାଙ୍ଗ୍‌, ଇମ୍ଫାଲ ଇଷ୍ଟ୍‌ର ଲାମଲାଇ, ଜିରିବାମ୍‌ ଜିଲାର ଜିରିବାମ୍‌, କାଙ୍ଗ୍‌ପୋକ୍‌ପି ଜିଲାର ଲେଇମାଖୋଙ୍ଗ୍‌ ଏବଂ ବିଷ୍ଣୁପୁରର ମୋଇରାଙ୍ଗ ଥାନା। ମଣିପୁର ସରକାର ଗତ ଅକ୍ଟୋବର ୧ରେ ଉପରୋକ୍ତ ୬ ଥାନା ସମେତ ମୋଟ ୧୯ଟି ଥାନା ଅଞ୍ଚଳକୁ ବାଦ୍‌ ଦେଇ ସମଗ୍ର ରାଜ୍ୟରେ ଏଏଫ୍‌ଏସ୍‌ପିଏ ଲାଗୁ କରିଥିଲେ।
ସୂଚନାଯୋଗ୍ୟ, ଗତ ସୋମବାର ଉଗ୍ରପନ୍ଥୀମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଜିରିବାମ୍‌ ଜିଲାର ଏକ ଥାନା ଏବଂ ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ଉପରେ ଆକ୍ରମଣ କରିଥିଲେ। ସୁରକ୍ଷା ବଳ ସହ ଗୁଳିବିନିମୟ ବେଳେ ୧୧ ସନ୍ଦିଗ୍ଧ ଉଗ୍ରପନ୍ଥୀଙ୍କ ମୃତ୍ୟୁ ଘଟିଥିଲା। ଏହା ପରଦିନ ଜଣେ ମହିଳା ଓ ଶିଶୁଙ୍କ ସମେତ ୬ ଜଣ ସାଧାରଣ ନାଗରିକଙ୍କୁ ଉଗ୍ରପନ୍ଥୀ ଅପହରଣ କରିନେଇଥିଲେ। ଗତବର୍ଷ ମେ’ରୁ ମେଇତି ଏବଂ କୁକି-ଜୋ ସମ୍ପ୍ରଦାୟ ମଧ୍ୟରେ ଜାତିଆଣ ହିଂସା ଘଟି ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିବାବେଳେ ହଜାର ହଜାର ଲୋକ ଘରଦ୍ୱାର ହରାଇଲେଣି।

 


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗର ୨୧ ଚୋରଙ୍କୁ ବାନ୍ଧିଲା ଭଞ୍ଜନଗର ପୋଲିସ, ବିଦେଶୀ ଲିଙ୍କ୍‌ର ହେବ ଖୋଳତାଡ଼, ପାଖରୁ ମିଳିଲା…

ଭଞ୍ଜନଗର,୩୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗର ୨୧ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏଥିସହ ସେମାନଙ୍କଠାରୁ ୧୦୬୬ଟି…

ଚାଲାଣ କଟା ପରେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣାଗାଡ଼ି : ଆଜି ରାସ୍ତାରେ ମୃତଦେହ ରଖି …

ସମ୍ବଲପୁର,୩୧।୧(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭତରା ପେଟ୍ରୋଲ ପମ୍ପ ନିକଟରେ ଜାତୀୟ ରାଜପଥ-୫୫ରେ ଶୁକ୍ରବାର ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏକ ଅଜଣା ଗାଡ଼ି ଧକ୍କାରେ…

NCP ବିଧାୟକ ଦଳର ନେତା ନିର୍ବାଚିତ ହେଲେ Sunetra Pawar, ସନ୍ଧ୍ୟା ୫ଟାରେ ଉପ ମୁଖ୍ୟମନ୍ତ୍ରୀ ଶପଥ ନେବେ

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ବୈଠକରେ ନିଷ୍ପତ୍ତି ହୋଇଛି। ସୁନେତ୍ରା ପାୱାର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ଏବଂ ସା ୫ଟାରେ ଶପଥ ଗ୍ରହଣ କରିବେ।…

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଏମିତି କହିଦେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୩୧।୧: ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଶେଷ ସୁପର ୬ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ରବିବାର ଅନୁଷ୍ଠିତ ହେବ। ଏହି ମ୍ୟାଚ ଅତ୍ୟନ୍ତ…

ଡାଏଲଗ ନାହିଁ, ଦର୍ଶକଙ୍କୁ ଦୁଇ ଘଣ୍ଟା ବାନ୍ଧି ରଖୁଛି ଏହି ଫିଲ୍ମ

ମୁମ୍ବାଇ: ଡାଏଲଗ୍‌ ବିନା ଫିଲ୍ମ। ଆଜିର ଯୁଗରେ ଏମିତି ଫିଲ୍ମ ନିର୍ମାଣ କରିବା ବୋଧହୁଏ କାଠିକର ପାଠ। କିନ୍ତୁ ନିର୍ଦ୍ଦେଶକ କିଶୋର ପାଣ୍ଡୁରଙ୍ଗ ବେଲେକର ଟିକେ ନିଆରା।…

ସୁନେତ୍ରାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନାହିଁ ଶରଦ ପାଓ୍ବାର, ସାମ୍ନାକୁ ଆସିଲା ବଡ଼ କାରଣ…

ମୁମ୍ବାଇ,୩୧ା୧: ଦିବଂଗତ ଏନ୍‌ସିପି(ଅଜିତ) ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସ୍ଥାନ ଗ୍ରହଣ କରିବେ ତାଙ୍କ ସ୍ତ୍ରୀ ସୁନେତ୍ରା ପାଓ୍ବାର। ଆଜି ଅର୍ଥାତ୍‌ ଶନିବାର ସୁନେତ୍ରା…

CM ଦେବେନ୍ଦ୍ର ଫଡ଼ନଭିସଙ୍କ ପାଖରେ ରହିବ ଅର୍ଥ ବିଭାଗ, Deputy CM ସୁନେତ୍ରାଙ୍କ ଶପଥ ଗ୍ରହଣ ପୂର୍ବରୁ ରାଜନୀତି ସରଗରମ

ମୁମ୍ବାଇ,୩୧।୧: ଶନିବାର ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଘଟଣା ଘଟୁଛି। ପାୱାର ପରିବାର ଏବଂ ଏନସିପି ମଧ୍ୟରେ ଆଭ୍ୟନ୍ତରୀଣ ରାଜନୈତିକ ଅସ୍ଥିରତା ମଧ୍ୟରେ, ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ…

ଦାଦନ ଶ୍ରମିକଙ୍କ ପାଇଁ ଖୁସିଖବର: ଜିଲା ଭିତରେ ଯୋଗାଇ ଦିଆଯିବ କାମ, ମନ୍ତ୍ରୀ କହିଲେ…

ବଲାଙ୍ଗୀର, ୩୧/୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଏକ ଦାଦନ ପ୍ରବଣ ଜିଲା। ତଥ୍ୟ ଅନୁସାରେ ଜିଲାରୁ ୧୯ ହଜାର ଦାଦନ ଶ୍ରମିକ ନିଜ ଘରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri