Posted inଜାତୀୟ

ମଣିପୁର ଜଳୁଛି, ମୋଦି ପାରୁନାହାନ୍ତି

ନୂଆଦିଲ୍ଲୀ/ କୋହିମା/ ଗୁଆହାଟୀ,୨୨ା୬(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁର ଦୀର୍ଘ ୫୦ ଦିନ ହେଲା ଜଳୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାଣିଶୁଣି ନୀରବ ରହି ଏହି ହିଂସା ପ୍ରଭାବିତ ରାଜ୍ୟକୁ ଅଣଦେଖା କରୁଛନ୍ତି। ମୋଦି ନିଜ କର୍ତ୍ତବ୍ୟ ସମ୍ପାଦନରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ବୁଧବାର କଂଗ୍ରେସ ସମାଲୋଚନା କରିଛି। କେବଳ କଂଗ୍ରେସ ନୁହେଁ, ମଣିପୁରର ୯ ଭାଜପା ବିଧାୟକ ମଧ୍ୟ ରାଜ୍ୟ ସରକାରଙ୍କ ଉପରୁ ଲୋକଙ୍କ ଆସ୍ଥା ତୁଟିଯାଇଥିବା ନେଇ ମୋଦିଙ୍କ ନିକଟକୁ ପତ୍ର ଲେଖିଛନ୍ତି। ଏଭଳି ସମୟରେ ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତ କରି ଯୋଗାଭ୍ୟାସ କରୁଛନ୍ତି। ଆମେରିକାରେ ଶାସକ ଡେମୋକ୍ରାଟିକ୍‌ ପାର୍ଟିର ସିନେଟରମାନେ ମୋଦିଙ୍କ ଆଗରେ ଭାରତରେ ହେଉଥିବା ମାନବାଧିକାର ଉଲ୍ଲଂଘନ ପ୍ରସଙ୍ଗ ଉଠାଇବା ପାଇଁ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ପତ୍ର ଲେଖିଛନ୍ତି। କେବଳ ଏତିକି ନୁହେଁ, ସେଠାରେ ବସବାସ କରୁଥିବା କୁକି ଓ ମେଇତି ସମ୍ପ୍ରଦାୟ ଗୁରୁବାର ମଣିପୁର ଗଣହତ୍ୟା ପ୍ରତିବାଦରେ ହ୍ବାଇଟ୍‌ ହାଉସ୍‌ ସମ୍ମୁଖରେ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଭାଜପା ଶାସିତ ମଣିପୁରରେ ମେଇତି ସମ୍ପ୍ରଦାୟକୁ ତଫସିଲଭୁକ୍ତ ଜନଜାତି (ଏସ୍‌ଟି) ମାନ୍ୟତା ପ୍ରଦାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମେ’ ୩ରେ କୁକି ଓ ନାଗା ସମ୍ପ୍ରଦାୟର ଲୋକେ ଆଦିବାସୀ ଏକତା ଶୋଭାଯାତ୍ରାର ଆୟୋଜନ କରିଥିଲେ। ସେହି ସମୟରେ ଅଣଆଦିବାସୀ ମେଇତିମାନେ କୁକି ଓ ନାଗାଙ୍କୁ ଆକ୍ରମଣ କରିଥିଲେ। ସେବେଠୁ ଜାରି ରହିଥିବା ସଂଘର୍ଷରେ ଅଦ୍ୟାବଧି ୧୨୦ ଜଣ ନିହତ ହୋଇଥିବାବେଳେ ୩,୦୦୦ରୁ ଊର୍ଦ୍ଧ୍ୱ ଆହତ ହେଲେଣି। ଏନେଇ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବୁଧବାର ଏକ ସୋସିଆଲ ମିଡିଆରେ ଭିଡିଓ ଜାରି କରି କହିଛନ୍ତି, ମଣିପୁରରେ ୫୦ ଦିନ ଧରି ଅଭୂତପୂର୍ବ ହିଂସା ଲାଗିରହିଛି। ଲୋକେ ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି। ସେଠାରେ ମାନବୀୟ ସଙ୍କଟ ଦେଖାଦେଇଛି। ମଣିପୁର ସଂଘର୍ଷ ଲୋକଙ୍କ ଜୀବନ ନେଇ ଦେଶର ବିବେକ ଉପରେ କ୍ଷତ ସୃଷ୍ଟି କରିଛି। ଘୃଣା ଓ ବିଭାଜନବାଦୀ ରାଜନୀତିରେ ନ ପଡ଼ି ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସୋନିଆ ମଣିପୁରବାସୀଙ୍କୁ ଅନୁରୋଧ କରିଛନ୍ତି। ସେହିପରି କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ୍‌ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ଆମକୁ ଅନେକ ସମୟରେ ଜ୍ଞାନ ଦେଉଛନ୍ତି। କିନ୍ତୁ ମଣିପୁର ପ୍ରସଙ୍ଗରେ ସେ ନୀରବ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମଣିପୁର ସଙ୍କଟର ସମାଧାନ କରିବାରେ ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣ ବିଫଳ। ସେ ନିଜ ଦାୟିତ୍ୱ ସମ୍ପାଦନ କରିପାରିନାହାନ୍ତି ବୋଲି ଜୟରାମ ସମାଲୋଚନା କରିଛନ୍ତି।

