Posted inଜାତୀୟ

ମଣିପୁରର ଲୋମଟାଙ୍କୁରା ଘଟଣାରେ ଭୟଭୀତ ହୋଇ ଘର ଛାଡୁଛନ୍ତି ମିଜୋରାମର ମେଇତି ସମ୍ପ୍ରଦାୟ

ଆଇଜଓ୍ବାଲ,୨୩।୭:ମଣିପୁର ହିଂସାକୁ ନେଇ ଦେଶ ସ୍ତବ୍ଧ। ଯୌନହିଂସାର କରୁଣ ପରିଣତିକୁ ଦେଶବ୍ୟାପୀ ବିରୋଧ କରାଯାଉଛି। ବିଶ୍ୱଗୁରୁ ବୋଲାଉଥିବା ବେଶ ଅଜି ସାରା ବିଶ୍ୱ ସାମ୍ନାରେ ନତମୁଖ ହୋଇ ଆର୍ବିଭୂତ ହୋଇଛି। ତେବେ ଏହି ଭୟଙ୍କର ଗଣଦୁଷ୍କର୍ମ ଘଟଣା ପଡୋଶୀ ରାଜ୍ୟ ମିଜୋରାମକୁ ମଧ୍ୟ ପ୍ରଭାବିତ କରିଛି। ମଣିପୁରରେ ଚାଲିଥିବା ହିଂସା ପରଠାରୁ କୁକି ଏବଂ ଜୋମି ଜନଜାତିର ୧୨ ହଜାରରୁ ଅଧିକ ଲୋକ ମିଜୋରାମରେ ଆଶ୍ରୟ ନେଇଛନ୍ତି। ମିଜୋରାମରେ ରହୁଥିବା ମେଇତି ସମ୍ପ୍ରଦାୟ ଲୋକ ସୁରକ୍ଷତିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଆରମ୍ଭ କରିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ମଣିପୁର ସରକାର ଲୋକଙ୍କୁ ବିମାନ ଯୋଗେ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି।

ସୂଚନାଯୋଗ୍ୟ, ମିଜୋରାମରେ ରହୁଥିବା ମିଜୋ ଲୋକମାନଙ୍କର ମଣିପୁରର କୁକି ଏବଂ ଜୋମି ଜନଜାତି ସହିତ ଗଭୀର ଜାତିଗତ ସମ୍ପର୍କ ରହିଛି। ମଣିପୁରରେ ର୍ନିଯାତିତ ହୋଇଥିବା ମହିଳାମାନେ କୁକି ଏବଂ ଜୋମି ଜନଜାତିର ଥିଲେ। ଏଭଳି ପରିସ୍ଥିତିରେ ପୂର୍ବତନ ଆତଙ୍କବାଦୀ ସଂଗଠନ ମିଜୋ ନ୍ୟାସନାଲ ଫ୍ରଣ୍ଟର ସହଯୋଗୀ ସଂଗଠନ ପିସ ଆକୋର୍ଡ ଏମଏନଏଫ୍‌ ରିଟର୍ନ ଆସୋସିଏସନ (ପିଏଏମଆରଏ) ଶୁକ୍ରବାର ଏକ ବୟାନ ଜାରି କରିଛି। ସଂଗଠନ କହିଛି, ମିଜୋରାମରେ ରହୁଥିବା ମେଇତି ସମ୍ପ୍ରଦାୟର ଲୋକମାନେ ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ଛାଡିବା ଉଚିତ। ମଣିପୁରରେ ଘଟିଥିବା ଏହି ଘଟଣାରେ ମିଜୋ ଲୋକଙ୍କୁ ଗଭୀର ଆଘାତ ଲାଗିଛି। ତେଣୁ ଏଭଳି ପରିସ୍ଥିତିରେ ମିଜୋରାମ ମେଇତି ଲୋକ ଏବେ ସୁରକ୍ଷିତ ନୁହଁନ୍ତି।

ମିଜୋରାମରେ ପ୍ରାୟ ୨୦୦୦ ମେଇତି ସମ୍ପ୍ରଦାୟର ଲୋକ ବାସ କରନ୍ତି। ସେମାନେ ପ୍ରାୟତଃ ରାଜଧାନୀ ଆଇଜୱାଲ ଏବଂ ଏହାର ଆଖପାଖ ଅଞ୍ଚଳରେ ବାସ କରନ୍ତି। ପିଏଏମଆରଏଙ୍କ ବୟାନ ପରେ ମିଜୋରାମରେ ରହୁଥିବା ମେଇତି ସମ୍ପ୍ରଦାୟ ମଧ୍ୟରେ ଭୟ ବ୍ୟାପି ଯାଇଛି। ସେମାନେ ନିଜ ଭିଟାମାଟି ଛାଡି ଯିବାକୁ ଅଣ୍ଟା ଭିଡିଛନ୍ତି। ତେବେ ମିଜୋରାମ ସରକାର ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ମିଜୋରାମରେ ସେମାନଙ୍କ ପ୍ରତି କୌଣସି ବିପଦ ନାହିଁ ଏବଂ ମେଇତି ପ୍ରାଧାନ୍ୟ ସ୍ଥାନରେ ପୋଲିସ ମଧ୍ୟ ମୁତୟନ କରାଯାଇଛି। ତଥାପି, ଏହି ସତ୍ତ୍ୱେ ଲୋକମାନେ ମିଜୋରାମରୁ ସ୍ଥାନାନ୍ତର ହେଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri