ଥୁଆମୂଳ ରାମପୁର,୧।୧୦ (ଦୁର୍ଗା କୀର୍ତ୍ତି)- ମା’ ମଣିକେଶ୍ବରୀଙ୍କ ତନ୍ତ୍ରମନ୍ତ୍ରର ମୂଳପୀଠ ଥୁଆମୂଳ ରାମପୁରଠାରେ ପବିତ୍ର ଦଶହରା ପର୍ବ ଓ ଛତର ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମହାଷ୍ଟମୀ ମଧ୍ୟ ରାତ୍ରିରେ ମା’ ଦକ୍ଷିଣକାଳୀଙ୍କ ପାଖରେ ମହାପଶୁ ବଳି ହେବା ପରେ ମା’ଙ୍କ ଛତର ବା ମା’ ଦକ୍ଷିଣ କାଳୀଙ୍କ କାଳିଶି (ବୋକ) ମନ୍ଦିରରୁ ବାହାରି ସହର ଉପକଣ୍ଠ ଜେନାଖାଲ ପାଖକୁ ଯାଇଥିଲେ। ସେଠାରେ ପହଞ୍ଚତ୍ବା ପରେ ଗୁପ୍ତ ପୂଜା ସହିତ ବଳୀ ଭୋଗ ଦିଆଯାଇଥିଲା। ପରେ ଜେନଖାଲରୁ ମା’ଙ୍କ ଛତରକୁ ମନ୍ଦିର ସେବାୟତମାନେ ଧାରଣ କରି ଶୋଭାଯାତ୍ରାରେ ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ। ଛତର ଯାତ୍ରା ସମୟରେ ମାନସିକଧାରୀ ମା’ଙ୍କ ଉଦ୍ଦେଶ୍ୟରେ ବଳୀ ଭୋଗ ଅର୍ପଣ କରିଥିଲେ। ମା’ଙ୍କ ଛତର ମନ୍ଦିର ଫେରିବା ପରେ ଅନ୍ୟ ପୂଜକ ବନ୍ଦାପନା କରି ମା’ଙ୍କୁ ମନ୍ଦିରକୁ ପାଛୋଟି ନେଇଥିଲେ।