ମଣିପୁର ସରକାର ଉପରୁ ଲୋକଙ୍କ ଭରସା ତୁଟିଲାଣି

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂଙ୍କ ନେତୃତ୍ୱାଧୀନ ଭାଜପା ସରକାର ଉପରୁ ରାଜ୍ୟବାସୀଙ୍କ ଭରସା ତୁଟିଗଲାଣି। ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଲୋକଙ୍କ ଆସ୍ଥା ହରାଇସାରିଲେଣି ବୋଲି ମଣିପୁରର ୯ ଭାଜପା ବିଧାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି।
ଏହି ବିଧାୟକମାନେ ହେଲେ କରମଶ୍ୟାମ ସିଂ, ଥୋକ୍‌ଚୋମ୍‌ ରାଧେଶ୍ୟାମ ସିଂ, ନିଶିକାନ୍ତ ସିଂ ସପାମ, ଖଓ୍ବାଇରାକପାମ୍‌ ରଘୁମଣି ସିଂ, ଏସ୍‌. ବ୍ରୋଜେନ୍‌ ସିଂ, ଟି. ରୋବୀନ୍ଦ୍ରୋ ସିଂ, ଏସ୍‌. ରାଜେନ୍‌ ସିଂ, ଏସ୍‌. କେବି ଦେବୀ ଏବଂ ଓ୍ବାଇ. ରାଧେଶ୍ୟାମ୍‌। ଏମାନେ ସମସ୍ତେ ମେଇତି ସମ୍ପ୍ରଦାୟର। ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ଏକ ସ୍ମାରକପତ୍ରରେ ସେମାନେ ୫ଟି ବିନ୍ଦୁ ଉପରେ ଉଲ୍ଲେଖ କରିଛନ୍ତି। କୁକି ବିଧାୟକ ଓ ମେଇତି ବିଧାୟକଙ୍କ ମଧ୍ୟରେ ଏକ ବୈଠକ କରିବାକୁ ସେମାନେ ଦାବି କରିଛନ୍ତି। ଏଥିସହ ସାରା ରାଜ୍ୟରେ ସମାନ ଅନୁପାତରେ କେନ୍ଦ୍ରୀୟ ବଳ ମୁତୟନ ପାଇଁ ମଧ୍ୟ ଏହି ବିଧାୟକମାନେ ଦାବି କରିଛନ୍ତି।

୨୪ରେ ଶାହାଙ୍କ ସର୍ବଦଳୀୟ ବୈଠକ

ମେ’ ୩ରୁ ମଣିପୁରରେ ବ୍ୟାପକ ହିଂସା ଲାଗି ରହିଥିବାବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଜୁନ୍‌ ୨୪ରେ ନୂଆଦିଲ୍ଲୀରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ସେହିଦିନ ଅପରାହ୍ନ ୩ଟାରେ ମଣିପୁର ସ୍ଥିତି ଉପରେ ଆଲୋଚନା କରିବା ପାଇଁ ସବୁ ଦଳର ନେତାଙ୍କୁ ଆହ୍ବାନ ଦିଆଯାଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ମୁଖପାତ୍ର ଟୁଇଟ୍‌ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ତଥା ଏନ୍‌ଡିଏର ଉତ୍ତର-ପୂର୍ବ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଇଡିଏ) ଆବାହକ ହିମନ୍ତ ବିଶ୍ୱଶର୍ମା ବୁଧବାର ସନ୍ଧ୍ୟାରେ ଶାହାଙ୍କୁ ଭେଟିବା ପରେ ସର୍ବଦଳୀୟ ବୈଠକ ନେଇ ଘୋଷଣା କରାଯାଇଛି। ୨ ସପ୍ତାହ ପୂର୍ବରୁ ହିମନ୍ତ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ଏବଂ ଅନ୍ୟ ରାଜନେତାମାନଙ୍କ ସହ ସାକ୍ଷାତ କରିଥିଲେ। ଶାହା ମଧ୍ୟ ଗତମାସରେ ୪ ଦିନ ମଣିପୁର ଗସ୍ତ କରି ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ଏହି ଉତ୍ତର-ପୂର୍ବ ରାଜ୍ୟରେ କେନ୍ଦ୍ରର ଶାନ୍ତି ଉଦ୍ୟମ ବିଫଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri