ରେକର୍ଡ ଭାଙ୍ଗିଲା ‘ପୋନ୍ନିୟନ ସେଲଭନ’: ୩ ଦିନରେ ୨୦୦ କୋଟିରୁ ଅଧିକ ଆୟ

ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ ‘ପୋନ୍ନିୟନ ସେଲଭନ’ ସେପ୍ଟେମ୍ବର ୩୦ରେ ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବାକୁ ସିନେମା ହଲ୍‌ରେ ଦର୍ଶକଙ୍କ ଭିଡ ଲାଗିରହିଛି। ଫିଲ୍ମଟି ରିଲିଜ୍‌ ହେବାର ୩ ଦିନରେ ପ୍ରାୟ ୨୫୦ କୋଟିରୁ ଅଧିକ ଆୟ କରିସାରିଲାଣି। ଫିଲ୍ମରେ ଚିୟାନ ବିକ୍ରମ, ଐଶର୍ଯା ରାୟ ବଚ୍ଚନ, କାର୍ଥୀ, ଜୟମ ରବି, ତ୍ରିଶାଙ୍କ ଭଳି ଷ୍ଟାରକାଷ୍ଟ ରହିଛନ୍ତି। ଭାରତୀୟ ଇତିହାସରେ ସବୁଠୁ ପରାକ୍ରମଶାଳୀ ସାମ୍ରାଜ୍ୟ ମଧ୍ୟରୁ ଏକ ଚୋଳ ସାମାଜ୍ର୍ୟ ଉପରେ ଆଧାରିତ ଏହି ଫିଲ୍ମ। ଯାହା ବକ୍ସ ଅଫିସରେ ରେକର୍ଡ କରିଛି। ଆମେରିକା, ଅଷ୍ଟ୍ରେଲିଆ ଏବଂ ୟୁକେ ପରି ଦେଶଗୁଡିକରେ ମଧ୍ୟ ‘ପୋନ୍ନିୟନ ସେଲଭନ-୧’ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି।

Share